‘ରଙ୍ଗ ଦେ ବସନ୍ତୀ’ ଫେମ୍ ସିଦ୍ଧାର୍ଥଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ, କହିଲେ କେବେ ବି ଡରିବିନି

ବି-ଟାଉନ ଷ୍ଟାରଙ୍କୁ ନେଇ ସବୁବେଳେ କିଛି ନା କିଛି ଖବର ଚର୍ଚ୍ଚାକୁ ଆସିଥାଏ। ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥାଏ। ଏବେ ଏମିତି ଏକ ଧମକ ମିଳିଛି ‘ ରଙ୍ଗ ଦେ ବସନ୍ତୀ’ ଫେମ୍ ସିଦ୍ଧାର୍ଥଙ୍କୁ। ଗତ କିଛିଦିନ ତଳେ କୁମ୍ଭ ମେଳା ଉପରେ ପୋଷ୍ଟ କରିବା ଯୋଗୁଁ ଅଭିନେତା କରନ ୱାହିଙ୍କୁ ଧମକ ମିଳିଥିଲା। ସିଦ୍ଧାର୍ଥଙ୍କ ଫୋନ ନମ୍ବର ଲିକ୍ ହୋଇସାରିଛି, ଏବଂ ତାଙ୍କ ଜୀବନରୁ ମାରିଦେବାକୁ ଧମକ ସହିତ ଗାଳିଗୁଲଜ ମଧ୍ୟ ହେଉଛି।

କେବଳ ଏତିକି ନୁହେଁ, ତାଙ୍କ କହିବା ମୁତାବକ, ବିଜେପି ତାମିଲନାଡୁ ଆଇଟି ସେଲ ତାଙ୍କ ନମ୍ବର ଲିକ୍ କରିଛି। ସିଦ୍ଧାର୍ଥ ନିଜ ଟ୍ବିଟରରେ ଲେଖିଛନ୍ତି କି, ‘ ମୋ ଫୋନ ନମ୍ବର ତାମିଲନାଡୁ ବିଜେପି ଏବଂ ବିଜେପି ତାମିଲନାଡୁ ଆଇଟି ସେଲ ପକ୍ଷରୁ ଲିକ୍ ହୋଇଛି। ୫୦୦ରୁ ଅଧିକ ଗାଳିଗୁଲଜ ଏବଂ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଦୁଷ୍କର୍ମ କରିବା ପାଇଁ ମଧ୍ୟ ପରିବାର ପାଖକୁ ମେସେଜ ଆସିସାରିଛି।

ସବୁ ନମ୍ବରକୁ ରେକର୍ଡ କରି ପୋଲିସକୁ ଦେଇଛନ୍ତି। ଯେଉଁଥିରେ ବିଜେପି ଏବଂ ଡିପି ଲିଙ୍କ ସାମିଲ ରହିଛି। କିନ୍ତୁ ମୁଁ ଚୁପ୍ ରହିବି ନାହିଁ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହା। ମୁଁ ଆପଣଙ୍କ ଧମକରେ ଡରିବି ନାହିଁ ବୋଲି କହିଛନ୍ତି ସିଦ୍ଧାର୍ଥ। ସିଦ୍ଧାର୍ଥ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ, ଚଷମେ ବଦୁର ଏବଂ ଦି ହାଉସ ନେକ୍ସଟ ଡୋର’ ଭଳି ଫିଲ୍ମରେ କାମ କରିଛନ୍ତି। ଏହାଛଡା ସିଦ୍ଧାର୍ଥ ତାମିଲ, ତେଲୁଗୁ ଏବଂ ମାଲାୟଲମ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.