Categories: ମନୋରଂଜନ

ସେଲିବ୍ରିଟି ହେବା ପରେ ରାନୁଙ୍କୁ ଆଉ ମାରି ହେଉନି ହାତ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ପ୍ଲାଟଫର୍ମରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି ଗୀତ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲା। ରେଲୱେ ଷ୍ଟେସନରେ ଗୀତ ଗାଇବାଠାରୁ ଆରମ୍ଭ କରି ଆଜି ଯାଏ ରାନୁ ମଣ୍ଡଳଙ୍କ ଜୀବନକୁ ନେଇ ବହୁ କାହାଣୀ ସାମ୍ନାକୁ ଆସିଛି । ରାନୁଙ୍କ ଗୋଟେ ପରେ ଗୋଟେ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ଶୋ ଏବଂ ଫିଲ୍ମରେ ଗୀତ ଗାଇବାକୁ ଅଫର ମଧ୍ୟ ମିଳିଥିଲା। ଏହା ବ୍ୟତୀତ ହିମେଶ ତାଙ୍କୁ ଏକ ଫିଲ୍ମରେ ‘ତେରୀ ମେରୀ କହାନୀ’ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ଦେଇଥିଲେ। ରାନୁ ମଣ୍ଡଳଙ୍କ ଗୀତକୁ ଲତା ମଙ୍ଗେସକରଙ୍କ ଠାରୁ ଆରମ୍ଭ କରି ବଲିଉଡର ସମସ୍ତ ସେଲିବ୍ରିଟି ତାଙ୍କ ଗୀତକୁ ପ୍ରଶଂସା କରିଥିଲେ। ତାଙ୍କ ଗୀତ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ରାନୁଙ୍କର ଆଉ ଏକ ଭିଡିଓ ଆସିଛି, ଯାହାକୁ ଦେଖି ଆପଣମାନେ ଚକିତ ହୋଇଯିବେ ନିଶ୍ଚିତ।

ଏହି ଭିଡିଓରେ ରାନୁ ଏକ ଦୋକାନରେ କିଛି ଜିନିଷ କିଣିବାକୁ ଆସିଥିବା ବେଳେ ଜଣେ ମହିଳା ତାଙ୍କୁ ହାତ ମାରିଥିଲେ ଆଉ ସେଲ୍‌ଫି ନେବା ପାଇଁ କହିଥିଲେ। କିନ୍ତୁ ମହିଳା ଜଣକ ଯେପରି ହାତ ମାରିଛନ୍ତି, ରାନୁ ପୁରା ରାଗି ଉଠି ଏପରି ହାତ କାହିଁକି ମାରୁଛ ବୋଲି କହୁଛନ୍ତି। ରାନୁ ଏପରି କହିବା ସହିତ ମହିଳାଙ୍କୁ ସେଲଫି ମଧ୍ୟ ଉଠାଇବାକୁ ବାରଣ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଜଣେ ୟୁର୍ଜର ଲେଖିଛନ୍ତି ଯେ, ସେଲିବ୍ରିଟି ହେବା ପରେ ରାନୁଙ୍କ ଭାଉ ବହୁତ ବଢିଯାଇଛି। ଆମ୍ଭେ ହିଁ ତାଙ୍କୁ ଷ୍ଟାର କରିଛୁ। କିନ୍ତୁ ସେ କ’ଣ ପାଇଁ ଏପରି ଭାଉ ଦେଖାଉଛନ୍ତି। ସେ ଲୋକଙ୍କୁ ସମ୍ମାନ ଦେବା ଉଚିତ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

33 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago