ରାନୁ ମଣ୍ଡଳଙ୍କ ବାୟୋପିକରେ ମୁଖ୍ଯ ଭୂମିକାରେ ନଜର ଆସିବେ ଏହି ଅଭିନେତ୍ରୀ, ଜାଣନ୍ତୁ ସେ କିଏ ?

ଏକଦା ରେଲୱେ ପ୍ଲାଟଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳ ରାତାରାତି ଇଣ୍ଟରନେଟ୍ ସେନସେସନ ହୋଇଯାଇଥିଲେ। ଲତା ମଙ୍ଗେସକରଙ୍କ ଗୀତ ‘ ଏକ୍ ପ୍ଯାର କା ନଗମା ହୈ’ ଗୀତ ଗାଉଥିବା ରାନୁଙ୍କ ଭିଡିଓ ଭାଇରଲ ହେବା ପରେ ହିମେଶ ରେଶମିୟାଁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଗୋଟେ ଗୀତ ଗାଇବା ପରେ ରାନୁ ମଣ୍ଡଳ କେଉଁଆଡେ ଏକ ପ୍ରକାର ଗାଏବ ହୋଇଯାଇଥିଲେ।

ଏବେ ବଲିଉଡରେ ବାୟୋପିକ ଟ୍ରେଣ୍ଡ ଚାଲୁଛି। ଏମିତିରେ ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ହେବା ପାଇଁ ପ୍ରସ୍ତୁତି ଚାଲିଛି। ଫିଲ୍ମର ନାମ ‘ ମିସ୍ ରାନୁ ମାରିୟା’ ରହିଥିବା ବେଳେ ଏହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶନା ଦେଉଛନ୍ତି।

ଏହି ବାୟୋପିକରେ ରାନୁ ମଣ୍ଡଳଙ୍କ ଭୂମିକାରେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଶିକା ଡେ କରୁଛନ୍ତି। ଏହି ଫିଲ୍ମର ସୁଟିଂ କଲିକତା ଏବଂ ମୁମ୍ବାଇରେ ହେବ। ଏହି ଫିଲ୍ମରେ ପୂବର୍ରୁ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସିଥିଲା। ଈଶିକା ଫିଲ୍ମ ‘ଲାଲ କପ୍ତାନ ଏବଂ ୱେବ ସିରିଜ ସାକ୍ରେଡ ଗେମ୍ସ’ରେ କାମ କରିସାରିଛନ୍ତି।

 

View this post on Instagram

 

A post shared by Eshika Dey (@deyeshika)

ସୂଚନାଯୋଗ୍ଯ, ଫିଲ୍ମର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ। ଏହାକୁ ୨୦୨୨ ମାର୍ଚ୍ଚ କିମ୍ବା ଏପ୍ରିଲ ରିଲିଜ ହେବାର ଯୋଜନା ରହିଛି ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.