ଲତା ମଙ୍ଗେସ୍କରଙ୍କୁ ଅପମାନିତ କରି ପ୍ରବଳ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ

ରାନୁ ମଣ୍ଡଳ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ଲୋକପ୍ରିୟତା ପାଇଥିବା ବେଳେ ତାଙ୍କୁ ଅପମାନିତ କରିଛନ୍ତି । ତେଣୁ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଦିନେ କୋଲକାତାର ରାଣାଘାଟ ଷ୍ଟେସନ୍‌ରେ ଭିକ ମାଗୁଥିବା ରାନୁ ମଣ୍ଡଳ ‘ଏକ ପ୍ୟାରକା ନଗମା ହେ..’ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେସନ୍‌ ହୋଇଯାଇଥିଲେ । ସେହି ରାନୁ ମଣ୍ଡଳ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ଲୋକପ୍ରିୟତା ପାଇଥିବା ବେଳେ ତାଙ୍କୁ ଅପମାନିତ କରିଛନ୍ତି । ତେଣୁ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।

ରାନୁ ନିକଟରେ ମହମ୍ମଦ ରଫିଙ୍କ ‘ହମ କିସିସେ କମ୍‌ ନେହିଁ’ ଫିଲ୍ମର ଗୀତ ଗାଇଥିଲେ । ଗୀତଟି ହେଉଛି ‘ହେ ଅଗର ଦୁଶ୍ମନ ଜମାନା ଗମ୍‌ ନେହିଁ…’ । ତେବେ ଏ ଗୀତଟି ବିଷୟରେ କହୁ କହୁ ରାନୁ କହିଦେଲେ ‘ଇଏ ଲତା ଫତାର ଗୀତ ନୁହେଁ’ । ବାସ୍‌ ଲତାଙ୍କୁ ଏଭଳି କହିବା ଯୋଗୁଁ ତାଙ୍କୁ ସମସ୍ତେ ସମାଲୋଚନା କରିବାରେ ଲାଗିଛନ୍ତି । ଜଣେ ଲେଖିଛନ୍ତି କି ଲତାଙ୍କ ଗୀତ ଗାଇ ପରିଚୟ ପାଇଥିବା ରାନୁ ଏଭଳି କେମିତି କହି ପାରିଲେ । ଆଉ ଜଣେ ଲେଖିଛନ୍ତି, ରାନୁଙ୍କୁ ଏବେବି ବ୍ୟବହାର ଶିଖିବାର ଅଛି । କାହାକୁ କଣ କହୁଛନ୍ତି ଜାଣି ପାରୁନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.