Categories: ମନୋରଂଜନ

ଜାଣନ୍ତୁ ରାନୁ ମଣ୍ଡଳଙ୍କର ବୈବାହିକ ଜୀବନ ଏବଂ କିଛି ଅଜଣା କଥା ସମ୍ପର୍କରେ

ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ପୂର୍ବରୁ କେବେ ରେଲୱେ ଷ୍ଟେସନର ବା ଗଳି ଗଳି ବୁଲି ଗୀତ ବୋଲୁଥିଲେ। ଲୋକମାନେ ତାଙ୍କ ଗୀତ ଶୁଣିବା ବଦଳରେ ଯାହା କିଛି ଦେଇଥାନ୍ତି ସେଥିରେ ରାନୁଙ୍କ ପେଟ ପୁରିଯାଇଥାଏ। ଏହି କାହାଣୀ ଥିଲା ସେତେବେଳର, ଯେତେବେଳେ ରାନୁ ମଣ୍ଡଳ ଚର୍ଚ୍ଚାକୁ ଆସିନଥିଲେ। ବର୍ତ୍ତମାନ ଦେ ପବ୍ଲିକ୍ ସିଙ୍ଗର ସ୍ତରରେ ବଲିଉଡରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି। ରାତାରାତି ଷ୍ଟାର ବନିଥିବା ଏହି ମହିଳାଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି। ଗଣମାଧ୍ୟମ ଜରିଆରେ ମଧ୍ୟ ରାନୁଙ୍କ ଜୀବନରେ ଘଟିଯାଇଥିବା ଅନେକ ଘଟଣା ବିଷୟରେ ମଧ୍ୟ ସୂଚନା ମିଳିପାରୁଛି।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାନୁ ମଣ୍ଡଳଙ୍କ ବିବାହକୁ ନେଇ ଏକ ବଡ ଖବର ଶୁଣିବାକୁ ମିଳିଛି। ପୁର୍ବରୁ ରାନୁଙ୍କର ଦୁଇଟି ବିବାହ ହୋଇଥିଲା। ତାଙ୍କର ପ୍ରଥମ ପତି ପଶ୍ଚିମ ବଙ୍ଗଳାର ଥିଲେ। ସେ ରାନୁଙ୍କୁ କୌଣସି କ୍ଷେତ୍ରରେ ଗୁରୁତ୍ବ ଦେଉନଥିଲେ। ରାନୁ ୨୦ ବର୍ଷ ବୟସରୁ ହିଁ କ୍ଲବରେ ଗୀତ ଗାଇବା ଆରମ୍ଭ କରିଥାଏ। ଏହାପରେ ରାନୁଙ୍କ କଣ୍ଠ ସ୍ବର ଫେମସ୍ ହେବା ପରେ ତାଙ୍କ ଶ୍ବଶୁର ଘର ପାଇଁ ଏହା ସମସ୍ୟା ହୋଇଥିଲା। ରାନୁଙ୍କ ସ୍ବାମୀଙ୍କୁ ମଧ୍ୟ ଏସବୁ ପସନ୍ଦ ନଥିଲା। ଏହାପରେ ଧୀରେ ଧୀରେ ରାନୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଶେଷରେ ତାଙ୍କ ସ୍ବାମୀ ତାଙ୍କୁ ଛାଡିଦେଇଥିଲେ। ରାନୁଙ୍କର ଗୋଟେ ଝିଅ ଗୋଟେ ପୁଅ ମଧ୍ୟ ଥିଲେ। ଶେଷରେ ବିବାହ ସମ୍ପର୍କ ଭାଙ୍ଗିଯିବା ପରେ ରାନୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ ଏବଂ ସେ ଗୀତ ଗାଇବା ମଧ୍ୟ ବନ୍ଦ କରିଦେଇଥିଲେ।

ଏହାପରେ ସେ ୨୦୦୦ ମସିହାରେ ମୁମ୍ବାଇ ଚାଲିଆସିଥିଲେ। ମୁମ୍ବାଇ ଆସିବା ପରେ ତାଙ୍କୁ ସୁପରଷ୍ଟାର ଫିରୋଜ ଖାନ୍ ଙ୍କ ଘରେ ଚାକିରୀ ମିଳିଯାଇଥିଲା। ସେ ଫିରୋଜ ଖାନ୍ ଙ୍କ ଘରେ ରୋଷେଇ କରିବା ସହ ଝାଡୁ ପୋଛା କାମ ମଧ୍ଯ କରୁଥିଲେ। ଏହାବ୍ଯତୀତ ସେ ତାଙ୍କ ପୁଅ ଫରଦୀନ ଖାନ୍ ଏବଂ ଭାଇ ସଞ୍ଜୟ ଖାନ୍ ଙ୍କର ମଧ୍ୟ ଯତ୍ନ ମଧ୍ୟ ନେଉଥିଲେ। ଶେଷରେ ରାନୁ ଏଠାରେ କିଛି ଦିନ କାମ କରିବା ପରେ ତାଙ୍କର ବବଲୁ ମଣ୍ଡଳଙ୍କ ସହ ସାକ୍ଷାତ ହୋଇଥିଲା। ଏହାପରେ ଦୁଇଜଣ ବିବାହ କରିଥିଲେ। ରାନୁଙ୍କ ସ୍ବାମୀ ବବୁଲ ଏକ ହୋଟେଲ୍ ରେ କାମ କରୁଥିଲେ। ଦୁର୍ଭାଗ୍ୟ ବସତଃ  ୨୦୦୩ ମସିହାରେ ବବଲୁଙ୍କର ମୃତ୍ୟୁ ହୋଇଗଲା। ସ୍ବାମୀ ଚାଲିଯିବା ପରେ ରାନୁ ନିଜକୁ ସମ୍ଭାଳି ପାରି ନଥିଲେ। ଏହାପରେ ସେ ପଶ୍ଚିମ ବଙ୍ଗଳା ଫେରିଆସିଥିଲେ। ଆସିବା ପରେ ସେ ବିଭିନ୍ନ ଯାଗା ବୁଲି ବୁଲି ଗୀତ ଗାଇବା ଆରମ୍ଭ କରିଥିଲେ।

ଏହାସହ ପଢନ୍ତୁ: ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ଏହି ଲୋକପ୍ରିୟ ସିଙ୍ଗରଙ୍କ ସହିତ ରେକର୍ଡ କରିବେ ନିଜର ପ୍ରଥମ ଗୀତ, ଦେଖନ୍ତୁ…

ରାନୁଙ୍କ କଣ୍ଠ ସ୍ବର ପାଇଁ ଲୋକମାନେ ତାଙ୍କ ଗୀତ ଶୁଣିବା ପାଇଁ ମଧ୍ୟ ଭିଡ ଜମୁଥିଲେ। ଗୀତ ଶୁଣିବା ପରେ ଲୋକମାନେ କିଛି ନା କିଛି ରାନୁଙ୍କୁ ଦେଇ ଯାଉଥିଲେ। ରିପୋର୍ଟ ଅନୁଯାୟୀ ପାଖାପାଖି ୧୦ ବର୍ଷ ଏପରି ଚାଲିଥିଲା। କିନ୍ତୁ ଦିନେ ହଠାତ୍ ରାନୁ ଯେତେବେଳେ ରାଣାଘାଟ ଷ୍ଟେସନରେ ବସି ଗୀତ ଗାଉଥିଲେ, ସେହି ସମୟରେ ରାଣାଘାଟ ଷ୍ଟେସନରେ ରହୁଥିବା ସଫ୍ଟୱେୟାର ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବତୀ ଯାଉଥିଲେ। ଏହି ସମୟରେ ଅତିନ୍ଦ୍ର ରାନୁଙ୍କ କଣ୍ଠ ସ୍ବର ଶୁଣି ରହିଯାଇଥିଲେ। ସେ ରାନୁଙ୍କ ଗୀତ ଶୁଣି ଏପରି ମୁଗ୍ଧ ହୋଇଯାଇଥଇଲେ ଯେ ତାଙ୍କ ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ହଠାତ୍ ଦେଖୁ ଦେଖୁ ରାତାରାତି ଷ୍ଟାର ହୋଇଗଲେ ରାନୁ ମଣ୍ଡଳ। ଆଜି ରାନୁ ନିଜର ଯାଦୁ ଥିବା କଣ୍ଠ ସ୍ବରରେ ଅନେକ ପ୍ରଶଂସକ ବନାଇ ପାରିଛନ୍ତି।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

17 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

48 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

50 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

53 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

60 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago