Categories: ମନୋରଂଜନ

ନିଜର ପ୍ରଥମ ଗୀତ ରିଲିଜ୍‌ ହେବାର କିଛି ସମୟ ପରେ ଲତା ମଙ୍ଗେସକରଙ୍କୁ ଏମିତି ଜବାବ ଦେଲେ ରାନୁ ମଣ୍ଡଳ !

ରାନୁ ମଣ୍ଡଳଙ୍କର ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ଆଜି ରିଲିଜ୍‌ ହୋଇଛି। ଏହି ମଉକାରେ ହିମେଶ ରେସମିୟା ଏକ ପ୍ରେସ୍‌ କନଫେରେନ୍ସ ରଖିଥିଲେ। ହିମେଶ ରାନୁ ମଣ୍ଡଳଙ୍କୁ ସାଙ୍ଗରେ ନେଇ ପହଁଚିଥିଲେ। ରାନୁ ନାଲି ରଙ୍ଗର ସାଢ଼ୀ ପିନ୍ଧି ବହୁତ ପରିବର୍ତ୍ତନଶୀଳ ଲାଗୁଥିଲେ। ଶହ ଶହ ମିଡିଆ ପର୍ସନ ତାଙ୍କ ସାମ୍ନାରେ ଥିଲେ ଏବଂ ତାଙ୍କୁ ପ୍ରଶ୍ନ କରୁଥିଲେ। ରାନୁ ସମସ୍ତଙ୍କୁ ଜବାବ୍‌ ଦେଲେ। ରାନୁ ବହୁତ କନଫିଡେଣ୍ଟ ନଜର ଆସୁଥିଲେ।

ଗତ କିଛି ଦିନ ପୂର୍ବରୁ ଲତା ମଙ୍ଗେସକର ରାନୁଙ୍କୁ କହିଥିଲେ ଯେ ନିଜର ଅରିଜିନାଲ ଭଏସରେ ଗୀତ ଗାଅ, କାହାକୁ ନକଲି କଲେ ଅଧିକ ଦିନ ଯାଏଁ ତିଷ୍ଠି ହୋଇପାରିନଥାଏ। ଏହି କନଫେରେନ୍ସରେ ହିମେଶ ରେସମିୟା ଲତା ମଙ୍ଗେସକଙ୍କ ବୟାନ ଉପରେ ଜବାବ୍‌ ଦେଇଛନ୍ତି। ହିମେଶ ରେସମିଆ କହିଛନ୍ତି ‘ସବୁ ମଣିଷ କାହା ପାଖରୁ ହିଁ ଅନୁପ୍ରାଣିତ ହୋଇଥାନ୍ତି।’

‘ଠିକ ସେହିଭଳି ରାନୁ ମଣ୍ଡଳ, ଲତା ମଙ୍ଗେସକରଙ୍କ ଠାରୁ ଅନୁପ୍ରାଣିତ ହୋଇଛନ୍ତି। ଯେଉଁଭଳି ଭାବେ କୁମାର ସାନୁ ନିଜକୁ କିଶୋର କୁମାରଙ୍କ ଠାରୁ ଅନୁପ୍ରାଣିତ ହୋଇଛନ୍ତି ବୋଲି କୁହନ୍ତି, ଠିକ ସେହିଭଳି କାହିଁକି କେହି ଲତା ମଙ୍ଗେସକରଙ୍କ ଭଳି ହୋପାରିବେ ନାହିଁ। ସେ ଜଣେ ମହାନ ସିଙ୍ଗର ଅଟନ୍ତି ଏବଂ ତାଙ୍କର ଯେଉଁ ଯାତ୍ରା ରହିଥିଲା ସେଥିରେ ସମସ୍ତେ ଅନୁପ୍ରାଣିତ ହୋଇପାରିବେ, ଠିକ ସେହିପରି ରାନୁ ମଧ୍ୟ ହୋଇଛନ୍ତି। କିନ୍ତୁ ଏହି କଥା ମଧ୍ୟ ସତ ରାନୁ ଜଣେ ବର୍ଣ୍ଣ ସିଙ୍ଗର, ତାଙ୍କ ଭିତରେ ପ୍ରତିଭା ଥିଲା।’

ରାନୁ ମଧ୍ୟ ଏହି କଥାରେ ଜବାବ ଦେଇ କହିଛନ୍ତି ସେ ପିଲାଦିନରୁ ଲତାଙ୍କର ଗୀତ ଗାଇ ଆସିଛନ୍ତି। ଲତାଙ୍କର ଏହି ଗୀତ ତାଙ୍କୁ ବହୁତ ପସନ୍ଦ। ସମସ୍ତେ ତାଙ୍କୁ କୁହନ୍ତି ଯେ ତାଙ୍କ ଭଏସ୍‌ ଲତାଙ୍କ ଭଳି ଏବଂ ସେ ଏଥିପାଇଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି।

ଏହାସହ ପଢନ୍ତୁ : ପ୍ରଭାସଙ୍କ ପାଇଁ ପାଗଳାମୀ, ମୋବାଇଲ ଟାଓ୍ଵାର ଉପରେ ଚଢ଼ି ଫ୍ୟାନ୍‌ କହିଲେ ସୁଇସାଇଡ୍‌ କରିଦେବି !

ଏହି କନଫେରେନ୍ସରେ ହିମେଶ ରାନୁଙ୍କ କଥା କହି ଭାବୁକ ହୋଇଯାଇଥିଲେ ଏବଂ କାନ୍ଦିବାକୁ ଲାଗିଲେ। କାନ୍ଦୁଥିବାବେଳେ ହିମେଶଙ୍କ ପତ୍ନୀ ତାଙ୍କୁ ସମ୍ଭାଳିଲେ ଏବଂ ଲୁହ ପୋଛି ଦେଲେ।। ଏହି ପ୍ରେସ କନଫେରେନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେହିପରି ଗୀତଟି ଲଞ୍ଚିଂ ପୂର୍ବରୁ ହିଁ ବହୁତ ହିଟ୍‌ ହୋଇସାରିଛି। ରିଲିଜ୍‌ ହେବାର କିଛି ସମୟ ଭିତରେ ଭାଇରାଲ ହୋଇଗଲା ରାନୁ ମଣ୍ଡଳଙ୍କର ପ୍ରଥମ ଗୀତ।

Pritiparna

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago