ଆଜି ରିଲିଜ୍‌ ହେଉଛି ରାନୁ ମଣ୍ଡଳଙ୍କର ପ୍ରଥମ ଗୀତ, ଥରେ ନିଶ୍ଚୟ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରୁ ସେଲିବ୍ରିଟୀ ହୋଇ ଲୋକଙ୍କର ହ୍ରୁଦୟରେ ରାଜ୍‌ କରୁଥିବା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ର ଟିଜର ରିଲିଜ୍‌ କରାଯାଇଛି। ହିମେଶ ରେସମିୟା ଏହି ଟିଜର ୧୮ ଘଣ୍ଟା ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ପୂରା ଗୀତ ଆଜି ରିଲିଜ୍‌ ହୋଇପାରେ ବୋଲି ସୂଚନା ରହିଛି। ପ୍ରାପ୍ୟ ସୂଚନା ଅନୁଯାୟୀ ଏହି ସମ୍ପୂର୍ଣ୍ଣ ଗୀତ ୧୧ ସେପ୍ଟେମ୍ବରରେ ରିଲିଜ୍‌ କରାଯିବ।

ଏହି ଗୀତର ଲଞ୍ଜିଂ ପାଇଁ ଏକ ବଡ ଇଭେଣ୍ଟ ପ୍ଲାନ କରାଯାଇଛି। ଟିଜରକୁ ସେୟାର କରି ହିମେଶ ଲେଖିଛନ୍ତି,‘ଅଫିସିଆଲ ଟିଜର, ଭଗବାନଙ୍କ କ୍ରୁପାରୁ ‘ହାପି ହାର୍ଡି ଏବଂ ହୀର’ର ଏପିକ୍‌ ବ୍ଲକବ୍ଲଷ୍ଟର ଟ୍ରାକ୍‌ ‘ତେରୀ ମେରୀ କାହାନୀ’ର ପୂରା ଗୀତ ୧୧ ସେପ୍ଟେମ୍ବରରେ ଆସୁଛି। ସପୋର୍ଟ ପାଇଁ ଧନ୍ୟବାଦ।’

rano‘ଏକ ପ୍ୟାର କା ନଗମା ହେ’ ଗୀତ ତାଙ୍କୁ କରିଥିଲା ଲୋକପ୍ରିୟ

ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ମଣ୍ଡଳ ନିଜର ଏକ ଭିଡିଓ ପାଇଁ ରାତାରାତି ବନିଯାଇଥିଲେ ସୁପରଷ୍ଟାର। ରାନୁ ରାଣାଘାଟ ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ଆଜି ନିଜର ଟ୍ଯାଲେଣ୍ଟ ପାଇଁ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ।ଆଜି ନିଜର ସ୍ବର ପାଇଁ ରାନୁ ମଣ୍ଡଳ ବଲିଉଡରେ ଏଂଟ୍ରୀ କରିବାରେ ସଫଳ ହୋଇଛନ୍ତି । ଇଣ୍ଟରନେଟରେ ଛାଇଯାଇଥିବା ରାନୁ ମଣ୍ଡଳ ଏବେ ବଲିଉଡରେ ଗୋଟିଏ ପରେ ଗୋଟିଏ ମ୍ୟୁଜିକ କମ୍ପୋଜ୍ ଗାଇ ବାର ଅଫର ମିଳୁଛି।