ବନାରସ ଗଳିରେ ରୋମାନ୍ସ କରୁଥିବା ନଜର ଆସିଲେ ରଣବୀର- ଆଲିଆ, ଫ୍ୟାନ୍ସ ମାନେ ଦେଲେ ଏମିତି କିଛି କମେଣ୍ଟ……..

ଯଦି ଆପଣ ରଣବୀର କାପୁର ଓ ଆଲିଆ ଭଟଙ୍କର ଜଣେ ଫ୍ୟାନ ହୋଇଥାନ୍ତି ତେବେ ଏହି ଖବରଟି ଅପା ନଙ୍କୁ ନିଶ୍ଚିତ ରୂପେ ଖୁସି ଦେବ । କିଛି ସମୟ ପାଇଁ ହେଉ ପଛକେ ଆପଣଙ୍କ ମନ ବଦଳିଯିବ । କାହିଁକି ନା ପୁଣି ଥରେ ରଣବୀର ଓ ଆଲିଆ ଏକା ସାଥିରେ ନଜର ଆସିବାକୁ ଯାଉଛନ୍ତି । କିନ୍ତୁ କୌଣସି ଫିଲ୍ମରେ ନୁହେଁ । ରିଅଲ ଲାଇଫରେ ଏକାଠି ନଜର ଆସିଛନ୍ତି ରଣବୀର ଓ ଆଲିଆ । ବନାରସ ଗଳିରେ ପରସ୍ପର ସହିତ ରୋମାନ୍ସ କରୁଥିବା ଅବସ୍ଥାରେ ଠାବ ହୋଇଛନ୍ତି ଏହି ଯୋଡି । ଦୁହିଁଙ୍କର କେତେ ଗୁଡିଏ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ଭାଇରାଲ ହେଉଛି | ବଲିଉଡ ସୁନ୍ଦରୀ ଆଲିଆ ଓ ସୁପର ଡାସିଙ୍ଗ ଆକ୍ଟର ରଣବୀର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏମିତିରେ ବି ଦୁହେଁ ଆଗକୁ ଫିଲ୍ମ ବ୍ରହ୍ମଅସ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି ଆଉ ସେ ପୁଣି ପ୍ରଥମ ଥର ପାଇଁ । ଆଉ ଏଦୁହିଁଙ୍କୁ ଦେଖିବା ପାଇଁ ସେମାନଙ୍କ ଫ୍ୟାନ୍ସ ମାନେ ବି ଖୁବ ବ୍ୟତିବ୍ୟସ୍ତ ହୋଇଗଲେଣି । ଦୁହେଁ ଏବେ ବନାରସରେ ସୁଟିଙ୍ଗକୁ ନେଇ ବ୍ୟସ୍ତ ଥିବା ବେଳେ ଏହି ସମୟର କେତେ ଗୁଡିଏ ଫଟୋ ତଥା ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ସେପଟେ ଟ୍ୱିଟରରେ #Brahmastra ଟ୍ରେଣ୍ଡ ହେବାରେ ଲାଗିଛି ।

 

ଭାଇରଲ ହେଉଥିବା ଏହି ଫଟୋ ତଥା ଭିଡିଓରେ ଦୁହେଁ କୌଣସି ଏକ ଗୀତର ସୁଟିଙ୍ଗ କରୁଥିବା ଅନୁମାନ କରାଯାଉଛି । ବନାରସ ଗଳିରେ ଡ଼୍ୟାନ୍ସ କରୁଥିବା ବେଳେ ନୌକା ଉପରେ ବସିଥିବା ବି ଦେଖାଯାଇଛନ୍ତି । ଏହି ସମସ୍ତ ଫଟୋରେ ଦୁହିଁଙ୍କ ଯୋଡି ବି ଖୁବ ଜବରଦସ୍ତ ଦେଖାଦେଉଛି । ଯିଏ ଦେଖୁଛନ୍ତି ତାରିଫ ନକରି ରହିପାରୁ ନାହାନ୍ତି । ୟୁଜର୍ସ ମାନେ ଅଥୟ ହୋଇଗଲେଣି ଆଉ କହିଲେଣି ଯେମିତି ଏମାନଙ୍କ ଫିଲ୍ମ ଟି ଶୀଘ୍ର ରିଲିଜ ହେଉ । ମନେପକେଇ ଦେଉଛୁକି ଏଇ ନିକଟରେ ଆଲିଆ ନିଜର 29 ତମ ଜନ୍ମଦିନ ପାଳନ କରିଥିବାବେଳେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଏହା ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.