ବାହା ହେବା ପାଇଁ ଦୀପିକାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ ରଣବୀର, କିନ୍ତୁ ଏଯାଏଁ କରିଲେନି ପାଳନ

ବଲିଉଡର ସବୁଠାରୁ ଉତ୍ତମ ଯୋଡି ଭାବେ ରଣବୀର ଏବଂ ଦୀପିକାଙ୍କ ଯୋଡି ବେଶ୍‌ ଜଣାଶୁଣା। ରଣବୀର ଦୀପିକାଙ୍କ ପାଇଁ ପରଫେକ୍ଟ ଏହା ଅନେକ ଥର ସେ ସାବ୍ୟସ୍ତ କରିସାରିଲେଣି। କ’ଣ ଆପଣ ଜାଣନ୍ତି, ରଣବୀର ପରଫେକ୍ଟ ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ହୋଇପାରନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ଦୀପିକାଙ୍କୁ କଥା ଦେଇ କଥା ରଖିନାହାନ୍ତି ରଣବୀର।

ranverr

ଆପଣ ଭାବୁଥିବେ, ରଣବୀର ଏମିତି କ’ଣ କଲେ ଯେ, ଦୀପିକାଙ୍କୁ କରିଥିବା ପ୍ରତିଜ୍ଞାକୁ ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ନିକଟରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛତ୍ରୀଙ୍କ ଇନଷ୍ଟାଗ୍ରାମରେ ଚାଟ୍‌ କରୁଥିବା ସମୟରେ ରଣବୀର ଏକଥା ଖୁଲାସା କରିଛନ୍ତି। ରଣବୀର କହିଛନ୍ତି, ଦୀପିକା ଏବଂ ତାଙ୍କ ପରିବାର ଲୋକଙ୍କୁ ଇମପ୍ରେସ୍‌ କରିବା ପାଇଁ ମୁଁ ବହୁତ ଭଲ ବଟର ଚିକେନ କରିପାରେ ବୋଲି କହିଥିଲି। କିନ୍ତୁ ଏପର୍ଯ୍ୟନ୍ତ ରଣବୀର ସେମାନଙ୍କୁ ବଟର ଚିକେନ କରି ଖାଇବାକୁ ଦେଇନାହାନ୍ତି। ବିବାହ ପୂର୍ବରୁ ଏପରି କଥା ଦେଇଥିବା ରଣବୀର ଏଯାଏଁ ପୂରଣ କରିନାହାନ୍ତି। ଏହାକୁ ନେଇ ରଣବୀର କହିଛନ୍ତି, ମୁଁ ସେମାନଙ୍କୁ ଚିକେନ ତ ଖାଇବାକୁ ଦେଇଛି କିନ୍ତୁ ଚିଟିଂ କରି। ମୁଁ ରେଡିମେଡ ଚିକେନ କରି ଖାଇବାକୁ ଦେଇଥିଲି। ମୋତେ ଚିକେନ ନୁହେଁ କେବଳ ଅଣ୍ଡା ଡିସ୍‌ ପ୍ରସ୍ତୁତ କରିବା ଆସିଥାଏ।

ଦୀପିକାଙ୍କୁ ରୋଷେଇ କରିବା ବେଶ୍‌ ପସନ୍ଦ କିନ୍ତୁ ମୋତେ ଆସିନାହିଁ। ଦୀପିକା ମୋ’ ଠାରୁ ବହୁତ ଭଲ ରୋଷେୟା ବୋଲି ରଣବୀର କହିଛନ୍ତି। କେବଳ ମୁଁ ତାଙ୍କୁ ତାଙ୍କୁ ହେଲପ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.