ଦୀପିକା ନୁହେଁ ଆଲିଆଙ୍କ ସହିତ ରୁଷରେ ରୋମାନ୍ସ କରିବେ ରଣବୀର ସିଂ, ଚାଲିଛି ପ୍ଲାନିଂ

ପତ୍ନୀ ଦୀପିକା ପାଦୁକୋନଙ୍କୁ ଛାଡି ଆଲିଆ ସହିତ ରୁଷରେ ରୋମାନ୍ସ କରିବେ ରଣବୀର ସିଂ। କଥାଟି ଶୁଣି ଅଡୁଆ ଲାଗୁଥାଇପାରେ। କିନ୍ତୁ ଏହା କୌଣସି ରିଅଲ ଲାଇଫ ନୁହେଁ ରିଲ ଲାଇଫରେ ହେବାକୁ ଯାଉଛି। ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ରକି ଔର ରାନୀକି ପ୍ରେମ କାହାଣୀ’ର ପାଇଁ ଏହି ପ୍ଲାନିଂ ଚାଲିଛି। ଫିଲ୍ମର ଗୀତ ସୁଟ ପାଇଁ ରୁଷ ଯିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜାଣିବାକୁ ମିଳିଛି।

ଏହି ଗୀତକୁ କୋରିଓଗ୍ରାଫର ରେମୋ ଡିସୁଜା କୋରିଓଗ୍ରାଫ କରିବେ। ଫିଲ୍ମଟି କରଣ ଜୋହର ନିର୍ଦ୍ଦେଶନା ଦେବେ। ଚାରି ବର୍ଷ ପରେ ନିର୍ଦ୍ଦେଶନା କ୍ଷେତ୍ରକୁ ପୁଣି ଫେରିଛନ୍ତି କରଣ। ଗତ ୨୦୧୬ରେ ଫିଲ୍ମ ‘ଏ ଦିଲ୍ ମୁସ୍କିଲ’ ପାଇଁ ନିର୍ଦ୍ଦେଶନା ଦେଇଥିଲେ।

 

View this post on Instagram

 

A post shared by Alia Bhatt ☀️ (@aliaabhatt)

ଫିଲ୍ମ ‘ରକି ଔର ରାନୀକି ପ୍ରେମ କାହାଣୀ’ରେ ଆଲିଆ ଏବଂ ରଣବୀରଙ୍କ ବ୍ଯତୀତ ଶବାନା ଆଜମୀ, ଧର୍ମେନ୍ଦ୍ର, ଜୟା ବଚ୍ଚନ ପ୍ରମୁଖ ଭୂମିକାରେ ରହିଛନ୍ତି। ଗତ କିଛିଦିନ ତଳେ ରଣବୀର ଫିଲ୍ମ ସେଟରୁ ଧର୍ମେନ୍ଦ୍ରଙ୍କ ଫଟୋ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.