ସାମ୍ନାକୁ ଆସିଲା ରଣବୀର ସିଂଙ୍କ ଅପ୍‌କମିଂ ଫିଲ୍ମ, ଏହି ୫ଜଣ ସୁପରଷ୍ଟାରଙ୍କ ସହ ଆସିବେ ନଜର

ବଲିଉଡ ଅଭିନେତା ରଣବୀର ସିଂ ଜୁଲାଇ ୨୭ ରେ ଆଦିତ୍ୟ ଧରଙ୍କ ସହ ତାଙ୍କର ଅପ୍‌କମିଂ ଆକ୍ସନ୍ ଥ୍ରୀଲର ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିବାବେଳେ ନିର୍ମାତାମାନେ ଷ୍ଟାର କାଷ୍ଟକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି । ରଣବୀର ସିଂଙ୍କ ବ୍ୟତୀତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆର୍‌ ମାଧବନ୍, ଅକ୍ଷୟ ଖାନ୍ନା ଏବଂ ଅର୍ଜୁନ ରାମପାଲଙ୍କ ପରି ଅନେକ ଅଭିନେତା ଦେଖିବାକୁ ମିଳିବେ । ଆଦିତ୍ୟ ଧରଙ୍କ ଏହି ଫିଲ୍ମ ଜିଓ ଷ୍ଟୁଡିଓ ଏବଂ B62 ଷ୍ଟୁଡିଓ ଦ୍ୱାରା ନିର୍ମିତ । ଏହି ଫିଲ୍ମର କାଷ୍ଟକୁ ଦେଖି ଲୋକମାନେ ବର୍ତ୍ତମାନ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି ।

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ଆଦିତ୍ୟ ଧର ତାଙ୍କର ଦ୍ୱିତୀୟ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ସମେତ ୬ ଜଣ ଅଭିନେତା ଏକାଠି ଦେଖିବାକୁ ମିଳିବେ । ତେବେ ଫିଲ୍ମରେ ଆର ମାଧବନ୍, ଅକ୍ଷୟ ଖାନ୍ନା ଏବଂ ଅର୍ଜୁନ ରାମପାଲଙ୍କ ପରି ଅନେକ ଷ୍ଟାରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ତେବେ ନିର୍ମାତାମାନେ ଫିଲ୍ମର ନାମ ଘୋଷଣା କରିନାହାଁନ୍ତି । ଆଦିତ୍ୟ ଧରଙ୍କ ଏହି ଫିଲ୍ମର ଷ୍ଟୋରି ବହୁତ ଜବରଦସ୍ତ ହେବାକୁ ଯାଉଛି । ରଣବୀର ସିଂ ‘ଧୁରନ୍ଦର’ ନାମକ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଦର୍ଶକଙ୍କ ଉତ୍ସାହ ଆହୁରି ବଢାଇଛନ୍ତି ।

ରଣବୀର ସିଂ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିବା ବେଳେ ଲେଖିଛନ୍ତି, ‘ଏହି ଖୁସି ଖବର ମୋର ପ୍ରଶଂସକମାନଙ୍କ ପାଇଁ, ଯେଉଁମାନେ ଧର୍ଯ୍ୟବାନ ଥିଲେ ଏବଂ ଏହି ଫିଲ୍ମ ବିଷୟରେ ଜାଣିବା ପାଇଁ ବହୁ ସମୟ ଅପେକ୍ଷା କରିଥିଲେ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ ଏବଂ ତେଣୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ଏଥର ଆମେ ଏକ ଫିଲ୍ମ ଆଣିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ଭାବି ନଥିବେ । ଆପଣଙ୍କ ଆଶୀର୍ବାଦ ସହିତ, ଆମେ ଏହି ଚମତ୍କାର, ବଡ ଫିଲ୍ମ ଫଟୋ ସେୟାର କରିବା ସହ ଆପଣମାନଙ୍କୁ ଏହି ଅପ୍‌କମିଂ ଫିଲ୍ମକୁ ନେଇ ଅପ୍‌ଡେଟ୍‌ ଦେଉଛୁ । ଏଥର ଏହା ପର୍ସନାଲ ।

ରଣବୀର ସିଂ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ୍‌ ଏଗେନ୍‌’ ବ୍ୟତୀତ, ଆଦିତ୍ୟ ଧରଙ୍କ ଅପ୍‌କମିଂ ଫିଲ୍ମରେ ସଞ୍ଜୟ ଦତ୍ତ, ଆର ମାଧବନ୍ ଅକ୍ଷୟ ଖାନ୍ନା ଏବଂ ଅର୍ଜୁନ ରାମପାଲଙ୍କ ସହ ନଜର ଆସିବେ । ଯାହା ଦର୍ଶକମାନଙ୍କ ପାଇଁ ବେଶ୍‌ ମଜାଦାର ହେବାକୁ ଯାଉଛି ।