ବଡ ପରଦାରେ ନିର୍ମାଣ ହେବ ଫିଲ୍ମ ‘ଶକ୍ତିମାନ’, ରଣବୀର ସିଂ ହୋଇପାରନ୍ତି ଶକ୍ତିମାନ

ଟିଭିର ଲୋକପ୍ରିୟ ଶୋ ଶକ୍ତିମାନ ସିରିଅଲ୍‌ ୯୦ ଦଶକର ସବୁ ପିଲାଙ୍କର ପ୍ରିୟ ସିରିଅଲ ଥିଲା। ଏହାକୁ ଦେଖିବା ପାଇଁ ପିଲାମାନେ ସମୟ ହେବା ଆଗରୁ ଟିଭି ସାମ୍ନାରେ ବସିପଡୁଥିଲେ। ଏହି ଶୋ ସମସ୍ତଙ୍କ ମନୋରଂଜନ କରିପାରିଥିଲା। ଏଥିରେ ମୁକେଶ ଖାନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଶୋର ଲୋକପ୍ରିୟତା ଦେଖି ମାର୍ବଲ ସିନେମାଟିକ୍‌ ୟୁନିଭର୍ସରେ ସାମିଲ କରାଯାଇଥିଲା। ଯାହାର ଲିଡ ରୋଲରେ ବଲିଉଡରେ ଜଣାଶୁଣା କଳାକାରଙ୍କ ନାମ ଆସିବା ଶୁଣିବାକୁ ମିଳୁଛି।

ଗତ କିଛିଦିନ ହେଲାଣି ଖବର ଶୁଣିବାକୁ ମିଳୁଛି ଯେ, ଶକ୍ତିମାନ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ୧୯୯୭ରେ ଆସିଥିବା ଶୋ ଶକ୍ତିମାନରେ ଲିଡ ରୋଲରେ ନଜର ଆସିଥିଲେ ମୁକେଶ ଖାନ୍ନା। କିଛିଦିନ ପୂର୍ବେ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଫିଲ୍ମ ଶକ୍ତିମାନର ନିର୍ମାଣ ସୋନୀ ପିକ୍ଚର୍ସ ଇଣ୍ଟରନ୍ୟାସନାଲ ଏବଂ ମୁକେଶ ଖାନ୍ନା ପ୍ରଡକ୍ସନ ହାଉସରେ ଭୀଷ୍ମ ଇଣ୍ଟରନ୍ୟାସନାଲ ଦ୍ୱାରା ମିଶି କରାଯାଉଛି । ପୂର୍ବରୁ କୁହାଯାଉଥିଲା, ଏହି ଫିଲ୍ମ ପାଇଁ ବିଦ୍ୟୁତ ଜାମଓ୍ଵାଲ କିମ୍ବା ବିକ୍କି କୌଶଲଙ୍କୁ ଷ୍ଟାରକାଷ୍ଟ କରାଯିବାକୁ ଥିଲା।

କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି କି, ରଣବୀର ସିଂ ଏହି ଭୂମିକାରେ ନଜର ଆସିପାରନ୍ତି। ରଣବୀର ଏହି ଅଫର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରଣବୀର ଫିଲ୍ମ ପାଇଁ ସାଇନ କରିନାହାନ୍ତି। ମୁକେଶ ଖାନ୍ନା ଏହି ଖବରକୁ ନେଇ ମୁହଁ ଖୋଲିନାହାନ୍ତି। କିନ୍ତୁ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହାନ୍ତି।

ଏବେ ରଣବୀର ସିଂ ଫିଲ୍ମ ‘ଜୟେଶଭାଇ ଜୋରଦାର’ରେ ନଜର ଆସିଛନ୍ତି। ଏବେ ଆଲିଆ ଭଟ୍ଟ ସହିତ ଫିଲ୍ମ ‘ରକି ଏବଂ ରାନି କି ପ୍ରେମ କାହାନୀ’କୁ ନେଇ ଚର୍ଚ୍ଚା ହେଉଛି। ଏହାପରେ ପାଇପଲାଇନରେ ଫିଲ୍ମ ‘ସର୍କସ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.