ରଣବୀର ଏବଂ ଦୀପିକାଙ୍କ ଜରବଦସ୍ତ ଡ୍ୟାନ୍ସରେ ଲାଗିଲା ‘କରେଣ୍ଟ’, ରିଲିଜ ହେଲା ଫିଲ୍ମ ‘ସର୍କସ’ର ପ୍ରଥମ ଗୀତ

ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସର୍କସ’ର ପ୍ରଥମ ଗୀତ ‘କରେଣ୍ଟ ଲଗା ରେ’ ରିଲିଜ ହୋଇଛି। ଏହି ଗୀତରେ ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଦୁହିଁଙ୍କ ଯୋଡି ଅନ ସ୍କ୍ରିନ ଧମାଲ୍ କରୁଛନ୍ତି ।
କମେଡି ଡ୍ରାମା ‘ସର୍କସ’ର ଗୀତ କରେଣ୍ଟ ଲଗା ରେ କୁ ନେଇ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରିଥିଲେ। ଗୀତ ରିଲିଜ ହେବା ପରେ ଫ୍ୟାନ୍ସ ଦୁହିଁଙ୍କ ଡ୍ୟାନ୍ସ ଦେଖି ବେଶ୍ ଖୁସି ରହିଛନ୍ତି । ଦୁହିଁଙ୍କ ଯୋଡି ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଛନ୍ତି ।
Here’s a look at #DeepVeer‘s electrifying chemistry in #Cirkus‘ first track #CurrentLagaRe 💥
Watch full song: https://t.co/jCpl5GMAuo@RanveerOfficial @deepikapadukone#DeepikaPadukone #RanveerSigh #RohitShetty #Cirkus #CurrentLagaReOutNow #Bollywood #CirkusThisChristmas pic.twitter.com/3Nzb5aIwsl
— Delhi Times (@DelhiTimesTweet) December 8, 2022
ଏହି ଗୀତକୁ ନକ୍ସ ଅଜିଜ ଏବଂ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ। ତେବେ ଗୀତଟି ରିଲିଜ ହେବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେବାରେ ଲାଗିଛି ।
ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କମେଡି-ଡ୍ରାମା ଫିଲ୍ମ ‘ସର୍କସ’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିସେମ୍ବର ୨ ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ଦେଖିବା ପରେ ‘ସର୍କସ’ ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି । ଫିଲ୍ମଟି ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୩ ରେ ରିଲିଜ ହେବ । ରଣବୀର ଏବଂ ଦୀପିକାଙ୍କ ବ୍ୟତୀତୀ ପୂଜା ହେଗଡେ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ ।
ସୂଚନା ମୁତାବକ, ଫିଫା ବିଶ୍ୱକପର ଟ୍ରଫି ଅନାବରଣ କରିବେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ । କତାରରେ ଚାଲିଥିବା ଫିଫା ବିଶ୍ୱକପର ଫାଇନାଲରେ ଦୀପିକା ଫିଫା ଟ୍ରଫି ଅନାବରଣ କରିବେ । କୌଣସି ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଜଣେ କଳାକାରଙ୍କ ଦ୍ୱାରା ଫିଫାର ଟ୍ରଫି ଅନାବରଣ ହେବା ଫିଫା ବିଶ୍ୱକପ ଇତିହାସରେ ଏହା ପ୍ରଥମ । ଫିଫା ଟ୍ରଫି ଅନାବରଣ କରିବା ପାଇଁ ଖୁବ ଶୀଘ୍ର ଦୀପିକା କତାର ଗସ୍ତ କରିବେ ବୋଲି ଜଣା ପଡିଛି । ଏହି ଖବର ପାଇବା ପରେ ଦୀପିକାଙ୍କ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ୧୮ତାରିଖରେ କତାରର ଲୁସେଲ୍ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମୁକାବିଲା । ପୂର୍ବରୁ କାନ୍ସ ଫେଷ୍ଟିଭାଲରେ ଜୁରୀ ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ।