ମନୋରଂଜନ

‘ମୋ ଫଟୋକୁ ଏଡିଟ୍‌ କରି ଏଭଳି କରାଯାଇଛି’; ନଗ୍ନ ଫଟୋସୁଟ୍‌ ମାମଲାରେ ସଫେଇ ଦେଲେ ରଣବୀର ସିଂ

ଅଭିନେତା ରଣବୀର ସିଂ ଆଜିକାଲି କିଛି ନା କିଛି କାରଣକୁ ନେଇ ଚର୍ଚ୍ଚା ପରିସରକୁ ଆସୁଛନ୍ତି। ନିକଟରେ ତାଙ୍କର ନଗ୍ନ ଫଟୋସୁଟ ପୂରା ବଲିଉଡ୍‌ରେ ନିଅାଁ ଲଗାଇ ଦେଇଥିଲା। ଏଥିଯୋଗୁ ଅଭିନେତା ଲାଇମଲାଇଟକୁ ଆସିଥିଲେ। ରଣବୀର ସିଂଙ୍କ ଫଟୋସୁଟର ଫଟୋଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ହେଲେ ଅଭିନେତାଙ୍କର ଏହି ଫଟୋସୁଟ ଅନେକ ଲୋକଙ୍କୁ ପସନ୍ଦ ଆସି ନ ଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏପରି କି, ମାମଲା ପୋଲିସ ପାଖରେ ବି ପହଞ୍ଚି ଯାଇଥିଲା। ବର୍ତ୍ତମାନ ରଣବୀର ସିଂ ଏହି ମାମଲାରେ ନିଜର ବୟାନ ରେକର୍ଡ କରାଇଛନ୍ତି, ଯାହା ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।

ଗତ ମାସରେ ଏକ ନଗ୍ନ ଫଟୋସୁଟକୁ ନେଇ ରଣବୀର ସିଂଙ୍କୁ ମୁମ୍ବାଇର ଚେମ୍ବୁର ଥାନାକୁ ଡକାଯାଇଥିଲା। ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ଅଭିନେତା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଥାନାରେ ଉପସ୍ଥିତ ରହିଥିଲେ ଏବଂ ନିଜ ବୟାନ ରେକର୍ଡ କରାଇଥିଲେ। ବର୍ତ୍ତମାନର ସୂଚନା ମୁତାବକ, ରଣବୀର ନିଜ ବୟାନରେ କହିଛନ୍ତି କି, କେହି ଜଣେ ତାଙ୍କର ଏକ ଫଟୋ ସହିତ ଭୁଲ୍‌ କାମ କରିଛି। ଫଟୋରେ ବହୁତ କିଛି ଏପଟସେପଟ କରାଯାଇଛି। ତାଙ୍କ କହିବା ହେଲା ଯେ ଫଟୋକୁ ଯେଭଳି ଭାବେ ଦେଖାଯାଉଛି, ସେହିଭଳି ଫଟୋସୁଟ୍‌ ସେ କରାଇ ନ ଥିଲେ। ପୋଲିସ ରଣବୀର ସିଂଙ୍କ ବୟାନ ରେକର୍ଡ କରିନେବା ସହ ଏହାକୁ ଯାଞ୍ଚ ମଧ୍ୟ କରୁଛି। କହି ରଖୁଛୁ, ରଣବୀର ଗତ ଅଗଷ୍ଟ ୨୯ରେ ଏହି ମାମଲାରେ ନିଜ ବୟାନ ରେକର୍ଡ କରିଥିଲେ।

ରଣବୀର ସିଂ ଜୁଲାଇ ୨୨ରେ ନିଜ ନଗ୍ନ ଫଟୋସୁଟର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା କ୍ଷଣି ସୋସିଆଲ ମିଡିଆରେ ଏକ ପ୍ରକାର ହଇଚର ସୃଷ୍ଟି ହୋଇଥିଲା। ରଣବୀର ଏହି ଫଟୋସୁଟ ଏକ ମାଗାଜିନ୍‌ ପାଇଁ କରାଇଥିଲେ। କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରୁ ଲୋକମାନେ ଫଟୋଗୁଡ଼ିକୁ ଅଧିକରୁ ଅଧିକ ସେୟାର କରିବା ଆରମ୍ଭ କରିଥିଲେ। ଯେମିତି ହିଁ ଫଟୋଗୁଡ଼ିକ ଭାଇରାଲ ହୋଇଥିଲା, ତ ସାରା ଦେଶରେ ଅଭିନେତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ଅଭିନେତାଙ୍କ ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ରଣବୀର ସିଂ ବହୁତ ଜଲ୍‌ଦି ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ରେ ନଜର ଆସିବେ। ଏହା ବ୍ୟତୀତ ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସର୍କସ’ରେ ମଧ୍ୟ ଦେଖାଯିବେ।

କହି ରଖୁଛୁ, ଏକ ଲୋକପ୍ରିୟ ମାଗାଜିନ୍‌ ପାଇଁ ରଣବୀର ସିଂ ଏହି ନଗ୍ନ ଫଟୋସୁଟ୍‌ କରାଇଥିଲେ। କିଛି ଫଟୋରେ ତାଙ୍କ ଦେହରେ ସୂତା ଖିଅଟିଏ ବି ନ ଥିଲା। ରଣବୀର ସିଂଙ୍କର ଏହି ନ୍ୟୁଡ୍‌ ପୋଜ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଫଟୋରେ ରଣବୀର ବେଶ୍‌ କନିଫିଡେଣ୍ଟ ନଜର ଆସିଥିଲେ। ରଣବୀରଙ୍କୁ ଏ ଅବସ୍ଥାରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ରିଆକ୍ସନ୍‌ ଦେଇଥିଲେ। କିଛି ଫ୍ୟାନ୍‌ ତ ନିଜକୁ ବିଶ୍ୱାସ କରିପାରୁ ନ ଥିବା କହିଥିଲେ।

Roshni

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

10 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

19 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

28 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

44 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

59 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago