୩ ମାସର ହେଲା ଦୀପିକା-ରଣବୀରଙ୍କ ଝିଅ ‘ଦୁଆ’, ଜେଜେମାଆ ଅଞ୍ଜୁ ଭବନାନୀ ଦାନ କଲେ ନିଜ କେଶ
ରଣବୀର ସିଂ ଓ ଦୀପିକା ପାଦୁକୋନ ଚଳିତ ବର୍ଷ ସେପ୍ଟେମ୍ବରରେ ବି-ଟାଉନର ପ୍ୟାରେଣ୍ଟସ୍ କ୍ଲବରେ ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୮ରେ ଏକ ସୁନ୍ଦର ଶିଶୁକନ୍ୟାକୁ ସ୍ୱାଗତ କରିଥିଲେ ଏହି କପଲ୍ । କନ୍ୟା ସନ୍ତାନର ନାମ ସେମାନେ ‘ଦୁଆ’ ରଖିଛନ୍ତି । ବର୍ତ୍ତମାନ ଦୁଆ ତିନି ମାସର ହୋଇଯାଇଛି ।
ଏହି ଖାସ୍ ଅବସରରେ ରଣବୀର ସିଂଙ୍କ ମା’ ତଥା ଦୀପିକାଙ୍କ ଶାଶୁ ଅଞ୍ଜୁ ଭବନାନୀ ଏମିତି କିଛି କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନାତୁଣୀ ‘ଦୁଆ’ ତିନି ମାସର ହେବା ପରେ ଅଞ୍ଜୁ ଭବନାନୀ ନିଜ କେଶ ଦାନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏହାର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ରଣବୀରଙ୍କ ମା’ ନିଜ କେଶ କାଟିଥିବା ଦେଖିବାକୁ ମିଳିଛି ।
ଦୁଇଟି ଫଟୋରେ ଅଞ୍ଜୁ ଭବନାନୀ ନିଜର କଟା କେଶ ଏବଂ ନୂଆ ଲୁକରେ ଦେଖାଯାଉଛନ୍ତି । ଏହା ସହିତ ସେ ନାତୁଣୀ ‘ଦୁଆ’ ପାଇଁ ମଧ୍ୟ ଏକ ଖାସ୍ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟଟି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
‘ଦୁଆ’ ନାମରେ କରିଥିବା ପୋଷ୍ଟରେ ସେ ଲେଖିଛନ୍ତି, ‘ମୋର ପ୍ରିୟ ଦୁଆ, ତୁମକୁ ତୃତୀୟ ମାସ ଜନ୍ମଦିନର ଶୁଭେଚ୍ଛା । ଆମେ ଦୁଆର ଗ୍ରୋ ହେବାର ପ୍ରତ୍ୟେକ ମାସ ସେଲିବ୍ରେଟ୍ କରୁଛୁ । ଏହା ଆମକୁ ଉତ୍ତମ ଏବଂ ଦୟାଳୁ ହେବାର ଶକ୍ତିକୁ ମନେ ପକାଇ ଦେଉଛି । ଆଶା କରେ, ମୋର ଏହି ଛୋଟ କାମଟି ଅସୁବିଧାରେ ଥିବା କିଛି ଲୋକଙ୍କ ପାଇଁ ଉପଯୋଗୀ ହେବ ଏବଂ ସେମାନଙ୍କୁ ଆରାମ ଓ ଆତ୍ମବିଶ୍ୱାସ ଦେଇପାରିବ’ ।
ଫଟୋରେ ଅଞ୍ଜୁ ଭବନାନୀ କେଶ ଦାନ କରିବା ପରେ ନିଜର ନୂଆ ଲୁକ୍ ଦେଖାଇଛନ୍ତି । ସେ କାନ୍ଧ ପର୍ଯ୍ୟନ୍ତ କେଶ କାଟିଥିବା ବେଳେ ନୂଆ ଲୁକରେ ବହୁତ ସ୍ମାର୍ଟ ଦେଖାଯାଉଛନ୍ତି ।
କହି ରଖୁଛୁ, କିଛି ଦିନ ତଳେ ଦୀପିକା ନିଜର କୁନି ଝିଅ ସହିତ ବେଙ୍ଗାଲୁରୁରେ ବାପଘରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇ ଫେରିଆସିଛନ୍ତି ।