ଦିନେ ଲୋକଙ୍କ ଫୋନରୁ ନମ୍ବର ଚୋରି କରୁଥିଲେ, ଆଜି ହେଉଛନ୍ତି ସୁପରଷ୍ଟାର

ଦିନେ ଲୋକଙ୍କ ପକେଟରୁ ଚୋରି କରୁଥିଲେ ଫୋନ୍ ନମ୍ୱର୍। କିନ୍ତୁ ଆଜି ହେଉଛନ୍ତି ବଲିଉଡ଼ ଜଗତର ସେ ଜଣେ ବଡ଼ କଳାକାର। ହୁଏତ ଆପଣଙ୍କୁ ବିଶ୍ଵାସ ହେଉ ନଥିବ କିନ୍ତୁ ରଣବୀର ସିଂ ମଧ୍ୟ ବଲିଉଡ଼ ଜଗତରେ ଅଭିନୟ କରିବା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ପୁଣି ଏହା ମଧ୍ୟ ଜଣାପଡ଼ିଛି ଯେ ସେ ଅଡିସନ୍ ଦେବା ପାଇଁ ଚୋରି କରୁଥିଲେ ନମ୍ୱର୍। ତାଙ୍କର ଅଦ୍ଭୁତ ଜୀବନ ଓ ପୋଷକ ଶୈଳୀ ଏବଂ ଜବରଦସ୍ତ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛନ୍ତି ରଣବୀର ସିଂ। କିନ୍ତୁ ଗୋଟେ ସମୟରେ ଲୋକଙ୍କ ଫୋନରୁ ନମ୍ବର ଚୋରି କରୁଥିଲେ ସେ, ଯାହାପାଇଁ ସେ ଆଜି ବଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର କଳାକାର ହୋଇ ପାରିଛନ୍ତି। ରଣବୀର ସିଂ ସବୁବେଳେ ନିଜର ପୋଷକ ଶୈଳୀ ପାଇଁ ଜଣାଶୁଣା, ସେ ବହୁତ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି।

dp and ranveer
picture credit – The Indian Express1

ସେ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ଚଳଚ୍ଚିତ୍ରରେ ଖୁବ୍ ପରିଶ୍ରମ କରିଛନ୍ତି। ରଣବୀର ସିଂ ଜନ୍ମ ହୋଇଥିଲେ ଏକ ସାଧାରଣ ପରିବାରରେ ଏବଂ ପିଲାଦିନରୁ ଅଭିନେତା ହେବାର ସ୍ୱପ୍ନ ଦେଖୁଥିଲେ। ଆହୁରି ମଧ୍ୟ ବହୁତ କମ୍ ଲୋକ ଜାଣନ୍ତି ଯେ ଅନିଲ କପୁର ହେଉଛନ୍ତି ରଣବୀରଙ୍କ ମଉସା ବୋଲି। ହଁ, ଉଭୟ ଅନିଲ କପୁରଙ୍କ ପତ୍ନୀ ଏବଂ ରଣବୀର ସିଂଙ୍କ ମା’ ଦୁଇ ଭଉଣୀ। ତେବେ ରଣବୀର ସିଂ କେବେ ହେଲେ ଏହାର ଫାଇଦା ପାଇନାହାଁନ୍ତି। ସେ କଠିନ ପରିଶ୍ରମ କରି ଇଣ୍ଡଷ୍ଟ୍ରିରେ ଆସିବାକୁ ସଂଘର୍ଷ କରିଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।

ରଣବୀର ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୨ ଟି ଚଳଚ୍ଚିତ୍ରରେ କାମ କରିସାଛନ୍ତି। ସେଥିମଧ୍ୟରୁ କିଛି ହିଟ୍, କିଛି ବ୍ଲକବଷ୍ଟର ଏବଂ କିଛି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ମଧ୍ୟ ହୋଇଛି। କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଜୀବନ ଶୈଳୀ ପାଇଁ ସେ ଖୁବ୍ ଚର୍ଚ୍ଚିତ। ସେ ଜଣେ ବାହାର ଲୋକ ଭାବରେ ବଲିଉଡରେ ପ୍ରବେଶ କରିଥିଲେ। ବିଶେଷ କଥା ହେଉଛି ରଣବୀର ସିଂଙ୍କୁ ଏଥିପାଇଁ କୌଣସି ବିଶେଷ ଦୁଃଖ ମଧ୍ୟ ନାହିଁ। କାରଣ ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଆଜି ସେହି ପଦବୀ ହାସଲ କରିଛନ୍ତି, ଯେଉଁଠାରେ ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ କୋଟି କୋଟି ଲୋକ ତାଙ୍କୁ ସୋସିଆଲ ମିଡ଼ିଆରେ ଫଲୋ ମଧ୍ୟ କରନ୍ତି।

Ranveer
picture credit – The Indian Express

ରଣବୀର ସିଂ ଜଣେ ଭଲ ଶିକ୍ଷିତ କଳାକାର ମଧ୍ୟ। ସେ ଆମେରିକାରୁ କଲେଜ ଶିକ୍ଷା କରିଥିଲେ। ସେଠାରେ ସେ ଚାରି ବର୍ଷ ରହିଲେ। ଆମେରିକାରୁ ଫେରିବା ପରେ ରଣବୀର ଏକ ବିଜ୍ଞାପନ ଏଜେନ୍ସିରେ କାର୍ଯ୍ୟ କରିଥିଲେ ଏବଂ O&M ଏବଂ J.Walter Thompson ପାଇଁ କପି ରାଇଟର୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ବଲିଉଡରେ ହିରୋ ହେବା ପୂର୍ବରୁ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ଏକ ସାକ୍ଷାତକାର ସମୟରେ ରଣବୀର ସିଂ ତାଙ୍କ ସଂଘର୍ଷପୂର୍ଣ୍ଣ ସମୟ ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ପ୍ରଡକ୍ସନ୍ ହାଉସକୁ ଯାଇ ପୋର୍ଟଫୋଲିଓ ଦେଉଥିଲେ, କିନ୍ତୁ ନିର୍ଦ୍ଦେଶକ ଏହାକୁ ଅଳିଆ ବାକ୍ସରେ ପକାଉଥିଲେ। ରଣବୀର କହିଛନ୍ତି ଯେ ‘ଏହି ପୋର୍ଟଫୋଲିଓ ତିଆରି କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡୁଥିଲା, କିନ୍ତୁ ଏହା ସତ୍ତ୍ଵେ ମଧ୍ୟ ଏହା କୌଣସି କାମରେ ଆସୁ ନଥିଲା’।

କେବଳ ଏତିକି ନୁହେଁ ରଣବୀର କହିଛନ୍ତି ଯେ ‘ସେ କାମ ଖୋଜିବାରେ ରେଷ୍ଟୁରାଣ୍ଟ ଏବଂ ନାଇଟ୍ କ୍ଲବରେ ଚଳଚ୍ଚିତ୍ର ନିର୍ମାତାଙ୍କ ପଛରେ ଗୋଡ଼ାଉଥିଲେ, ଯାହାଫଳରେ ସେ ଥରେ ଫିଲ୍ମରେ କାମ କରିବାର ସୁଯୋଗ ପାଇବେ। ସେ ଲୋକଙ୍କ ଫୋନରୁ ନମ୍ବର ଚୋରି କରୁଥିଲେ, ଯାହାଫଳରେ ସେମାନେ ଫିଲ୍ମ ନିର୍ମାତାଙ୍କୁ ଫୋନ୍ କରି ଫିଲ୍ମରେ ସୁଯୋଗ ଚାହୁଁଛନ୍ତି ବୋଲି କହିପାରିବେ। କିନ୍ତୁ ତାଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ କାମ ମିଳି ନଥିଲା’। ରଣବୀର ସିଂ ପ୍ରଥମେ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍’ ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ରଣବୀର କହିଛନ୍ତି ଯେ ‘ୟଶ ରାଜ ଫିଲ୍ମ ପାଇଁ ତାଙ୍କୁ ଡକାଯିବା ମାତ୍ରେ ସେ ବହୁତ ଖୁସି ଥିଲେ। ଆଗକୁ ମଧ୍ୟ ସେ ବହୁତ୍ ପରିଶ୍ରମ କରିବେ ଓ ନିଜ ଫ୍ୟାନ ମାନଙ୍କୁ ଭରପୁର ମୋନରଞ୍ଜନ ଯୋଗାଇ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.