ର‍୍ୟାପର କାର୍ଡି ବି କରାଇଲେ ନ୍ୟୁଡ୍‌ ଫଟୋଶୁଟ, ସ୍ୱାମୀ ଅଫ୍‌ସେଟଙ୍କ ସହିତ ଦେଖାଇଲେ ବେବି ବମ୍ପ୍‌

BET ଆଓ୍ଵାର୍ଡସ୍‌ରେ ର‍୍ୟାପର କାର୍ଡି ବି ଓ ତାଙ୍କ ସ୍ୱାମୀ ଅଫ୍‌ସେଟ ଘୋଷଣା କରିଥିଲେ କି, ଜଲ୍‌ଦି ହିଁ ସେମାନେ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କପଲ୍‌ ଏକ ସାଥୀରେ ପରଫର୍ମ କରିବାକୁ ବି ଘୋଷଣା କରିଥିଲେ। କାର୍ଡି ଓ ଅଫ୍‌ସେଟ ପୂର୍ବରୁ ହିଁ ଏକ କନ୍ୟା ସନ୍ତାନର ମାଆ, ବାପା ଅଛନ୍ତି। ସେମାନଙ୍କ କହିବା ହେଲା, ଏବେ ସେ ନିଜ ଝିଅକୁ ବଡ଼ ଉଭଣୀ କରିବାକୁ ଯାଉଛନ୍ତି। କାର୍ଡି ବି ଇନ୍‌ଷ୍ଟାଗ୍ରାମରେ ଏ ନେଇ ଘୋଷଣା କରି ଏକ ସୁନ୍ଦର ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

ଫଟୋରେ ସେ ନିଜ ଝିଅ Kulture Kiari Cephus ସହିତ ନଜର ଆସିଥିଲେ। ଦୁଇଜଣ ମ୍ୟାଚିଂ କରି ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ସୋସିଆଲ ମିଡିଆରେ କାର୍ଡି ଲେଖିଥିଲେ ଯେ ‘ବାସ୍‌ ମୁଁ ଏତିକି ଜାଣିଛି କି, ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାଇବେ ଏବଂ ବହୁତ ଝଗଡ଼ା ଲାଗିବେ। କାହିଁକିନା, ଦୁଇଜଣଙ୍କ ଭିତରେ ୩ ବର୍ଷର ଫରକ ରହିବ। ବିଲ୍‌କୁଲ ମେରୀ ଓ ହେନୀଙ୍କ ଭଳି। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଦୁଇଜଣ ଉଭୟ ଉଭୟଙ୍କ ସହଯୋଗ ପାଇଁ ସବୁବେଳେ ସାଥୀରେ ଛିଡ଼ା ହେବେ’।

କାର୍ଡି ବି ଆଉ ଦୁଇଟି ଫଟୋ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଓ ଅଫ୍‌ସେଟ ବେବି ବମ୍ପ୍‌ ଧରିଥିବା ନଜର ଆସୁଥିଲେ। ଏହା ନ୍ୟୁଡ୍‌ ଫଟୋ ଥିଲା। କାର୍ଡି ଏଥିରେ କ୍ୟାପସନ ଲେଖିଥିଲେ କି, ‘ଆମେ ପରସ୍ପରର କଥା ଶୁଣିଲୁ, ପ୍ରାର୍ଥନା କଲୁ ଏବଂ ଏହାପରେ ଭଗବାନ ଆମକୁ ଓ ଆମ ପରିବାରକୁ ଆଉ ଏକ ଛୋଟ ଆଶୀର୍ବାଦ ଦେଲେ। ଆମ ଘର ବହୁତ ଆନନ୍ଦିତ ଓ ବହୁତ ବ୍ୟସ୍ତ ଲାଗୁଛି। ଆମେ ବହୁତ ଖୁସି ଅଛୁ। ଆପଣ ସମସ୍ତଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇଁ ବହୁତ ବହୁତ ଧନ୍ୟବାଦ’।

 

View this post on Instagram

 

A post shared by Cardi B (@iamcardib)

 

View this post on Instagram

 

A post shared by Cardi B (@iamcardib)

 

View this post on Instagram

 

A post shared by Cardi B (@iamcardib)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.