ମନୋରଂଜନ

ରାପର ରଫ୍‌ତାରଙ୍କ ଛାଡ଼ପତ୍ର: ୬ ବର୍ଷର ସମ୍ପର୍କ ତୁଟାଇ ପତ୍ନୀ କୋମଲ ବୋହରାଙ୍କ ଠାରୁ ହେଲେ ଅଲଗା

ଏବେ ଉଭୟ ବଲିଉଡ୍‌ ଓ ହଲିଉଡ୍‌ରେ ପ୍ରତିଦିନ ନୂଆ ନୂଆ ଯୋଡ଼ି ବନୁଛନ୍ତି ଓ ଭାଙ୍ଗୁଛନ୍ତି। ଏଭଳି ସ୍ଥିତିରେ ଏବେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ର ଜଣାଶୁଣା ରାପର ରଫ୍‌ତାରଙ୍କର ଛାଡ଼ପତ୍ର ହୋଇଛି। ରାପର ରଫ୍‌ତାର ଓରଫ୍‌ ଦିଲିନ୍‌ ନାୟାର ନିଜ ୬ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି। ବିବାହର ୬ ବର୍ଷ ପରେ ପତ୍ନୀ କୋମଲ ବୋହରାଙ୍କ ଠାରୁ ଛାଡ଼ପତ୍ର ନେଉଛନ୍ତି ରାପର ରଫ୍‌ତାର। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି।

ଖବର ମୁତାବକ, ରଫ୍‌ତାର ନିଜ ୬ ବର୍ଷର ବିବାହକୁ ଶେଷ କରୁଛନ୍ତି। ସେ ପତ୍ନୀ କୋମଲ ବୋହରାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ରଫ୍‌ତାର ଦୀର୍ଘ ଦିନ ହେଲାଣି ସ୍ତ୍ରୀଙ୍କ ଠାରୁ ଅଲଗା ରହୁଛନ୍ତି। ଉଭୟେ ଅଲଗା ଅଲଗା ଘର ନେଇ ରହୁଥିଲେ। ୨୦୨୦ ମସିହାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା।

ସୂଚନା ମୁତାବକ, ସେ ଅକ୍ଟୋବର ୬ରେ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବେ। ଉଭୟେ ପରସ୍ପରକୁ ସୋସିଆଲ ମିଡିଆରେ ମଧ୍ୟ ଅନ୍‌ଫଲୋ କରି ଦେଇଛନ୍ତି। କେବଳ ଏତିକି ନୁହେଁ, ଉଭୟେ ନିଜ ଆକାଉଣ୍ଟରୁ ବିବାହ ବେଳର ଫଟୋକୁ ବି ଡିଲିଟ୍‌ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ ରଫ୍‌ତାର ଓ କୋମଲଙ୍କ ସମ୍ପର୍କର ଆରମ୍ଭ ବନ୍ଧୁତାରୁ ହୋଇଥିଲା। ଉଭୟେ ପରସ୍ପର ସହ ଦେଖା ସାକ୍ଷାତ ଜାରି ରଖିଥିଲେ। ଏହି ବନ୍ଧୁତା ସମୟ କ୍ରମେ ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୬ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରଫ୍‌ତାର ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ। ରଫ୍‌ତାର ନିଜ ବିବାହ ଫଟୋ ପୋଷ୍ଟ କରି ଲେଖିଥିଲେ-ମୋ ଆତ୍ମାକୁ ବିବାହ କଲି। ପ୍ରକାଶ ଯେ କୋମଲ ହୋଉଛନ୍ତି କରନ୍‌ ଓ କୁନାଲ ବୋହରାଙ୍କ ଭଉଣୀ।

Also Read: ୮ମରୁ ୧୦ମ ପିଲାଙ୍କ ପାଇଁ ଆରମ୍ଭ ହେଲା ଉନ୍ନତି ସ୍କଲାରସିପ୍‌, ମିଳିବ ୩୬ ହଜାର ଟଙ୍କା

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago