କାଷ୍ଟିଂ କାଉଚକୁ ନେଇ ଖୁଲାସା କଲେ ରଶ୍ମୀ ଦେଶାଇ, କହିଲେ କେମିତି ଅଢେଇ ଘଣ୍ଟା ଧରି କରିଥିଲେ ସଂଘର୍ଷ

ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ କୌଣସି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ପୂର୍ବରୁ ଅଭିଯୋଗ ଆଣି ସାରିଛନ୍ତି। ଆଉ ଏବେ ଏହି ତାଲିକାରେ ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କ ନାଁ ବି ଆସିଯାଇଛି। ନିକଟରେ ସେ ଏହି କଥାର ଖୁଲାସା କରିଥିଲେ।

ଆଜ୍ଞା ଦର୍ଶକବନ୍ଧୁ ଆପଣତ ଜାଣିଛନ୍ତି ଟେଲିଭିଜନ ଅଭିନେତ୍ରୀ ରଶ୍ମୀ ଦେଶାଇ ଅନେକ ଟିଭି ସିରିଏଲରେ କାମ କରିସାରିଛନ୍ତି। ସେ ଟିଭି ଶୋ ଉତ୍ତରନରେ ତାପସ୍ଯା ଚରିତ୍ରରେ ଅଭିନୟ କରି ଅତୁଳନୀୟ ସଫଳତା ହାସଲ କରିଥିଲେ। ଏହି ସିରିଏଲ ରଶ୍ମୀଙ୍କୁ ଅଭିନୟ କ୍ଯାରିୟରକୁ ବହୁ ଉଚ୍ଚତାକୁ ନେଇ ଯାଇଥିଲା। କିନ୍ତୁ ଏହାପୂର୍ବରୁ ରଶ୍ମୀଙ୍କୁ ଅନେକ ପରୀକ୍ଷା ଦେବାକୁ ପଡିଛି। ସଫଳତା ପାଇଁ ତାଙ୍କୁ ଅନେକ ବର୍ଷ ସଂଘର୍ଷ କରିବାକୁ ପଡିଥିଲା। ରଶ୍ମୀ ମଧ୍ୟ ତାଙ୍କ କ୍ୟାରିୟରର ପ୍ରାରମ୍ଭରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏବଂ ସେ ନିଜେ ଏକ ସାକ୍ଷାତକାରରେ ଏହା କହିଥିଲେ।

3

ରଶ୍ମୀ କହିଥିଲେ- ଯେତେବେଳେ ସେ ଏହି ଇଣ୍ଡଷ୍ଟ୍ରିରେ ନୂଆ କରି ପାଦ ଥାପିଥିଲେ, ଲୋକମାନେ ତାଙ୍କୁ କହିଥିଲେ ଯେ କାଷ୍ଟିଂ କାଉଚ୍ ବିନା ଏଠାରେ କୌଣସି କାମ ମିଳେ ନାହିଁ। ତେବେ ଦିନେ ଜଣେ ବ୍ୟକ୍ତି ତାଙ୍କୁ ଫୋନରେ ଅଡିସନ ପାଇଁ ଡାକିଥିଲେ। ସେ ମଧ୍ୟ ଅଡିସନକୁ ଯାଇଥିଲେ। ହେଲେ ସେଠାରେ ସେ ଏକା ହିଁ ଥିଲେ। ବ୍ୟକ୍ତିଜଣକ ତାଙ୍କୁ କିଛି ମଦ୍ୟପାନ ସହିତ ମିଶ୍ରିତ ପାନ ଦେଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଯାହା ସେ ବୁଝିପାରିଥିଲେ ଏବଂ ଅଢେଇ ଘଣ୍ଟା ଧରି ସଂଘର୍ଷ କରିବା ପରେ ସେ କୌଣସି ପ୍ରକାରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘଟଣାର ପରଦିନ ରଶ୍ମୀଙ୍କ ମା ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ ଏବଂ ଉତ୍ତମ ମଧ୍ଯମ ଦେଇଥିଲେ।

ରଶ୍ମୀଙ୍କୁ ପରି ହୁଁ ମେଁ, ‘ ମିତ୍ ମିଲା ଦେ’,ସିସିସି ଫିର୍ କୋଇ .ହେ,’କମେଡି ସର୍କସ’, ‘ମହାସଙ୍ଗ୍ରାମ’,’ଜରା ନାଚକେ ଦିଖା’, ‘କ୍ରାଇମ ପାଟ୍ରୋଲିଂ’, ବିଗ୍ ବସ୍ ୧୪ ଭଳି ରିଆଲିଟି ସୋ ରେ ଦେଖିବାକୁ ପାଇଛେ । ତାଙ୍କ କ୍ୟାରିୟରରେ ସେ ସଫଳତା ପାଇନଥିବା ବେଳେ, ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ଯେଉଁଥିରେ ତାଙ୍କୁ ଅନେକ ବୋଲ୍ଡ ସିନ୍ ମଧ୍ୟ କରିବାକୁ ପଡିଥିଲା। ତାଙ୍କର କିଛି ଲୋକପ୍ରିୟ ଭୋଜପୁରୀ ଚଳଚ୍ଚିତ୍ରରେ Gajab Bhail Rama, Kab Hoye Gauna Hamar, Nadiya Ke Teer, Gabbar Singh, Dulha Babu, Bandhan Toote Na and Pappu Ke Pyar Ho Gayel ସାମିଲ ଅଛି। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୨୦୧୨ ରେ ଟିଭି ଅଭିନେତା ନନ୍ଦିଶ ସାନ୍ଧୁଙ୍କ ସହ ପ୍ରେମ ବିବାହ ହୋଇଥିଲା, କିନ୍ତୁ ଏହି ବିବାହ କିଛି ବର୍ଷ ମଧ୍ୟରେ ଭାଙ୍ଗିଯାଇଥିଲା ଏବଂ ପରେ ଦୁହିଁଙ୍କ ଭିତରେ ଛାଡପତ୍ର ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.