‘ବିଗ୍‌ ବସ୍‌ ହାଉସରେ ରଶ୍ମୀ ଦେଶାଇଙ୍କୁ ମିଳିଗଲା ନିଜ ମନର ସାଥୀ, ଉମର ରିଆଜଙ୍କୁ କଲେ ପ୍ରପୋଜ

ରଶ୍ମୀ ଦେଶାଇଙ୍କୁ ବିଗ୍‌ବସ୍‌ ହାଉସରେ ମିଳିଯାଇଛି ଜୀବନସାଥୀ। ରଶ୍ମୀ ଟିକେଟ ଟୁ ଫିନାଲେ ଟାସ୍କ ସମୟରେ ଉମର ରିଆଜଙ୍କୁ ପ୍ରପୋଜ କରିଛନ୍ତି। ରଶ୍ମୀ ଦେବୋଲିନା ସହିତ ଯୁକ୍ତି କରୁଥିବା ସମୟରେ ଏପରି କରିଛନ୍ତି।

ଗତ ଏପିସୋଡରେ, ଯେତେବେଳେ ଅଭିଜିତ ବିଚୁକଲେ ଦେବୋଲିନାଙ୍କୁ ତାଙ୍କ ଗାଲରେ ଚୁମ୍ବନ କରିବା ପାଇଁ କହିଥିଲେ, ତେବେ ସେ ସବୁ ସୀମା ପାର ନ କରିବା ପାଇଁ ଚେତାବନୀ ଦେଇଥିଲେ। ତେଜସ୍ୱୀ ପ୍ରକାଶ ଦେବୋଲିନାଙ୍କ ପାଇଁ ସପୋର୍ଟ କରିଥିବା ବେଳେ ରଶ୍ମୀ ତାଙ୍କ ପକ୍ଷରେ ନଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଏହି ଯୁକ୍ତିତର୍କ ପରେ ଦେବୋଲିନା ରଶ୍ମୀଙ୍କୁ କହିଥିଲେ, ଯଦି ରଶ୍ମୀ ଉମର ରିଆଜଙ୍କୁ ପସନ୍ଦ କରନ୍ତି, ତେବେ ତାଙ୍କୁ କ’ଣ ପାଇଁ ପ୍ରପୋଜ କରୁନାହାନ୍ତି। ଦେବୋଲିନାଙ୍କୁ ଉତ୍ତର ଦେବାକୁ ଯାଇ ରଶ୍ମୀ ଉମରଙ୍କ ପାଖକୁ ଯାଇ ରିଆଜଙ୍କୁ ଆଇ ଲଭ ୟୁ କହିଥିଲେ। ଏହା ପରେ ରଶ୍ମୀ ଦେବୋଲିନାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଲାଗିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.