ହେବାକୁ ଚାହୁଁଥିଲେ ଆଇଏଏସ୍ ଅଧିକାରୀ, କିନ୍ତୁ ହେଇଗଲେ ଅଭିନେତ୍ରୀ

ରାଶି ଖନ୍ନା ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ ।  ଯିଏ ବଲିଉଡ ବ୍ୟତୀତ ଅନେକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଭିନୟ ବ୍ୟତୀତ ରାଶି ସାମାଜିକ କାର୍ଯ୍ୟରେ ମଧ୍ୟ ସାମିଲ ହୁଅନ୍ତି । ନିକଟରେ ସେ ଜନ୍ମଦିନ ପୂର୍ବରୁ ସ୍କୁଲ ପିଲାମାନଙ୍କ ସହିତ ବୃକ୍ଷ ରୋପଣ କରୁଥିବା ଦେଖିବାକୁ ମିଳିଥିଲା ​​। ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଫ୍ୟାନ୍ସମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ରାଶି ଛୋଟ ବେଳୁ ଅଭିନୟ କରିବାକୁ ଚାହୁଁନଥିଲେ । ସେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ । ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ଜୀବନ ସହିତ ଜଡିତ ଅନେକ ରୋଚକ ତଥ୍ୟ ।

ରାଶି ଖନ୍ନା ୩୦ ନଭେମ୍ବର ୧୯୯୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଏହି ଅଭିନେତ୍ରୀ ଦିଲ୍ଲୀରୁ ତାଙ୍କ ପାଠପଢ଼ା ମଧ୍ୟ ଶେଷ କରିଥିଲେ । ସ୍କୁଲ ଏବଂ କଲେଜରେ ପାଠ ପଢ଼ୁଥିବା ସମୟରେ ଅଭିନୟ କରିବା କଥା ତାଙ୍କ ମନରେ ଆସି ନଥିଲା । ବଡ ହେବା ପରେ ସେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଶି ଏକ ଏକାଡେମିକ୍ ଟପ୍ପର ଥିଲେ ।

ରାଶି ସ୍କୁଲରେ ପଢ଼ୁଥିବା ବେଳେ ମଡେଲିଂ ପ୍ରତି ଆଗ୍ରହୀ ନଥିଲେ କିନ୍ତୁ କଲେଜ ସମୟରେ ସେ ଆଡଭାଟାଇଜିଂ ଏବଂ କପି ରାଇଟ୍ ପାଇଁ ଚେଷ୍ଟା କରିଥିଲେ, ଯେଉଁଥିରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା ଏବଂ ଉତ୍ସାହିତ କରିଥିଲେ । ଏହା ପରେ ସେ ଫିଲ୍ମରେ କାମ କରିବା ପାଇଁ ଆଗେଇ ଥିଲେ । ଏହି ସମୟରେ ସେ ଜଣେ ଗାୟିକା ହେବାକୁ ମଧ୍ୟ ଚାହୁଁଥିଲେ ।

ରାଶିଙ୍କ ପ୍ରଥମ ଫିଲ୍ମ ହେଉଛି ଶୋଜିତ ସରକାରଙ୍କ ନିର୍ଦ୍ଦେଶିତ ମାଡ୍ରାସ କାଫେ । ଏହି ଫିଲ୍ମରେ ସେ ଜନ୍ ଅବ୍ରହାମଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ସାଉଥ ଫିଲ୍ମରେ କାମ କରିବା ଆରମ୍ଭ କଲେ । ଚଳିତ ବର୍ଷ ସେ ଅନ୍ୟ ଏକ ହିନ୍ଦୀ ଫିଲ୍ମ   ‘ଦ ସାବରମତି ରିପୋର୍ଟ’ରେ ନଜର ଆସିଛନ୍ତି । ଏହା ବ୍ୟତୀତ ସେ ଫର୍ଜି ଏବଂ ରୁଦ୍ର ଭଳି ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ସୋସିଆଲ ମିଡିଆରେ ରାଶି ଖନ୍ନା ବହୁତ ଆକ୍ଟିଭ୍ ରୁହନ୍ତି । ସେ ପ୍ରାୟତଃ ତାଙ୍କ ଫ୍ୟାନ୍ସମାନଙ୍କ ସହିତ ଫଟୋ ସେୟାର କରନ୍ତି ।

You might also like