ବ୍ଲାକ୍ ଆଉଟ୍ ଫିଟରେ ନଜର ଆସିଲେ ରଶ୍ମିକା ଓ ଅଲ୍ଲୁ ଅର୍ଜୁନ, ‘ପୁଷ୍ପା ୨’ ପାଇଁ ଇଭେଣ୍ଟରେ ହେଉଛନ୍ତି ସାମିଲ
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ଖୁବ ଶୀଘ୍ର ଥିଏଟର୍ସରେ ଧମାଲ କରିବାକୁ ଯାଉଛି । ଏହି ଫିଲ୍ମ ୫ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ତେଣୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଜୋରଦାର ପ୍ରମୋସନ କରୁଛନ୍ତି ଅଲ୍ଲୁ । ନିକଟରେ ଦୁହେଁ ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଲୁ ଅର୍ଜୁନଙ୍କ ଏହି ଫଟୋ ମୁମ୍ବାଇର ବୋଲି ଜଣାପଡ଼ିଛି । ଯେଉଁଠାରେ ସେ ଶୁକ୍ରବାର ସକାଳେ ପହଞ୍ଚିଥିଲେ । ଏହି ସମୟରେ ରଶ୍ମିକା ମନ୍ଦାନା ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ଅଲ୍ଲୁ ଏବଂ ରଶ୍ମିକା ମନ୍ଦାନା ସେମାନଙ୍କ ଫିଲ୍ମ ‘ପୁଷ୍ପା ୨’ର ପ୍ରମୋସନ ଇଭେଣ୍ଟ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ଯେଉଁଥିରେ ଉଭୟଙ୍କୁ ବହୁତ ଗ୍ଲାମରସ୍ ଲୁକରେ ଦେଖିବାକୁ ମିଳିଥିଲା ।
ଏହି ଇଭେଣ୍ଟରେ ଅଲୁ ଅର୍ଜୁନ ଅଲ୍ ବ୍ଲାକ୍ ଲୁକରେ ନଜର ଆସିଥିଲେ । ସବୁଥର ପରି ଏଥର ମଧ୍ୟ ସବୁଠାରୁ ଡ୍ୟାସିଙ୍ଗ୍ ଦେଖାଯାଉଥିଲେ ଅଲ୍ଲୁ । ଅଲ୍ଲୁ ଅର୍ଜୁନ ବ୍ଲାକ୍ ସୁଟ୍ ପିନ୍ଧିଥିଲେ । ଯାହା ଉପରେ ଏମ୍ବ୍ରୋଡୋରୀ କାମ କରାଯାଇଥିଲା । ସେ ଆଖିରେ କଲା ଚଷମା ପିନ୍ଧି ନିଜର ଲୁକ୍ କୁ ଫାଇନାଲ୍ ଟଚ୍ ଦେଇଥିଲେ ।
ଏହି ଇଭେଣ୍ଟରେ ରଶ୍ମିକା ମନ୍ଦାନା ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀ ମଧ୍ୟ ବ୍ଲାକ୍ ଶାଢ଼ୀରେ ନଜର ଆସିଥିଲେ । ରଶ୍ମିକା ଏହି ଶାଢ଼ୀକୁ ଡିପ୍ ନେକ୍ ଡିଜାଇନ୍ ବ୍ଲାଉଜ୍ ସହ ପିନ୍ଧିଥିଲେ । ସେ ଚୁଟିକୁ ଖୋଲା ରଖି ନିଜ ଲୁକ୍ କୁ ଟଚ୍ ଅପ୍ ଦେଇଥିଲେ ।
କହି ରଖିବାକୁ ଚାହିଁବୁ ଯେ ରଶ୍ମିକା ମନ୍ଦାନା ଏବଂ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ଆସନ୍ତା ମାସରେ ଅର୍ଥାତ୍ ୫ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଫ୍ୟାନ୍ସମାନେ ଏହି ଫିଲ୍ମକୁ ବହୁ ଦିନ ଧରି ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମ ଭଲ ଇନକମ୍ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।