ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି “ଏକ ଚୁଟକୀ ସିନ୍ଦୁର…….”, ଦେଖନ୍ତୁ କହୁଛନ୍ତି ରଶ୍ମିକା ମନ୍ଦନା

ଆକଟ୍ରେସ ରଶ୍ମିକା ମନ୍ଦନା ଖୁବଶୀଘ୍ର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ “ମିଶନ ମଜନୁ” ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଯାବତ ଇଣ୍ଡଷ୍ଟ୍ରିରେ ସେତେଟା ସଫଳ ହୋଇନଥିଲେ ମଧ୍ୟ ସେ ସେୟାର କରୁଥିବା ପୋଷ୍ଟ ଗୁଡିକରେ ଅମିତାଭ ବଚନଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଇକ କରୁଛନ୍ତି । ନିକଟରେ ରଶ୍ମିକା ଏକ ଇଣ୍ଟରଭିୟୁ ସମୟରେ “ଏକ ଚୁଟକୀ ସିନ୍ଦୁର” ସିନକୁ ରି କ୍ରିଏଟ କରିଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ବି ରଶ୍ମିକାଙ୍କ ଏହି ଭିଡିଓ ଗୁଡିକ ଖୁବ ଭାଇରଲ ହେବାରେ ଲାଗିଛି । ରଶ୍ମିକାଙ୍କ ଏହି ଭିଡିଓରେ ଆପଣ ଦେଖିପାରିବେ, ସେ କେମିତି “ଏକ ଚୁଟକୀ ସିନ୍ଦୁରକି କିମତ ତୁମ କ୍ୟା ଜାନୋ ରମେଶ ବାବୁ, ଈଶ୍ବର କି ଆଶୀର୍ବାଦ ହୋତା ହେ ଏକ ଚୁଟକୀ ସିନ୍ଦୁର” । ଏହା ସହ ରଶ୍ମିକା କହିଛନ୍ତିକି ସ୍କୁଲ ସମୟରେ ଏହି ଡ଼ାଇଲଗ ଉପରେ ସେ ଅନେକ ଆକ୍ଟ କରିଛନ୍ତି । ଏହି ଭିଡିଓକୁ ନେଇ ଦୀପିକା ପାଦୁକୋନ ବି ରିଆକ୍ସନ ଦେଇଛନ୍ତି । ଆଉ ଏହାକୁ ରି ସେୟର କରି ଲେଖିଛନ୍ତି କି Adorable । ତେଲୁଗୁ ଇଣ୍ଡଷ୍ଟ୍ରିର ହିଟ ଅଭିନେତ୍ରୀ ରଶ୍ମିକାଙ୍କୁ ଶାନ୍ତି ପ୍ରିୟାଙ୍କ ମୋଡ଼ରେ ଦେଖି ତାଙ୍କୁ ଖୁବ ଖୁସି ଲାଗିଥିବା ଦୀପିକା କହିଛନ୍ତି ।

 

 

View this post on Instagram

 

A post shared by Faridoon Shahryar (@ifaridoon)

 

ଏମିତିରେ ବି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଦୀପିକା । ସମସ୍ତେ ଜାଣନ୍ତିକି ଫିଲ୍ମ “ଓମ ଶାନ୍ତି ଓମ” ଜରିଆରେ ଶାହରୁଖ ଖାନଙ୍କ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଦୀପିକା । ଆଉ ଏହି ସିନେମାର “ଏକ ଚୁଟକୀ ସିନ୍ଦୁର” ସିନ ଖୁବ ଲୋକପ୍ରିୟତା ଲାଭ କରିଥିଲା । କିଛି ଲୋକତ ଏହି ଡାଇଲଗକୁ ନେଇ ନିଜ ନିଜର ଏକ ଭିଡିଓ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ | ଅନ୍ୟପକ୍ଷରେ ଖୁବ ଶୀଘ୍ର ରଶ୍ମିକା ବଲିଉଡରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଆଉ ତାଙ୍କ ଅଭିନୀତ ଫିଲ୍ମ “ମିଶନ ମଜନୁ” ଖୁବ ଜଲ୍ଦି ରିଲିଜ ହେବାକୁ ଯାଉଛି । ଏହା ସହ ବିଗ ବିଙ୍କ ସହ “ଗୁଡ଼ ବାୟ”ରେ ନଜର ଆସିବେ ।

 

Leave A Reply

Your email address will not be published.