ନିଜ ବିବାହକୁ ନେଇ ଏଭଳି ଉତ୍ତର ଦେଲେ ରଶ୍ମିକା, ଜାଣନ୍ତୁ କେବେ କରୁଛନ୍ତି ବିବାହ

ସାଉଥ୍ ଇଣ୍ଡିଆର ସୁପରଷ୍ଟାର ଓ ନ୍ୟାସନାଲ୍ କ୍ରସ୍ ରଶ୍ମିକା ମନ୍ଦାନା ନିଜ ଲୁକ୍ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ତାଙ୍କୁ ଭାରତର ନ୍ୟାସନାଲ୍ କ୍ରସ୍ ମଧ୍ୟ କୁହାଯାଏ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ।ଏବେ ସାଉଥର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିବା ପରେ ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ନିକଟରେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରାଯାଇଥିଲା ,ସେତେବେଳେ ସେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ “ମୋ ପାଇଁ ପ୍ରେମ ହେଉଛି ତାହା ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍‌ । ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବର ବିଷୟ। ପ୍ରେମ ସେତେବେଳେ କୁହାଯିବ ଯେତେବେଳେ ଉଭୟ ପାର୍ଶ୍ବରୁ ହେବ । ପରେ ତାଙ୍କୁ ପଚରାଯାଇଥିଲା କି କେବେ ବିବାହ କରିବେ, ଏହାର ଉତ୍ତରରେ ସେ କହିଥିଲେ ଯେ ଏ ବିଷୟରେ ମୋତେ କିଛି ଜଣା ନାହିଁ । ମୁଁ ସେ ବିଷୟରେ କିଛି ଭାବି ନାହିଁ । ସେହିଭଳି ଭଲ ବ୍ୟକ୍ତି ବି ହେବା ଉଚିତ୍‌ । ଯିଏ ଏହାକୁ ଭଲ ଭାବରେ ବୁଝି ପାରୁଥିବ ।

ଏହା ବ୍ୟତୀତ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହିତ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ଯେଉଁଥିରେ  ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଅମିତାଭ ବଚ୍ଚନଙ୍କ ସହିତ ‘ଶୁଭ ବିଦାୟ’ ଭଳି ବ୍ଲକବଷ୍ଟର ଫିଲ୍ମ । ଏହା ଚଳିତ ବର୍ଷ ରିଲିଜ୍‌ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.