ନ୍ୟାସନାଲ କ୍ରସଙ୍କ ଇନଷ୍ଟାଗ୍ରାମରେ ୨୫ ମିଲିଅନ ଫଲୋୟର୍ସ, ଘରେ ପୋଷା କୁକୁର ସହିତ ଏମିତି କଲେ ସେଲିବ୍ରେସନ

ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନାଙ୍କ ସୁନ୍ଦରତା ଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁଥିରେ ମାହିର। ତାଙ୍କର ପୋଷ୍ଟ ହେଉ ଅବା ଫିଲ୍ମ କିମ୍ବା ଫଟୋଶୁଟ୍‌ ଏସବୁକୁ ଚାହିଁ ରହିଥାନ୍ତି ତାଙ୍କ ଫ୍ୟାନ୍ସ। ଗତ କିଛି ଦିନରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ବଢିଯାଇଛି। ନିକଟରେ ରଶ୍ମିକାଙ୍କ ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୨୫ ମିଲିଅନରୁ ଅଧିକ ହୋଇଛି। ଯେଉଁଥି ପାଇଁ ରଶ୍ମିକା ପୋଷା କୁକୁର ସହିତ ଘରେ ସେଲିବ୍ରେସନ କରୁଛନ୍ତି। ଯାହା ଭିଡିଓକୁ ରଶ୍ମିକା ଇନଷ୍ଟାରେ ସେୟାର କରିଛନ୍ତି।

ରଶ୍ମିକାଙ୍କ ୨୫.୮ ମିଲିଅନ ଫଲୋୟର୍ସ ହେବା ପରେ ପୋଷା କୁକୁର ସହିତ ଚକୋଲେଟ କେକ୍‌ କରି ୨୫ ନମ୍ବର ଲେଖି ସେଲିବ୍ରେସନ କରିଛନ୍ତି। ଆଉ ଏହାର ଭିଡିଓକୁ ଇନଷ୍ଟାରେ ଅପଲୋଡ କରିଛନ୍ତି। ଖାଲି କେକ୍‌ କାଟିନାହାନ୍ତି, ତାହା ସହିତ ଭିନ୍ନ ଭିନ୍ନ ପ୍ରକାର ପୋଜ ଦେଇଛନ୍ତି ରଶ୍ମିକା।

କୁକୁର ସହିତ ସେଲିବ୍ରେସନ କରୁଥିବା ବେଳେ ରଶ୍ମିକା ବେଶ୍‌ କାଜୁଆଲ ଲୁକ୍‌ରେ ନଜର ଆସିଛନ୍ତି। ଆଉ ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ଫ୍ୟାନ୍ସ ତାଙ୍କର ଏହି କୃତ୍ତିତ୍ୱ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ, ରଶ୍ମିକା ନିକଟରେ ଫିଲ୍ମ ‘ପୁଷ୍ପା’ରେ ନଜର ଆସିଥିଲେ। ଏଥିରେ ଅଲ୍ଲ ଅୁର୍ଜନଙ୍କ ସହିତ ତାଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଛି ବୋଲି ଖବର ରହିଛି।