ବକ୍ସ ଅଫିସ୍‌ରେ ‘ପୁଷ୍ପା’ର ମୋଟା ଅଙ୍କର ରୋଜଗାର ପରେ ଫିସ୍‌ ବଢ଼ାଇଲେ ରଶ୍ମିକା ମନ୍ଦାନା, ଡିମାଣ୍ଡ୍‌ କଲେ ଏତେ କୋଟି

ଅଲ୍ଲୁ ଅର୍ଜୁନ୍‌ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ବକ୍ସ ଅଫିସ୍‌ରେ ମୋଟା ଅଙ୍କର ରୋଜଗାର କରିଛି। ଜାନୁଆରୀ ୭ରେ ଓଟିଟିରେ ରିଲିଜ୍‌ ହୋଇଛି ଏହି ଫିଲ୍ମ। ତଥାପି ଫିଲ୍ମ ହଲ୍‌ରେ ଏବେ ବି ଭିଡ଼ କମିବାର ନାଁ ଧରୁନି। ଦର୍ଶକଙ୍କୁ ଅଲ୍ଲୁ ଅର୍ଜୁନ୍‌ ଓ ରଶ୍ମିକାଙ୍କ ଅଭିନୟ ଖୁବ୍‌ ପସନ୍ଦ ଆସିଛି। ଏଣୁ ଲୋକମାନେ ବାରମ୍ବାର ଏହି ଫିଲ୍ମ ଦେଖିବାକୁ ମନ ବଳାଉଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଫିଲ୍ମର ହିରୋଇନ୍‌ ରଶ୍ମିକା ମନ୍ଦାନା ଦ୍ୱିତୀୟ ପାର୍ଟ ‘ପୁଷ୍ପା: ଦ ରୁଲ୍‌’ ପାଇଁ ନିଜ ଫିସ୍‌ ବଢ଼ାଇ ଦେଇଛନ୍ତି। ଏହି ଫିଲ୍ମ ପାଇଁ ରଶ୍ମିକା ୨ କୋଟି ଟଙ୍କା ନେଇଥିବା ବେଳେ ଦ୍ୱିତୀୟ ପାର୍ଟ ପାଇଁ ୩ କୋଟି ଡିମାଣ୍ଡ କରିଛନ୍ତି।

ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସଫଳତାକୁ ଦେଖି ଏହାର ସିକ୍ୱେଲ ତିଆରି କରିବା ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନୁଙ୍କ ଏହି ଫିଲ୍ମ ପାଇଁ ଫିସ୍‌ ବାବଦକୁ ୫୦ କୋଟି ଟଙ୍କା ମିଳିଛି। ପ୍ରକାଶ ଯେ ଅଲ୍ଲୁ ଅର୍ଜୁନ୍‌ ତେଲୁଗୁ ସିନେମାର କେବଳ ଜଣେ ଲୋକପ୍ରିୟ ନୁହେଁ, ଦାମୀ ଅଭିନେତା ମଧ୍ୟ।

ପ୍ରକାଶ ଯେ କରୋନାକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତାମାନେ ଆରଆରଆର, ରାଧେ ଶ୍ୟାମ ଓ ଭୀମ୍‌ଲା ନାୟକ ପ୍ରମୁଖ ଫିଲ୍ମର ରିଳିଜ୍‌ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ଫଳରେ ବକ୍ସ ଅଫିସିରେ ‘ପୁଷ୍ପା: ଦ ରାଇଜ୍‌’ ର ରୋଜଗାର ବଢ଼ି ଚାଲିଛି।

ତେଲୁଗୁ ନିର୍ଦ୍ଦେଶକ ସୁକୁମାରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ତଥା ଆକ୍ସନ୍‌ରେ ଭରପୂର ଏହି ଥ୍ରିଲର ଫିଲ୍ମରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସହ ରଶ୍ମିକା ମନ୍ଦାନା, ଫହଦ ଫାସିଲ, ସୁନୀଲ, ଅନସୂୟା ଭରଦ୍ୱାଜ ଓ ଅଜୟ ଘୋଷ ବି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.