ବର୍ଷେ ଭିତରେ ଭାଙ୍ଗିଯାଇଥିଲା ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ, ଜାଣନ୍ତୁ କାହା ସହ ଥିଲା ରିଲେସନ୍
ରଶ୍ମିକା ମନ୍ଦାନା, ସିନେ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପରାଜ୍ ପରେ ରଶ୍ମିକାଙ୍କ ଚାହିଦା ଏବେ କାହିଁରେ କେତେ। ଦମ୍ଦାର ଅଭିନୟ ଓ ନିଆରା ଷ୍ଟାଇଲ୍ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି। ମନ୍ଦାନା ଜଣେ ଭଲ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ମଡେଲିଂ ଜଗତରେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିବା ପରେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି ମନ୍ଦାନା।
କର୍ଣ୍ଣାଟକରେ ଜନ୍ମିତା ରଶ୍ମିକାଙ୍କ ପିଲା ଦିନ ମଧ୍ୟବିତ୍ତ ପରିବାରରେ କଟିଛି। ସ୍କୁଲ ବେଳୁ ହିଁ ତାଙ୍କର ନାଚ ଗୀତ ପ୍ରତି ପ୍ରବଳ ରୁଚି ରହିଥିଲା। ଏଣୁ କଲେଜରେ ଆଡମିଶନ୍ କରିବା ବେଳକୁ ସେ ମଡେଲିଂ କରୁଥିଲେ। କଲେଜରେ ପଢ଼ିବା ସମୟରେ ସେ କେତେକ ଟିଭି ବିଜ୍ଞାପନରେ ବି ନିଜ ଦକ୍ଷତା ପ୍ରମାଣିତ କରିଥିଲେ। ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ କିରିକ ପାର୍ଟିରେ ମନ୍ଦାନା ସିନେ ଜଗତରେ ଡେବ୍ୟୁ କରିଥିଲେ। ପରେ ଏହି ଫିଲ୍ମର ଅଭିନେତା ରକ୍ଷିତ ସେଟ୍ଟୀଙ୍କ ସହ ତାଙ୍କୁ ପ୍ରେମ ହୋଇଥିଲା। ସେଟ୍ରେ ଦେଖା ସାକ୍ଷାତ ପରେ ଉଭୟେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।
View this post on Instagram
କେବଳ ସେତିକିରେ ଅଟକି ନଥିଲା ଏହି ସମ୍ପର୍କ। ରଶ୍ମିକା ମନ୍ଦାନା ଓ ରକ୍ଷିତ ସେଟ୍ଟୀଙ୍କର ନିର୍ବନ୍ଧ ବି ସରିଥିଲା। ୨୦୧୭ରେ ଉଭୟେ ନିର୍ବନ୍ଧ କରି ନେଇଥିଲେ। କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। ବର୍ଷେ ପରେ ଅର୍ଥାତ୍ ୨୦୧୮ରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା ଓ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହି ଯୋଡ଼ି ପରସ୍ପର ପାଇଁ ଫିଟ୍ ନଥିଲେ କହି ନିର୍ବନ୍ଧ ଭାଙ୍ଗି ଦେଇଥିଲେ।
ତେବେ ଏହି ସମ୍ପର୍କ ଭାଙ୍ଗିବା ପରେ ରଶ୍ମିକା ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ନାଁ ବି ଅନେକ ହିରୋଙ୍କ ସହ ଯୋଡ଼ା ଯାଇଛି। କିନ୍ତୁ କୌଣସି ସମ୍ପର୍କରେ ମୋହର ମାରି ନାହାନ୍ତି ଏହି ଅଭିନେତ୍ରୀ। ଏବେ ସେ ସିଙ୍ଗଲ ଥିବା କହିଛନ୍ତି। ପ୍ରକାଶ ଯେ ଆଗକୁ ରଶ୍ମିକା ମନ୍ଦାନାଙ୍କୁ ମିଶନ ମଜନୁ, ସୀତା ରାମମ, ଗୁଡ ବାଏ ପ୍ରମୁଖ ଫିଲ୍ମରେ ଦର୍ଶକେ ଦେଖିବେ।