ବିଜୟଙ୍କ ସହ ନିଜ ରିଲେସନସିପର ଖୁଲାସା କଲେ ରଶ୍ମିକା ମନ୍ଦନା, କହିଲେ ନିଜ ମ୍ୟାରେଜ୍ ପ୍ଲାନ୍

ପୁଣି ଚର୍ଚ୍ଚାରେ ସାଉଥର ରୁମର୍ଡ ଲଭବାର୍ଡ ରଶ୍ମିକା ମନ୍ଦାନା, ବିଜୟ ଦେବରକୋଣ୍ଡା । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ।
ଆଜିକାଲି ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା ନିଜ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କ ଲଞ୍ଚ ଡେଟ୍ ଫଟୋ ଭାଇରାଲ ହେବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଏକ ନୂଆ ଗୁଜବ ସୃଷ୍ଟି ହୋଇଛି । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦନା ନିଜର ପ୍ରଫେସନାଲ ଲାଇଫ ସହିତ ନିଜର ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି ।
ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି ଦକ୍ଷିଣ ଭାରତର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି । ଫ୍ୟାନ୍ସମାନେ ଏହା ଅନୁମାନ କରୁଛନ୍ତି ଯେ ଉଭୟ ନିଜ ରିଲେସନକୁ ଗୁପ୍ତ ଭାବରେ ରଖିବାକୁ ଚାହୁଁଛନ୍ତି । ନିକଟରେ ବିଜୟ ଦେବରାକୋଣ୍ଡା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ପ୍ରକୃତରେ ଏକ ରିଲେସନରେ ଅଛନ୍ତି । ଏହି ଦୁଇ ଷ୍ଟାର, ଯେଉଁମାନେ ସେମାନଙ୍କର ଅଫ୍ ସ୍କ୍ରିନ୍ କେମେଷ୍ଟ୍ରି ଯୋଗୁଁ ସବୁବେଳେ ଆଲୋଚନାର ବିଷୟ ପାଲଟିଥାନ୍ତି । ଫ୍ୟାନ୍ସମାନେ ଉଭୟଙ୍କ ଯୋଡିକୁ ବେଶ ପସନ୍ଦ ମଧ୍ୟ କରନ୍ତି ।
ଗତକାଲି ରାତିରେ ଚେନ୍ନାଇରେ ଫିଲ୍ମ ପୁଷ୍ପାର ନୂଆ ଗୀତ “କିସିକ୍” ର ଶୁଭାରମ୍ଭ ସମୟରେ ରଶ୍ମିକାଙ୍କୁ ହୋଷ୍ଟମାନେ ତାଙ୍କ ଲଭ୍ ଲାଇଫ୍ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ତାଙ୍କ ଭବିଷ୍ୟତ ମ୍ୟାରେଜ୍ ପ୍ଲାନିଂ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ଯାହାକୁ ନେଇ ହୋଷ୍ଟ ପଚାରିଥିଲେ ଯେ: “ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିର କାହାକୁ କିମ୍ବା ବାହାରେ କାହାକୁ ବିବାହ କରିବେ?” ଏହି ପ୍ରଶ୍ନରେ ରଶ୍ମିକାଙ୍କ ପ୍ରତିକ୍ରିୟା ଚାଲିଥିବା ଗୁଜବକୁ ଆହୁରି ପୁଷ୍ଟି କରିଥିଲା ।
ରଶ୍ମିକା ବ୍ଳସ୍ କରି ଏକ ସ୍ମାଇଲ୍ ସହିତ କହିଥିଲେ ଯେ, “ଏହା ବିଷୟରେ ତ ସମସ୍ତେ ଜାଣନ୍ତି,” ଯାହା ଉପସ୍ଥିତ ଲୋକଙ୍କ ସହ ପୁଷ୍ପା କୋ-ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଶ୍ରୀଲିଲଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହାପରେ ଫ୍ୟାନ୍ସମାନେ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡାଙ୍କ ମ୍ୟାରେଜ ପାଇଁ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି କପଲ୍ ଆନୁଷ୍ଠାନିକ ଭାବରେ ସେମାନଙ୍କର ରିଲେସନସିପକୁ ନିଶ୍ଚିତ କରିନାହାଁନ୍ତି । ବର୍ତ୍ତମାନ ପାଇଁ, ଏହା ଲାଗୁଛି ଯେ ସେମାନଙ୍କ ରିଲେସନସିପ ବିଷୟରେ ଅଧିକ ସୂଚନା ପାଇଁ ଅପେକ୍ଷା କରିବାକୁ ପଡିବ ।