ବିବାହରେ ପାରମ୍ପାରିକ ଲୁକରେ ନଜର ଆସିଲେ ରଶ୍ମିକା-ବିଜୟ, ଗାଲର କଳା ଟିକା ପାଲଟିଲା ଚର୍ଚ୍ଚାର ବିଷୟ

ନ୍ୟାସନାଲ କ୍ରସ୍ ରଶ୍ମିକା ମଣ୍ଡାନା ଏବଂ ହ୍ୟାଣ୍ଡସମ୍ ହଙ୍କ୍ ଆକ୍ଟର ବିଜୟ ଦେବରକୋଣ୍ଡାଙ୍କ ଗତକାଲି ବିବାହ ବନ୍ଧନରେ ଆବନ୍ଧ ହୋଇସାରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟଙ୍କ ଫଟୋ ଏବଂ ଭିଡିଓ ଭାଇରଲ ହେଉଛି । ଏହାରି ମଧ୍ୟରେ ସମସ୍ତେ ନବ ଦମ୍ପତ୍ତିଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ମିଳୁଛି । ଏହାରି ମଧ୍ୟରେ ଏହି ଦମ୍ପତି ନିଜେ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋ ସେୟାର କରିଛନ୍ତି । ପାରମ୍ପରିକ ପୋଷାକ ଏବଂ ମେକଅପ୍ ପିନ୍ଧିଥିବା ଏହି ନବବିବାହିତ ଦମ୍ପତି ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ରଶ୍ମିକା ଏବଂ ବିଜୟଙ୍କ ବିବାହ ଆନ୍ଧ୍ର ଏବଂ କୋଡାଭା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବିଜୟ ପାରମ୍ପରିକ ମୁଣ୍ଡୁ ଅଙ୍ଗବସ୍ତ୍ରମ୍ ଲୁକରେ ଦେଖାଯାଇଛନ୍ତି । ଲାଲ ଶାଢ଼ୀ ଏବଂ ମହନୀୟ ଅଳଙ୍କାର ପିନ୍ଧି ରଶ୍ମିକା ସ୍ୱୟଂ ଦେବୀ ଲକ୍ଷ୍ମୀଙ୍କ ପରି ଦେଖାଯାଉଥିଲେ । ବିରୋଶଙ୍କ ବିବାହର ପ୍ରତ୍ୟେକ ଲୁକକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦମ୍ପତିଙ୍କ ଗାଲର କଳା ତିଳକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଫଟୋରେ ଉଭୟଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ।

ଭାରତୀୟ ସଂସ୍କୃତିରେ ଖରାପ ନଜର ଦୂର କରିବା କଳା ଟିକା ଲଗାଯାଏ । ସାଧାରଣତଃ ଏହି ଟିକାକୁ ଗାଲରେ କିମ୍ବା କାନ ପଛରେ ଲଗାଇବା ଦ୍ୱାରା ଅତ୍ୟଧିକ ପ୍ରଶଂସା, ଈର୍ଷା ଭଳି ନକାରାତ୍ମକ ଶକ୍ତିରୁ ରକ୍ଷା ମିଳିଥାଏ । ଯେତେବେଳେ ଗ୍ଲାମରସ୍ ସେଲିବ୍ରିଟିମାନେ ପରମ୍ପରାକୁ ପାଳନ କରନ୍ତି, ଏହା ଆଲୋଚନାର ବିଷୟ ହୋଇଯାଏ । ବିଜୟ ଏବଂ ରଶ୍ମିକା ମଧ୍ୟ ସେମାନଙ୍କ ବିବାହ ଲୁକ୍ ମାଧ୍ୟମରେ ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ଏକ ଉଦାହରଣ ସ୍ଥାପନ କରିଥିଲେ । ବିଜୟ ଦେବରକୋଣ୍ଡା ମଧ୍ୟ ତାଙ୍କ ବିବାହ ଦିନ ଫିଲ୍ମି ସ୍ୱାଗର ଜଣେ ହିରୋ ଅପେକ୍ଷା ସେ ଜଣେ ରାଜକୀୟ ନାୟକ ପରି ଦେଖାଯାଉଥିଲେ । ଏଥିସହିତ ତାଙ୍କ କାନ୍ଧରେ ଲାଲ ଅଙ୍ଗବସ୍ତ୍ରମ୍, କପାଳରେ ତିଳକ, ହାତରେ ଅଳତା, ବେକ ଏବଂ ହାତରେ ପାରମ୍ପରିକ ଅଳଙ୍କାର ସେମାନଙ୍କ ଲୁକ୍କୁ ଆହୁରି ବଢାଇଦେଇଥିଲା ।

Also Read : ରାଜପାଲଙ୍କ ପାଇଁ ପିଗି ବ୍ୟାଙ୍କ୍ ଭାଙ୍ଗିଦେଲେ ସ୍କୁଲ ପିଲା, ଅଭିନେତା ନ ଭେଟିବାରୁ ହେଲେ ନିରାଶ