ରବୀନା ଟଣ୍ଡନ ୧୮ ବର୍ଷ ବୟସରେ ନିଜ ପାଇଁ କିଣିଥିଲେ ପ୍ରଥମ ସ୍ପୋର୍ଟସ୍‌ କାର, Throwback Photo ସେୟାର କରି କଲେ ଏହି ଖୁଲାସା

୪୬ ବର୍ଷୀୟା ରବୀନା ଟଣ୍ଡନ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯେବେ ସେ ନିଜ ପ୍ରଥମ ‘swanky sports convertible’ ସ୍ପୋର୍ଟସ୍‌ କାର୍‌ କିଣିଥିଲେ। ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀଜ୍‌ରେ ଫଟୋ ପୋଷ୍ଟ କରି କହିଛନ୍ତି, ସେ ମାତ୍ର ୧୮ ବର୍ଷର ଥିଲେ, ସେତେବେଳେ ସେ ନିଜକୁ କାର୍‌ ଗିଫ୍ଟ କରିଥିଲେ। ଫଟୋରେ ରବୀନା ଟଣ୍ଡନ ଓ ତାଙ୍କ ସାଙ୍ଗମାନଙ୍କୁ ନାଲି ରଙ୍ଗର କାର ସହିତ ପୋଜ୍‌ ଦେଉଥିବାର ଦେଖାଯାଇଛି।

ରବୀନା ଟଣ୍ଡନ ଧଳା ରଙ୍ଗର ଟପ୍‌ ପିନ୍ଧିଥିବା ବେଳେ ତାଙ୍କ କେଶ ଖୋଲା ରହିଛି। ଅନ୍ୟ ୩ ଲୋକ ଫ୍ରେମରେ ନଜର ଆସୁଛନ୍ତି। ମାତ୍ର ୧୫ ବର୍ଷ ବୟସରେ ଏକ ବିଜ୍ଞାପନରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ରବୀନାଙ୍କର ଗାଡ଼ି ପ୍ରତି ବହୁତ ସଉକ ରହିଥିଲା। କାର ପ୍ରତି ତାଙ୍କର ଆକର୍ଷଣ ପିଲାବେଳୁ ହିଁ ରହି ଆସିଛି।

ରବୀନା କହିଛନ୍ତି, ‘ମୋତେ ଏବେ ବି ବାପାଙ୍କର ଫୋକ୍ସଓ୍ଵାଗନ ବିଟଲ ମନେ ଅଛି। ମୁଁ ସେହି କାରକୁ ବହୁତ ପସନ୍ଦ କରୁଥିଲି। ଦିନେ ମୁଁ ଯେତେବେଳେ ସ୍କୁଲରୁ ଫେରିଲି, ତ ଦେଖିବାକୁ ପାଇଲି କି ମୋ ବାପା କାର୍‌ ବିକ୍ରି କରି ଦେଇଛନ୍ତି। ମୁଁ ଏତେ କାନ୍ଦିଥିଲି ଯେ ମୋ ବାପା ସେହି କାର୍‌ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ’। ୨୦୧୨ରେ ଏକ ଇଣ୍ଟରଭ୍ୟୁରେ ରବୀନା କହିଥିଲେ କି, ସେ ନିଜ ପଇସାରେ ପ୍ରଥମ କାର ମାରୁତି ୮୦୦ କିଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.