ବଲିଉଡ୍‌ ଡେବ୍ୟୁ କରିବେ ରବୀନା ଟଣ୍ଡନଙ୍କ ଝିଅ ‘ରାସା’; ଅଜୟ ଦେବଗନଙ୍କ ଭଣଜାଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ରବୀନା ଟଣ୍ଡନଙ୍କ ଝିଅ ରାସା ନିଜ ସୌନ୍ଦର୍ଯ୍ୟରେ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛନ୍ତି। ରାସାଙ୍କ ଲୁକ୍‌ ଅନେକ ମାତ୍ରାରେ ତାଙ୍କ ମା’ଙ୍କ ସହିତ ମିଶୁଛି। ଏହା ବ୍ୟତୀତ ସେ ବହୁତ ଜଲ୍‌ଦି ନିଜ ମା’ଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି। ରବୀନା ଟଣ୍ଡନଙ୍କ ୧୭ ବର୍ଷୀୟା ଝିଅ ବହୁତ ଜଲ୍‌ଦି ନିଜର ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି, ଏମିତି ଚର୍ଚ୍ଚା ବଲିଉଡ୍‌ ଜଗତରେ ଜୋର୍‌ ସୋରରେ ଚାଲିଛି।

‘କାଇ ପୋ ଚେ’ର ନିର୍ଦ୍ଦେଶକ ଅଭିଷେକ କପୁର ନିଜର ଆଗାମୀ ନିର୍ଦ୍ଦେଶନାରେ କାମ ଆରମ୍ଭ କରି ଦେଇଛନ୍ତି। ଖବର ରହିଛି କି, ସେ ନିଜ ଫିଲ୍ମ ମାଧ୍ୟମରେ ରବୀନା ଟଣ୍ଡନ ଓ ଅନିଲ ଥଣ୍ଡାନୀଙ୍କ ଝିଅ ରାସା ଥଣ୍ଡାନୀଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ମୁତାବକ, ଫିଲ୍ମର ଟାଇଟଲ୍‌ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହା ଏକ ଆକ୍ସନ ଆଡ୍‌ଭେଞ୍ଚର ଫିଲ୍ମ ହେବ ବୋଲି କୁହାଯାଉଛି।

ଅଭିଷେକଙ୍କ ଏହି ଫିଲ୍ମରେ ଅଜୟ ଦେବଗନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥି ସହିତ ତାଙ୍କ ଭଣଜା ଅମନ ଦେବଗନ ମଧ୍ୟ ଏହି ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

ଜଣା ପଡ଼ିଛି ଯେ ଅଜୟ ଦେବଗନ ଏଥିରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ନଜର ଆସିବେ, ଯାହାକୁ ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଏଥିପାଇଁ ଏକ ଖାସ୍‌ ଲୁକ୍‌ ପ୍ରସ୍ତୁତ କରାଯାଇଛି। ଏହି ପ୍ରୋଜେକ୍ଟ ବ୍ୟତୀତ ଅଜୟ ଦେବଗନଙ୍କ ପାଖରେ ରୋହିତ ସେଟ୍ଟିଙ୍କ ‘ସିଙ୍ଘମ୍‌ ଏଗେନ୍‌’ ବି ପାଇପ୍‌ ଲାଇନରେ ଅଛି। ଫିଲ୍ମର ସୁଟିଂ ଚଳିତ ବର୍ଷ ଖରାଦିନେ ଆରମ୍ଭ ହେବ।

ସେପଟେ ରବୀନା ଟଣ୍ଡନଙ୍କ ବିଷୟରେ କଥା ହେବା ତ, ସେ ୨୦୦୪ରେ ଅନିଲ ଥଣ୍ଡାନୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ରାସା ଓ ରଣବୀର ଅଛନ୍ତି। ଅଭିନେତ୍ରୀ ବିବାହ ପୂର୍ବରୁ ଦୁଇ ଝିଅ ପୂଜା ଓ ଛାୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.