Categories: ମନୋରଂଜନ

ବାପା ପିଟିନଥିଲେ ସେକ୍ସ ୱର୍କର୍ ହୋଇଯାଇଥାନ୍ତେ ରବି କିଶନ୍ ! ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ

ଭୋଜପୁରୀ ଅଭିନେତା ରବି କିଶନଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ଭୋଜପୁରୀ ଠାରୁ ଆରମ୍ଭ କରି ବଲିଉଡ୍ ଯାଏଁ ସମସ୍ତେ ରବି କିଶନଙ୍କ ଦମଦାର ଅଭିନୟର ଦିୱାନା । ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତା ମାନଙ୍କ ମଧ୍ୟରୁ ରବି କିଶନ୍ ହେଉଛନ୍ତି ଅନ୍ୟତମ । ହେଲେ ଆଜି ଯେଉଁ ସ୍ଥାନରେ ଅଛନ୍ତି ତାକୁ ହାସିଲ୍ କରିବା ପାଇଁ ରବିଙ୍କୁ ଅନେକ କଠିନ ପରିଶ୍ରମ ଦେଇ ଯିବାକୁ ପଡିଛି। କାରଣ ସଫଳତାର ପଥ ସହଜ ନୁହେଁ ।

ତେବେ ଏକ ସାକ୍ଷାତକାରରେ ରବି କିଶନ୍ ନିଜ ଜୀବନ ସହ ଜଡିତ ଏଭଳି ଏକ କଥା କହିଛନ୍ତି ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ୟ୍ୟ କରିବ । ରବି କହିଛନ୍ତି ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ସିନେମା ନମିଳିବା କାରଣରୁ ପୁରୁଷ ବେଶ୍ୟା ହେବାକୁ ଯାଉଥିଲେ । ସେ ଭୁଲ୍ ରାସ୍ତାରେ ଯିବା ପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ତାଙ୍କ ବାପା ତାଙ୍କୁ ଏପରି କରିବାରୁ ଅଟକାଇ ଥିଲେ ।

କେବଳ ସେତିକି ନୁହେଁ ପିଲା ବେଳେ ନାଚ ଗୀତ କରୁଥିବା ସମୟରେ ବାପା ଦେଖିଦେଲେ ବେଲ୍ଟରେ ପିଟିବା ସହ କହୁଥିଲେ ତୁ କଣ ନାଚବାଲୀ ହେବାକୁ ଯାଉଛୁ । କିନ୍ତୁ ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ରଖିଥିବା ରବି ମାତ୍ର ୧୭ ବର୍ଷ ବୟସୟରେ ଘର ଛାଡି ଚାଲିଯାଇଥିଲେ ।

ରବି ନିଜ ଅଭିନୟ କ୍ୟାରିୟର୍ ବିଗ୍ରେଡ୍ ସିନେମାରୁ କରିଥିଲେ । ଏହି ସିନେମାରୁ ସେ ୫୦୦୦ଟଙ୍କା ପାଇଥିଲେ । ଆଉ ଏହି ଟଙ୍କାରେ ବାଇକ୍ କିଣି ଷ୍ଟ୍ରଗଲ୍ କରିବା ଆରମ୍ଭ କରିଥିଲେ । ରବିଙ୍କ ଅଭିନିତ ସିନେମା ‘ପଣ୍ଡିତ୍ ଜି ବତାଇ ନା ବ୍ୟାହ କବ୍ ହୋଇ’ ସୁପରହିଟ୍ ହୋଇଥିଲା । ଯାହା ତାଙ୍କୁ ରାତାରାତି ଷ୍ଟାର୍ ବନାଇଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି ରବି । ରିୟଲିଟି ସୋ ବିଗ୍ ବସ୍ ରବିଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

ଏବେ ରବି କିଶନଙ୍କ ନାଁ ଶୁଣିଲେ ପ୍ରଶଂସକଙ୍କ ମୁହଁରେ ଖୁସି ଚାଲି ଆସିଥାଏ । ଦିନ ଥିଲା ବସରେ ଯିବା ପାଇଁ ରବିଙ୍କ ପାଖରେ ଟଙ୍କା ନଥିଲା । କିନ୍ତୁ ଆଜି ରବି ଅନେକ ଦାମୀ ଗାଡିର ମାଲିକ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago