ପୁଣି ବାହାରିଲେ ରାନୁ ମଣ୍ଡଳ! ଏଥର ନିଜ ହାତରେ ମେକ୍‌ଅପ ନେଇ ଗାଇଲେ ସଲମାନ ଖାନଙ୍କ ଫିଲ୍ମର ଏହି ଲୋକପ୍ରିୟ ଗୀତ

କିଛି ଦିନର ନୀରବତା ପରେ ପୁଣି ବାହାରିଛନ୍ତି ରାନୁ ମଣ୍ଡଳ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରାନୁ ମଣ୍ଡଳ ନିଜେ ନିଜର ମେକ୍‌ଅପ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ସେ ସଲମାନ ଖାନଙ୍କ ଫିଲ୍ମ ‘ତେରେ ନାମ’ର ‘ଓଢଣୀ ଓଢ଼ କେ ନାଚୁ…’ ଗୀତକୁ କ୍ଲାସିକାଲ ଅନ୍ଦାଜରେ ଗାଉଥିବାର ଦେଖାଯାଉଛନ୍ତି। ରାନୁ ଏହି ଗୀତରେ ନିଜର ଭିନ୍ନ ଷ୍ଟାଇଲ ଦେଖାଇବାକୁ ଚାହୁଁଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ।

ଏହି ଭିଡିଓରେ ୟୁଜରମାନେ ଖୁବ୍‌ କମେଣ୍ଟ କରିଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ‘ଚଲୋ ରାନୁ ଇଜ୍‌ ବ୍ୟାକ୍‌’। ଏହା ସହିତ ଆଉ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଏହି ଗୀତକୁ ହିଁ ବଦଳାଇ ଦେଲ’। ସେହିପରି ଅନ୍ୟ ଜଣେ କମେଣ୍ଟରେ ଲେଖିଛନ୍ତି, ‘ଭାଇଜାନଙ୍କ ଗୀତକୁ ଏକ ଅଲଗା ଅନ୍ଦାଜରେ ଗାଇଲ। ଭାଇ, ଏଥିପାଇଁ ତ ସାହସ ଦରକାର’। ତେବେ ରାନୁ ମଣ୍ଡଳ ଆଜିକାଲି କିଛି ନା କିଛି ଭିଡିଓକୁ ନେଇ ଲାଇମ୍‌ଲାଇଟକୁ ଆସି ଯାଉଛନ୍ତି।

କହି ରଖୁଛୁ, ଏହା ପୂର୍ବରୁ ରାନୁ ମଣ୍ଡଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଏଥିରେ ରାନୁ ‘କଚ୍ଚା ବାଦାମ’ ଗୀତ ଗାଉଥିବାର ନଜର ଆସିଥିଲେ। କିନ୍ତୁ ଏହି ଭିଡିଓରେ ତାଙ୍କ ଗୀତ ଅପେକ୍ଷା ତାଙ୍କ ଲୁକ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥିଲା। ଏଥିରେ ରାନୁ ଲାଲ୍‌ ରଙ୍ଗର ଶାଢି ସହିତ ଗହଣାରେ ସଜେଇ ହୋଇଥିଲେ। ସେ ବିଲ୍‌କୁଲ ବଙ୍ଗାଳି ବଧୂ ଭଳି ଦେଖାଯାଉଥିଲେ। ତାଙ୍କର ଏହି ଲୁକ୍‌ ଦର୍ଶକମାନଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଦର୍ଶକମାନେ ରାନୁଙ୍କର ଏହି ଲୁକ୍‌ ଦେଖି ବୁଝିପାରୁ ନ ଥିଲେ ଯେ ସେ କାହିଁକି ଏମିତି କନ୍ୟା ବେଶରେ ସଜେଇ ହୋଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଲୋକେ ରାନୁଙ୍କ ଭିଡିଓର ଖୁବ୍‌ ମଜା ନେଇଥିଲେ। ଏପରି କି, କେହି କେହି ତାଙ୍କୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’କୁ ଯିବାକୁ ଉପଦେଶ ଦେଇଥିଲେ। ଜଣେ ୟୁଜର ଲେଖି ଦେଇଥିଲେ ଯେ ‘ତୁମକୁ ଏମିତି ଅବସ୍ଥାରେ ଦେଖି ଆମକୁ ଡର ଲାଗୁଛି’। କହି ରଖୁଛୁ, ଷ୍ଟେସନରେ ‘ଏକ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସି ଯାଇଥିଲେ ରାନୁ ମଣ୍ଡଳ। ସେତେବେଳେ ତାଙ୍କ କଣ୍ଠ ଘରେ ଘରେ ଲୋକପ୍ରିୟ ହୋଇଥିଲା। ରାନୁଙ୍କ କଣ୍ଠ ଶୁଣି ଗାୟକ ହିମେଶ ରେଶମିୟା ତାଙ୍କୁ ମୁମ୍ବାଇ ଡାକିବା ସହିତ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ।

 

View this post on Instagram

 

A post shared by tikli🍂 (@_____darksun__1)