ସଂଘର୍ଷ ରିଲ୍ ହେଉ ବା ରିୟଲ୍ , ଦୃଢତା ସହ ମୁକାବିଲା କରୁଛନ୍ତି ଇରଫାନ୍ ଖାନ୍

ଫିଲ୍ମ ସଲାମେ ବମ୍ବେରେ ଚିଠି ଲେଖକ ଭାବେ ଇରଫାନ୍ ଖାନ୍ ଅଭିନୟ କରିବା ପାଇଁ ବହୁ ସଂଘର୍ଷ କରିଥିଲେ । ଚାଣକ୍ୟରେ ସେନାପତି ଭୂମିକାରେ ଯୁଦ୍ଧ ନୀତିଗୁଡିକ ସଫଳ କରିଥିଲେ । ଡି-ଡେ’ରେ ପାକିସ୍ତାନର ଖବର ନେବା ପାଇଁ ସଂଘର୍ଷ କରିଥିବାବେଳେ ମଦାରୀରେ ହୋମ ମିନିଷ୍ଟରଙ୍କ ପୁଅକୁ କିଡନାପ କରିବାର ଜୋସ ଦେଖାଇଥିଲେ । ଫିଲ୍ମର ଚରିତ୍ର ମାନଙ୍କରେ ଦେଖାଦେଇଥିଲା ତାଙ୍କ ସଂଘର୍ଷ । ତେବେ ନିଜର ଆତ୍ମବିଶ୍ବାସ ଏବଂ ଧର‌୍ୟ୍ୟ ବଳରେ ଇରଫାନ୍ ସଫଳତା ପାଇପାରିଥିଲେ ।

irrfan-khanଏମିତି ଏକ ଖବର ଆସିଲା ସାମ୍ନାକୁ :

ସେଦିନ ଥିଲା ୫ ମାର୍ଚ୍ଚ ୨୦୧୮ । ଅଭିନେତା ଇରଫାନ୍ ଖାନ୍ ସୋସିଆଲ ମିଡିଆରେ ଏକ ଟ୍ବିଟ୍ କଲେ । ଏହାପରେ ଏକ ଘଟଣା ବିଷୟରେ ଜଣାପଡିଥିଲା । ଖବରଟି ଥିଲା କି ଇରଫାନ୍ ଏକ ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ସେ ଟ୍ବିଟରେ ନିଜ ଜୀବନର ସଂଘର୍ଷମୟ କାହାଣୀକୁ ମନେଇ ପକାଇ ଲେଖିଥିଲେ କି ସେ କିଛି ଦିନ ହେବ ଏକ ରୋଗରେ ପୀଡିତ ଅଛନ୍ତି । ସେ ଜୀବନରେ କେବେ ହାର ମାନି ନାହାନ୍ତି । ସେ ନିଜ ପସନ୍ଦ ପାଇଁ ସବୁବେଳେ ଲଢିଛନ୍ତି ଏବଂ ଆଗକୁ ମଧ୍ୟ ଏହାକୁ ଜାରି ରଖିବେ । ତାଙ୍କ ପରିବାର ଏବଂ ବନ୍ଧୁ ତାଙ୍କ ସହିତ ଅଛନ୍ତି । କିଛି ଭଲ ହେବା ପାଇଁ ଚେଷ୍ଟା କରୁଛନ୍ତି । ଯେମିତି ତାଙ୍କର ସବୁ ଟେଷ୍ଟ ହେଇଯିବ ସେ ଆଗକୁ ଆସି କଣ ହୋଇଛି ବୋଲି କହିଦେବେ । ସେତେବେଳେ ପର‌୍ୟ୍ୟନ୍ତ ତାଙ୍କ ପାଇଁ ପ୍ରର୍ଥନା କରିବାକୁ ସେ କହିଥିଲେ ।

୧୬ ମାର୍ଚ୍ଚକୁ ଯେତେବେଳେ ଇରଫାନ୍ ନିଜ ରୋଗ ବିଷୟରେ ସେୟାର କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ ସେ ଫିଲୋସୋଫିକୁ ଭୁଲିନଥିଲେ । ଇରଫାନ୍ ସେ ଦିନ ନିଜ ଟ୍ବଟ୍ ର ଆରମ୍ଭ ମାରର୍ଗେଟ ମିସେଲଙ୍କ ଏକ ବିଚାରରୁ ଆରମ୍ଭ କରିଥିଲେ । ସେ ଲେଖିଥିଲେ – ଜୀବନରେ କେବେ ଏହି କଥା ଉପରେ ଆରୋପ ଲଗାଇବା ଉଚିତ୍ ନୁହେଁ ଇଏ ଆମକୁ ଏୟା ଦେଲାନି ଯାହା ତାଙ୍କ ଠାରୁ ଆଶା ଥିଲା । ବିଗତ କିଛି ଦିନ ହେବ ମୁଁ ଶିଖିଛି କି ଅଚାନକ ସାମ୍ନାକୁ ଆସୁଥିବା ଘଟଣା ଆମ ଜୀବନରେ ଆମକୁ ଆଗକୁ ନେଇଥାଏ । ମତୋ ନ୍ୟୁରୋଏଣ୍ଡୋଫ୍ରାଇନ୍ ଟ୍ୟୁମର ହୋଇଥିବା ଜଣାପଡିଛି । ଯାହାକୁ ବିଶ୍ବାସ କରିବା ମୋ ପାଇଁ କଷ୍ଟକର ହୋଇପଡିଛି । ତଥାପି ମୋ ଆପପାଖ ଲୋକଙ୍କ ସ୍ନେହ ଓ ଭଲପାଇବା ମତେ ନୂତନ ଆଶା ଦେଇଛି । ଏହି ରୋଗ ପାଇଁ ମତେ ବିଦେଶ ଯିବାକୁ ପଡୁଛି । ଆପଣ ମାନେ ମୋ ପାଇଁ ଭଗବାନଙ୍କୁ ଡାକନ୍ତୁ । ଯେଉଁ ଲୋକମାନେ ମୋର ଲେଖା ପାଇଁ ଅପେକ୍ଷା କରିଥିଲେ ଆଶା କରୁଛି ସେମାନଙ୍କୁ ଆଉ ଅନେକ କାହାଣି କହିବାକୁ ଆଗକୁ ଆଉଥରେ ଆସିବି ।

୭ ଜାନୁଆରୀରେ ଇରଫାନଙ୍କ ଜନ୍ମଦିନ :

747001-irrfan-khanତେବେ ଗତକାଲି ଥିଲା ଇରଫାନଙ୍କ ଜନ୍ମଦିନ । ୫୨ବର୍ଷରେ ପାଦ ଥାପିଛନ୍ତି ଇରଫାନ୍ । ଦିପାବଳୀରେ ଇରଫାନ୍ ଭାରତକୁ ବୁଲିବାକୁ ଆସିଥିବାବେଳେ ସେ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସିତ ହେଉଛିନ୍ତି । ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଫ୍ଯାନ୍ ।