୩୪ ବର୍ଷ ପୂର୍ବେ କମଲ ହାସନଙ୍କ ଉପରେ ଏଭଳି ଆରୋପ ଲଗାଇଥିଲେ ରେଖା, ଯାହା ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ

ଦୁନିଆରେ କମଲ ହାସନଙ୍କ ଅଭିନୟର ବଡ ନାଁ ରହିଛି। କମଲ ହାସନ ନିଜ ଫିଲ୍ମ କ୍ଯାରିୟରରେ ଗୋଟିଏରୁ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। କେବଳ ଏତିକି ନୁହେଁ କମଲ ହାସନ ନିଜ ଅଭିନୟର ଯାଦୁରେ ରାଷ୍ଟ୍ରିୟ ପୁରସ୍କାର ବ୍ଯତୀତ ଅନେକ ସମ୍ମାନ ହାସଲ କରିଛନ୍ତି। ଏସବୁ ମଧ୍ଯରେ ତାଙ୍କ ଉପରେ କିଛି ଅଭିଯୋଗ ମଧ୍ଯ ଲାଗିଛି। ସେ ଅଭିନେତ୍ରୀଙ୍କୁ ନକହି ତାଙ୍କଠାରୁ ଜବରଦସ୍ତି ଚୁମା ନେଇଥିଲେ, ଏଭଳି ଏକ ଅଭିଯୋଗ ତାଙ୍କ ଉପରେ ଲାଗିଥିଲା।

kiSS-କମଲ ହାସନଙ୍କ ଉପରେ ଆରୋପ ଲାଗିଥିଲା, ସେ ୧୬ ବର୍ଷୀୟ ଅଭିନେତ୍ରୀଙ୍କୁ ସୁଟିଂ ସମୟରେ ଜବରଦସ୍ତି କିସ୍ କରିଥିଲେ। ରେଖାଙ୍କ ଅଭିଯୋଗ ଅନୁଯାୟୀ, ୧୯୮୬ ମସିହାରେ ବାଲଚଂଦରଭ୍କ ଫିଲ୍ମ ‘ପୁନ୍ନାଗୈ ମନ୍ନନ’ର ଏକ ସିନ୍ ରେ କମଲ ହାସନ ଅଭିନେତ୍ରୀଙ୍କୁ ନକହି କିସ୍ କରିଥିଲେ। ଏନେଇ ସାକ୍ଷାତକାର ମାଧ୍ଯମରେ ରେଖା କହିଛନ୍ତି, ସେତେବେଳେ ମୁଁ ୧୬ ବର୍ଷର ଥିଲି, ଯାହା ଘଟଣା ଘଟିସାରିଛି। ବର୍ତ୍ତମାନ ଏହି ଘଟଣା ଘଟିବା ପରେ ଅନେକ ବର୍ଷ ହୋଇସାରିଛି କିନ୍ତୁ ଏ ପ୍ରଶ୍ନ ବାରମ୍ବାର ମୋ ସାମ୍ନାକୁ ଆସିଯାଉଛି। ବର୍ତ୍ତମାନ କମଲ ହାସନ ୬୫ ବର୍ଷର ହୋଇସାରିଛନ୍ତି। ଏହି ବିଷୟରେ କଥା ହେବାର କୌଣସି ଅର୍ଥ ନାହିଁ।

Rekhaଆଗକୁ ରେଖା ଏହା ମଧ୍ଯ କହିଛନ୍ତି, ମୁଁ ଏ ସମ୍ପର୍କରେ ଫିଲ୍ମର ଆସୋସିଏଟ୍ ଡାଇରେକ୍ଟର୍ସ ସୁରେଶ କୃଷ୍ଣା ଏବଂ ବସନ୍ତଙ୍କୁ ମଧ୍ଯ କହିଥିଲି, ମତେ କିସ୍ ବିଷୟରେ କୁହାଯାଇନଥିଲା। ଏନେଇ ସେମାନେ କହିଥିଲେ, ଏପରି ଭାବ ଯେମିତି ଜଣେ ବଡ ରାଜା ଜଣେ ଛୋଟ ପିଲାକୁ କିସ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.