ଅମିତାଭଙ୍କ ଷ୍ଟାଇଲରେ ରେଖା କପିଲଙ୍କୁ କରିଥିଲେ ଏମିତି ପରିହାସ

ଏହି ସପ୍ତାହରେ ଅଭିନେତ୍ରୀ ରେଖା ଦା ଗ୍ରେଟ୍ ଇଣ୍ଡିଆନ୍ କପିଲ ଶର୍ମା ସୋରେ ଆସିଥିଲେ । ସେ ନିଜର ସୁନ୍ଦରତାରେ ଏହି ସୋକୁ ଆହୁରି ସୁନ୍ଦର କରିଦେଇଥିଲେ । ରେଖା ନିଜର କ୍ୟାରିୟର ଏବଂ ଜୀବନରେ ଜଡ଼ିତ ହୋଇଥିବା ମଜାଦାର କାହାଣୀ ସବୁ ସେୟାର କରିଥିଲେ । ଏହି ସୋରେ ଅଭିନେତ୍ରୀ ରେଖା ବିଗ୍.ବିଙ୍କର ଅବିକଳ ନକଲ କରିଥିଲେ ସେହି ସମୟରେ ଅମିତାଭ ହୋଇଥିଲେ କ୍ରିଷ୍ଣା ଅଭିଷେକ । ଶେଷରେ ରେଖା କ୍ରିଷ୍ଣା ଅଭିଷେକଙ୍କ ସହ ନାଚି ଥିଲେ ।

ରେଖା କପିଲ ଶର୍ମାଙ୍କୁ ଇଂରାଜୀ ଶିଖେଇବା ପାଇଁ କୌଣସି ଅଭ୍ୟାସକୁ ଛାଡି ନଥିଲେ । ଏହି ସୋ ସାଥେସାଥେ ରେଖାଙ୍କର ମଜାଦାର ଇଂରାଜୀ ମଧ୍ୟ ଶୁଣିବାକୁ ମିଳିଥିଲା । ରେଖା ଇଂରାଜୀରେ ଏଭଳି ଶବ୍ଦ ଓ ବାକ୍ୟ କହିଥିଲେ ଯାହାଫଳରେ କପିଲ ରେଖାଙ୍କ ମୁହଁକୁ ଏକା ଲୟରେ ଦେଖିଥିଲେ ।  ରେଖା ଏକ ସମୟରେ ସେନ୍ସ ଅଫ୍ ହ୍ୟୁମର କହିଲେ ଏବଂ କପିଲଙ୍କୁ ଏହାର ଅର୍ଥ ବୁଝାଇବାକୁ କହିଲେ । ତେବେ କପିଲ କହିଲେ ଏହାର ଅର୍ଥ ଜାଣିନଥିବା କହିଥିଲେ । ଏହି କଥାକୁ ସେ ବୁଝି ପାରିଲେ ନାହିଁ ବୋଲି କହିଥିଲେ କପିଲ ।

ଏହାସହ ଏଇ କିଛି ବର୍ଷ ହେଲା ତାଙ୍କ ଇଂରାଜୀ ଭାଷାର ବିକାଶ ହୋଇଛି ବୋଲି କହିଥିଲେ । ଏହା ଶୁଣି ରେଖା ମଜା କରି କହିଥିଲେ ଆଜି ପର୍ଯ୍ୟନ୍ତ ତ ତୁମକୁ ଇଂରାଜୀ ଶିଖି ଯିବାର ଥିଲା । ତାପରେ କପିଲ ଇଂରାଜୀ ଉତ୍ତର ରଖିଥିଲେ କି ସେ ଇଂରାଜୀ ଶିଖିଯାଇଛନ୍ତି। ଏହି କଥାରେ ରେଖା ଅମିତାଭ ବଚ୍ଚନଙ୍କ ଷ୍ଟାଇଲରେ ତାଙ୍କୁ ଚିଡ଼େଇବା ଆରମ୍ଭ କରିଦେଇଥିଲେ। ରେଖା କହିଥିଲେ ଆଇ ନୋ ଆଇ ନୋ ୟୁ କେନ ଟକ ଇଂଲିଶ, ୟୁ କେନ ୱାକ ଇଂଲିଶ ।ଏହା ନମକ ହଲାଲରେ ଅମିତାଭ ବଚ୍ଚନଙ୍କ ଡ଼ାଇଲାଗ ଥିଲା ।

ରେଖାଙ୍କ ଇଂଲିଶ ଶୁଣି କପିଲ ଶର୍ମା କହିଥିଲେ ଆପଣଙ୍କ ଇଂରାଜୀ ବହୁତ୍ ବ୍ୟାପକ । ଏହା ଉପରେ ରେଖା ଉତ୍ତର ଦେଇଥିଲେ ମୁଁ ମଧ୍ୟ ହିନ୍ଦୀ,ଉର୍ଦ୍ଧୁ,ଏବଂ ପଞ୍ଜାବୀ ଶିଖୁଛି ।  ଏହାପରେ କୃଷ୍ଣା ଅଭିଷେକ ଅମିତାଭ ବଚ୍ଚନ ହୋଇ ଷ୍ଟେଜକୁ ଆସିଥିଲେ । ଏହାପରେ ରେଖାଙ୍କ ହସ ବନ୍ଦ ହୋଇଯାଇଥିଲା । ଯେତେବେଳେ କିକୁ ଶାରଦା ଉମ୍ରା ଜାନ ହୋଇ ଆସିଥିଲେ ସେହି ସମୟରେ ରେଖା ତାଙ୍କ ସହ ବହୁତ୍ ନାଚିଥିଲେ ।