ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ଘୁଞ୍ଚିଲା, କୋଭିଡ୍‌ ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି

ଏବେ ପୁଣିଥରେ କରୋନା ମହାମାରୀ ଯୋଗୁ ଫିଲ୍ମଗୁଡ଼ିକର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଉ4ଛି। ଏଥିସହିତ କେତେକ ଫିଲ୍ମକୁ ସିନେମାଘର ବଦଳରେ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବାକୁ ଘୋଷଣା କରାଯାଇଛି। ରିପୋର୍ଟ ମୁତାବକ, ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ ଚଳିତବର୍ଷ ଇଦରେ ରିଲିଜ ହେବାର ଥିଲା। କିନ୍ତୁ ସଂକ୍ରମଣର ପ୍ରକୋପକୁ ନଜରରେ ରଖି ଫିଲ୍ମ ରିଲିଜକୁ ଟାଳି ଦିଆଯାଇଛି।

ଏ ନେଇ ନିର୍ମାତା ନିଜ ବୟାନରେ କହିଛନ୍ତି, ‘ଏହି ନୈରାଶ୍ୟଜନକ ସ୍ଥିତିରେ ଆମ ଦେଶବାସୀ ଏବଂ ସଂରକ୍ଷକଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟଠୁ ଅଧିକ କିଛି ବି ଗୁରୁତ୍ୱ ରଖେ ନାହିଁ। ଆମ ଫିଲ୍ମ ଏବେ ୧୩ ମେ’ ଇଦ ବଦଳରେ ପରବର୍ତ୍ତୀ ତାରିଖରେ ରିଲିଜ ହେବ’। କହି ରଖୁଛୁ, ଏଥି ପୂର୍ବରୁ ବି ଏହି ଫିଲ୍ମକୁ ୨୦୨୦, ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ କରାଯିବାକୁ ଥିଲା। ହେଲେ କୋଭିଡ୍‌ ନିୟମ ଯୋଗୁ ଫିଲ୍ମ ଶୁଟିଂକୁ ରୋକି ଦିଆଯାଇଥିଲା, ଯାହା ପରେ ଫିଲ୍ମର ରିଲିଜ ଡେଟ୍‌କୁ ବି ଘୁଞ୍ଚାଇ ଦିଆଯାଇଥିଲା।

ସୂଚନାଥାଉ କି, ନିର୍ମାତା ଫିଲ୍ମର ରିଲିଜ ଡେଟ୍‌ ବିଷୟରେ ଏ ପର୍ଯ୍ୟନ୍ତ କିଛି ସୂଚନା ଦେଇନାହାନ୍ତି। ସେପଟେ ସ୍ଥିତି ସାମାନ୍ୟ ହେଲେ ନୂଆ ରିଲିଜ ଡେଟ୍‌ ଘୋଷଣା କରାଯିବ। ମିଲାପ ଜାଓ୍ଵରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ୍‌ ଆବ୍ରାହମଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by John Abraham (@thejohnabraham)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.