ଆଜିବି ସଙ୍ଗୀତ ପ୍ରେମୀଙ୍କ ମନରେ ସତେଜ ବଲିଉଡ ପ୍ଲେ ବ୍ୟାକ ସିଙ୍ଗର କ୍ରିଷ୍ଣା କୁମାର

ତଡପ ତଡପ କେ ଇସି ଦିଲ ସେ ଆହା ନିକଲ ତି ରହି ଗୀତ ସବୁବେଳେ ମନେ ପକାଇଥାଏ ପ୍ଲେ ବ୍ୟାକ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର କ୍ରିଷ୍ଣାକୁମାର କୁନ୍ନାଥଙ୍କୁ । ଏହାସହ ତାଙ୍କର ଭଏସ ହିଁ ତାଙ୍କର ପରିଚୟ ପାଲଟିଥିଲା । ଠିକ୍‌ ବର୍ଷେ ତଳେ ଆଜିର ଦିନରେ କୋଲକାତାର ଏକ ଷ୍ଟେଜ୍‌ ପ୍ରୋଗ୍ରାମରେ ଗୀତ ଗାଉଥିବା ବେଳେ ଆର ପାରିକି ଚାଲି ଯାଇଥିଲେ କେକେ ।

କେନ୍ୟୁଜ୍‌(ବ୍ୟୁରୋ): ତଡପ ତଡପ କେ ଇସି ଦିଲ ସେ ଆହା ନିକଲ ତି ରହି ମୁଝକୋ ସଜା ଦି ପ୍ୟାର କି..ଏସା କିଆ ଗୁନା କିୟା..ତ ଲୁଟ୍‌ ଗଏ ହାଁ ଲୁଟ ଗଏ.. ହମ..ତେରି ମହବତ ମେଁ । ହମ ଦିଲ ଦେ ଚୁକେ ସନମର ଏହି ଗୀତ ଆଜିବି ସମସ୍ତଙ୍କ ମନରେ ସାଇତା ହୋଇ ରହିଛି । ଏହି ଗୀତ ସବୁବେଳେ ମନେ ପକାଇଥାଏ ପ୍ଲେ ବ୍ୟାକ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର କ୍ରିଷ୍ଣାକୁମାର କୁନ୍ନାଥଙ୍କୁ । ଯିଏ କେକେ ନା ରେ ପରିଚିତ ଲାଭ କରିଥିଲେ । ଏହାସହ ତାଙ୍କର ଭଏସ ହିଁ ତାଙ୍କର ପରିଚୟ ପାଲଟିଥିଲା । କେବଳ ତଡପ ଡଡପ ନୁହେଁ, ଏହାସହ ସେ ଖୁଦା ଜାନେ, ଆଁଖୋ ମେ ତେରି, ଜିନ୍ଦଗି ଦୋ ପଲ କି ଭଳି ପପୁଲାର ଗୀତ ଭେଟି ଦେଇଛନ୍ତି । ଠିକ୍‌ ବର୍ଷେ ତଳେ ଆଜିର ଦିନରେ କୋଲକାତାର ଏକ ଷ୍ଟେଜ୍‌ ପ୍ରୋଗ୍ରାମରେ ଗୀତ ଗାଉଥିବା ବେଳେ ଆର ପାରିକି ଚାଲି ଯାଇଥିଲେ କେକେ । ସେତେବେଳେ ତାଙ୍କୁ ୫୩ ବର୍ଷ ହୋଇଥିଲା ।

୨୩ ଅଗଷ୍ଟ ୧୯୬୮ରେ ଜନ୍ମ ନେଇଥିଲେ କେକେ । ଦିଲ୍ଲୀ ସ୍ଥିତ ମାଉଣ୍ଟ ସେଣ୍ଟ ମେରି ସ୍କୁଲରୁ ଗ୍ରାଜୁଏସନ ପାସ କରିବା ପରେ ହୋଟେଲ ସେକ୍ଟରରେ ମାର୍କେଟିଂ ଆସୋସିଏଟ ଭାବେ କାମ କରିଥିଲେ । ଏହାପରେ ମୁମ୍ବାଇ ଚାଲି ଯାଇଥିଲେ । କିଶୋର କୁମାରଙ୍କ ଗୀତ ତାଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । କେବଳ କିଶୋର କୁମାର ନୁହଁନ୍ତି ଆରଡି ବରମନ, ମାଇକେଲ ଜାକସନ, ବିଲି ଜଏଲ ତାଙ୍କ ପସନ୍ଦର କଳାକାର ଥିଲେ । ୧୯୯୪ରେ ସେ ପ୍ରଥମ ଥର ପାଇଁ ସୁଯୋଗ ପାଇଥିଲେ । ସେ ଦୀର୍ଘବର୍ଷ ଧରି ବିଭିନ୍ନ ରେଡିଓ ଜିଙ୍ଗେଲରେ କାମ କରିଥିଲେ । ପରେ ଏଆର ରହମାନଙ୍କ ସହ ପ୍ଲେ ବ୍ୟାକ ସିଙ୍ଗିକକୁ ଏଣ୍ଟ୍ରି ମାରିଥିଲେ ।

୧୯୯୯ରେ ସେ ତାଙ୍କର ଗୀତ ତଡପ ତଡପ ପାଇଁ ବେଶ ପପୁଲାର ହୋଇଥିଲେ । ଏହା ପୂର୍ବରୁ ସେ ଛୋଡ ଆୟେ ହମ ଗୀତରେ ନଜର ଆସିଥିଲେ । ଏହାପରେ ସେ ତାଙ୍କର ସୋଲୋ ଆଲବମ ରିଲିଜ କରିଥିଲେ ପଲ । ଏଥିରେ ତାଙ୍କର ଗୀତ ୟାରୋଁ ଅଧିକ ପପୁଲାର ହୋଇଥିଲା । ବିଶେଷକରି ଯୁବପିଢିଙ୍କ ମନକ୍‌ୁ ଛୁଇଁଥିଲା । ଏହି ଗୀତ ଆଜିବି ବିଭିନ୍ନ ଜାଗାରେ ପ୍ଲେ କରାଯାଇଥାଏ । ବିଶେଷ କରି ସ୍କୁଲ ଓ କଲେଜ ମାନଙ୍କରେ । ବନ୍ଧୁତାକୁ ନେଇ ଏହି ଗୀତକୁ ତିଆରି କରାଯାଇଛି । ଏହାସହ ସେ ଜିନ୍ଦଗି ଦୋ ପଲ କି ଓ ଦିଲ କ୍ୟୁ ହେ ମେରା ଭଳି ଗୀତ ଗାଇଥିଲେ।

୨୦୧୩ରେ ସେ ଇଣ୍ଟରନ୍ୟାସନାଲ ଆଲବମ Rise Up –Colors Of Peace ପାଇଁ ଗାଇଥିଲେ । କେକେ ୫୦୦ରୁ ଅଧିକ ହିନ୍ଦୀ ଗୀତ ଗାଇଛନ୍ତି । ଏହାସହ ୨୦୦ରୁ ଅଧିକ ତେଲୁଗୁ, ବଙ୍ଗାଲି, କନ୍ନଡ ଓ ମାଲାୟଲମ ଗୀତ ଗାଇଛନ୍ତି । ଏହାସହ ସେ ବେଷ୍ଟ ମେଲ ପ୍ଲେ ବ୍ୟାକ ସିଙ୍ଗର ଆଓ୍ଵାର୍ଡ ଦୁଇଥର ପାଇଛନ୍ତି । ଆମ ତରଫରୁ ମଧ୍ୟ କେକେଙ୍କ ଶ୍ରାଦ୍ଧ ବାର୍ଷିକି ଅବସରରେ ଅଶୃଳ ଶ୍ରଦ୍ଧାଞ୍ଜଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.