ରେମୋଙ୍କ ପରିବାରର ପ୍ରିୟ ଲୋକ କଲେ ଆତ୍ମହତ୍ୟା, ମୁମ୍ବାଇ ସ୍ଥିତ ଫ୍ଲାଟରୁ ମିଳିଲା ଝୁଲନ୍ତା ଶବ

ଜଣାଶୁଣା କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶଳା ଜେସନ ୱାଟକିନ୍ସ ଆତ୍ମହତ୍ୟା କରିଛନ୍ତି। ଜେସନଙ୍କ ମୃତଦେହ ମୁମ୍ବାଇର ମିଲାଟ ନଗରସ୍ଥିତ ତାଙ୍କ ଘରୁ ମିଳିଛି। ସେ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ରେମୋଙ୍କ ପତ୍ନୀ ଲିଜେଲ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ପୋଷ୍ଟ ମଟର୍ମ ପାଇଁ ଭିଲେ ପାର୍ଲେ ସ୍ଥିତ କପୁର ହସ୍ପିଟାଲକୁ ପଠାଇଛି। ସୂଚନା ଅନୁସାରେ, ଅନେକ ଦିନ ଧରି ଜେସନଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିଲା। ଡିପ୍ରେସନ୍ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। ପୋଲିସଙ୍କୁ ତାଙ୍କ ଶବ ଘରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା।

ଏହି ଘଟଣାକୁ ନେଇ ରେମୋଙ୍କ ପତ୍ନୀ ଲିଜେଲଙ୍କର କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ସେ ଭାଇଙ୍କ କିଛି ଫଟୋ ସେୟାର କରିଛନ୍ତି ଏବଂ ବହୁତ ଇମୋସନାଲ୍ କଥା ଲେଖିଛନ୍ତି। ଲିଜେଲ ଲେଖିଛନ୍ତି, ‘କାହିଁକି? ତୁମେ ମୋ ସହ ଏହା କାହିଁକି କଲ? ମୁଁ ତୁମକୁ କେବେ କ୍ଷମା କରିବି ନାହିଁ।’

 

View this post on Instagram

 

A post shared by Remo Dsouza (@remodsouza)

ଗତବର୍ଷ ରେମୋଙ୍କୁ ହାର୍ଟ ଆଟାକ ହୋଇଥିଲା। ସେଦିନ ଘଟିଥିବା ଘଟଣାକୁ ରେମୋ ସମସ୍ତଙ୍କ ସାମ୍ନାରେ ବଖାଣିଥିଲେ।

ରେମୋଙ୍କ କହିବାନୁଯାୟୀ, ଏହା ମୋର ନର୍ମାଲ ଦିନ ଭଳି ଥିଲା। ସକାଳୁ ନିଜର ଜଳଖିଆ ଖାଇବା ପରେ ଜିମ୍ ଟ୍ରେନିଂ ପାଇଁ ବାହାରିଥିଲି। ମୋର ପତ୍ନୀ ଲିଜେଲ ଓ ମୋର ଟ୍ରେନର ହିଁ ସେଠାରେ ଥିଲେ  । ଜିମରେ ଟ୍ରେନର ପ୍ରଥମେ ଲିଜେଲଙ୍କୁ ଟ୍ରେନିଂ ଦେଉଥିଲେ ତେଣୁ ମୁଁ ମୋ ପାଳିକୁ ଅପେକ୍ଷା କରିଥିଲି।

ମୁଁ ଜିମ୍ କରିବା ଆରମ୍ଭ କରିବା ସମୟରେ ମୋ ଛାତିରେ କିଛି ଯନ୍ତ୍ରଣା ହେବାର ଅନୁଭବ କଲି । ଏହା ଏସିଡିଟି କାରଣରୁ ହୋଇପାରେ ଭାବି ମୁଁ ପ୍ରଥମ ପାଣି ପିଇଥିଲି। କିନ୍ତୁ ଯନ୍ତ୍ରଣା କମି ନଥିଲା । ମୁଁ ଟ୍ରେନରଙ୍କୁ କହିଲି ଆଜିର ଟ୍ରେନିଂ କ୍ୟାନସେଲ କରନ୍ତୁ । ଏମିତି ଯନ୍ତ୍ରଣା ମୁଁ ପୂର୍ବରୁ କେବେ ବି ଅନୁଭବ କରିନଥିଲି। କିନ୍ତୁ ହସପିଟାଲରେ ପହଞ୍ଚିବା ପରେ ମୋର ହାର୍ଟ ଆଟାକ ହୋଇଛି ବୋଲି ଡାକ୍ତର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.