ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସୁରିନ୍ଦର ସିନ୍ଦାଙ୍କ ଦେହାନ୍ତ, ୨୦ ଦିନ ଧରି ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା

ଫେମସ ସିଙ୍ଗର ସୁରିନ୍ଦର ସିନ୍ଦାଙ୍କର ୬୪ ବର୍ଷରେ ଦେହାନ୍ତ ହୋଇଯାଇଛି । ଲୁଧିୟାନାର ଡିଏମସିଏଚ ହସ୍ପିଟାଲରେ ଆଜି ସକାଳ ସମୟରେ ସେ ସମସ୍ତଙ୍କୁ ଏକାକରି ବିଦାୟ ନେଇଛନ୍ତି । ସୁରିନ୍ଦର ଅନେକ ଦିନ ଧରି ରୋଗାଗ୍ରସ୍ଥ ଥିଲେ ଏବଂ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ଆସିଛି । ଫେମସ ସିଙ୍ଗର ସୁରିନ୍ଦର ସିନ୍ଦାଙ୍କର ୬୪ ବର୍ଷରେ ଦେହାନ୍ତ ହୋଇଯାଇଛି । ଲୁଧିୟାନାର ଡିଏମସିଏଚ ହସ୍ପିଟାଲରେ ଆଜି ସକାଳ ସମୟରେ ସେ ସମସ୍ତଙ୍କୁ ଏକାକରି ବିଦାୟ ନେଇଛନ୍ତି । ସୁରିନ୍ଦର ଅନେକ ଦିନ ଧରି ରୋଗାଗ୍ରସ୍ଥ ଥିଲେ ଏବଂ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏହି ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁରେ ପଞ୍ଜାବ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସମାନେ ସୁରିନ୍ଦରଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଆବେଗଭରା ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଡିଏମସିଏଚ ହସ୍ପିଟାଲରେ ଆଡମିଟ କରିବା ପୂର୍ବରୁ ତାଙ୍କୁ ରେସପିରେଟୋରୀ ଇନଫେକ୍ସନ କାରଣରୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା । ସ୍ୱାସ୍ଥ୍ୟବସ୍ଥା ଠିକ ନହେବାରୁ ତାଙ୍କୁ ଡିଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଇଟାଇମ୍ସର ରିପୋର୍ଟ ଅନୁଯାୟୀ ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଗାୟକ ସିନ୍ଦା ଗୋଟିଏ ସପ୍ତାହରୁ ଅଧିକ ସମୟ ପୂର୍ବରୁ ହସ୍ପିଟାଲର ପଲ୍ମୋନାରୀ କେୟାର ଓ୍ଵାର୍ଡ଼ରେ ଭର୍ତ୍ତି ହୋଇଥିଲେ ଏବଂ ଭେଣ୍ଟିଲେଟର ସାହାଯ୍ୟରେ ଥିଲେ । କିନ୍ତୁ ଆଜି ସକାଳ ୭.୩୦ ମିନିଟ ସମୟରେ ତାଙ୍କର ଏକାଧିକ ଅଙ୍ଗ ଖରାପ ହୋଇଯିବାରୁ ସେ ମୃତ୍ୟୁବରଣ କରିଛନ୍ତି ।

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଗାୟକ ଥିଲେ ସୁରିନ୍ଦର । ସେ ଅନେକ ହିଟ ଗୀତରେ ନିଜର ସ୍ୱର ଦେଇଛନ୍ତି । ସୁରିନ୍ଦର ସିନ୍ଦା ପ୍ରସିଦ୍ଧ ପ୍ରଞ୍ଜାବୀ ସିଙ୍ଗର କୁଲଦୀପ ମାନକଙ୍କ ସହକର୍ମୀ ଥିଲେ ଏବଂ ସେ ସ୍ୱର୍ଗତ ଅମର ସିଂହ ଚମକିଲାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ନାମ କରିବାରେ ସାହାଯ୍ୟ କରିଥିଲେ ।

ସିନ୍ଦାଙ୍କ ପ୍ରକୃତ ନାମ ସୁରିନ୍ଦର ପାଲ ଧାମୀ । ତାଙ୍କ ପରିବାରରେ ତାଙ୍କର ପୁଅ ମନିନ୍ଦର ସିନ୍ଦା ଅଛନ୍ତି । ସୁରିନ୍ଦରଙ୍କ ଜନ୍ମ ୧୯୫୪ ମସିହା ମେ ୨୦ରେ ହୋଇଥିଲା । ସେ ତାଙ୍କର ଭାବପୂର୍ଣ୍ଣ ଏବଂ ମଧୁର ସ୍ୱର ସହିତ ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ି ଯାଇଛନ୍ତି । ସେ ଅନେକ ଗୀତରେ ଜୀବନ ଦେଇଥିଲେ ଏବଂ ତାଙ୍କର ଅନନ୍ୟ ଶୈଳୀ ଏବଂ ଆକର୍ଷଣୀୟ ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ ।