ଦେଶଭକ୍ତି ରଙ୍ଗରେ ଭିଜିଲା ବଲିଉଡ୍, ଶାହାରୁଖ କଲେ ସାଲ୍ୟୁଟ ଓ ତ୍ରିରଙ୍ଗା ଉଡାଇଲେ ଶିଳ୍ପା

ଆଜି ଭାରତ ୭୬ ତମ ଗଣତନ୍ତ୍ର ଦିବସ ଖୁବ ଧୁମଧାମ ସହିତ ପାଳନ କରୁଛି । ଏପରିକି ଘରର ଛାତରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି । ହସ ଉଲ୍ଲାସ ସହ ସମସ୍ତେ ନିଜ ଫଟୋ ସେୟାର କରୁଛନ୍ତି । ଏହା ସହ ପରସ୍ପରକୁ ଗଣତନ୍ତ୍ର ଦିବସର ଶୁଭେଛା ଜଣାଉଛନ୍ତି । ଏଭଳି ପବିତ୍ର ଦିନରେ ବଲିଉଡ ର ଅଭିନେତା ଓ ଅଭିନେତ୍ରୀ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଏଥିମଧ୍ୟରେ ରହିଛନ୍ତି ଶାହାରୁଖ ଖାନ, ଶିଳ୍ପା ସେଟ୍ଟୀ, ସୁନିଲ ସେଟ୍ଟୀ, ହେମା ୱାଲିନୀ ,ଅନୁପମ ଖୈର ଭଳି କିଛି ଷ୍ଟାର ନିଜ ସୋସିଆଲ ମିଡିଆ ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଛା ଜଣାଇଛନ୍ତି । ଏହା ସହ ଦେଶ ପ୍ରତି ଥିବା ଭାବନାକୁ ସେୟାର କରିଥିଲେ ।
ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରି ରଖିବାର ପ୍ରତୀକ ବୋଲି କହିଛନ୍ତି । ଦିଲ୍ଲୀର କର୍ତ୍ତବ୍ୟପଥରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିରଙ୍ଗା ଉତ୍ତୋଳନ କରିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ କହିଛନ୍ତି, ଗଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା । ଆଜି ଆମେ ଗଣତନ୍ତ୍ରକୁ ୭୫ ବର୍ଷ ପୂରଣ କରିଥିବା ଉତ୍ସବ ପାଳନ କରୁଛି । ଏହି ଅବସରରେ ମୁଁ ସବୁ ମହାନ ଲୋକଙ୍କୁ ନତମସ୍ତକ କରୁଛି ।
ସେମାନେ ଆମ ସମ୍ବିଧାନ ପ୍ରଣୟନ କରି ସୁନିଶ୍ଚିତ କରିଛନ୍ତି କି, ଆମର ବିକାଶ ଯାତ୍ରା ଲୋକତନ୍ତ୍ରର ଗାରିମା ଏବଂ ଏକତାକୁ ନେଇ ଆଧାରିତ । ଏହି ରାଷ୍ଟ୍ରୀୟ ଉତ୍ସବ ଆମ ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରିବା ସହିତ ଏକ ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ଦିଗରେ ଆମ ପ୍ରୟାସକୁ ମଜବୁତ କରୁ, ଏହା ଆମର କାମନା ।
Also read:ଗଣତନ୍ତ୍ର ଦିବସରେ ଅଭେଦ ଗଡ଼ ପାଲଟିଛି ରାଜଧାନୀ, ଜଗିଛନ୍ତି ୭୦୦୦ ସିସିଟିଭି, ୬୦ ହଜାର ଯବାନ