ବିଗବସ୍ ୧୫ରେ ରିୟାଙ୍କ ଏଣ୍ଟ୍ରି କନଫର୍ମ, ଖୋଲିପାରେ ସୁଶାନ୍ତଙ୍କ ମୃତ୍ଯୁ ରହସ୍ଯ !

ବିଗବସ୍ ୧୫ ପ୍ରଥମରୁ ବେଶ ଚର୍ଚ୍ଚାରେ ରହିଛି। ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ଷ ୨୦୨୦ରେ ବେଶ ଚର୍ଚ୍ଚାରେ ରହିଥିଲେ। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇଥିଲା। ଏବେ ପୁଣି ଥରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରିୟା ବିଗବସ୍ ୧୫ରେ ଭାଗ ନେଉଛନ୍ତି। ଆଉ ରିୟା କୁଆଡେ ଦିନକୁ ୫ ରୁ ୬ ଲକ୍ଷ ଟଙ୍କା ନେବେ ବୋଲି ଖବର ମିଳିଛି।

ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରଭର୍ସିଆଲ ଶୋ’ ବିଗ୍‌ ବସ୍‌-୧୫କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଏହା ଆରମ୍ଭ ହେବ। ରିପୋର୍ଟ ମୁତାବକ, ଏବେ ଏହି ଶୋ’ରେ ରିୟା ଭାଗ ନେବେ ବୋଲି କୁହାଯାଉଛି। ନିକଟରେ ସେ ବିଗ୍‌ ବସ୍‌ ଷ୍ଟୁଡିଓ ବାହାରେ ନଜର ଆସିଛନ୍ତି। ଆଉ କିଛି ଲୋକଙ୍କ କହିବାନୁସାରେ, ରିୟା ବିଗବସ୍ ଶୋକୁ ଆସିବା ପରେ ହୁଏତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ଯରୁ କିଛି ପରଦା ହଟିପାରେ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିଆ ବଡ ପରଦା ଠାରୁ ଦୂରେଇ ରହିଛନ୍ତି। ଏବେ କିନ୍ତୁ ସେ ଧୀରେ ଧୀରେ ଲାଇମ୍‌ ଲାଇଟ୍‌କୁ ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଚେହରେ’ ରିଲିଜ ହୋଇଛି। ଏଥିରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ସହ ସେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.