ପାଖରେ ପଇସା ନଥିବାରୁ ମାନ୍ୟା ଚାଲୁଥିଲେ ମାଇଲ ମାଇଲ ବାଟ, ଏବେ “ମିସ ଇଣ୍ଡିଆ ୱାର୍ଲଡ଼ -2020″ର ପ୍ରଥମ ରନର ଅପ

ଆକାଶକୁ ଯେ ରାସ୍ତା ନାହିଁ, ଅତି ସାଧାରଣ ଲୋକଟିଏ ଯେ କେବେ ସୁନ୍ଦର ସ୍ବପ୍ନ ଟିଏ ଦେଖିପାରିବନି ଏକଥା ବାରମ୍ବାର ମିଛ ପ୍ରମାଣିତ ହୋଇଛି | ଯଦି ମନରେ କିଛି କରି ଦେଖେଇବାର ଦୃଢ଼ତା ଥାଏ ତେବେ ଅସମ୍ଭବକୁ ବି ସମ୍ଭବ କରିହୁଏ | ଆଉ ଏହି କଥା ପୁଣି ଥରେ ଶହେ ପ୍ରତିଶତ ସତ ପ୍ରମାଣିତ ହୋଇଛି । ଶୁକ୍ରବାର ଚଳିତ ଥରର ବ୍ୟୁଟି କଣ୍ଟେସ୍ଟ ପ୍ୟାଜେଣ୍ଟ VLCC ଫେମିନା ମିସ ଇଣ୍ଡିଆ ୱାର୍ଲଡ଼ -2020 ଫଳାଫଳ ଘୋଷଣା ହୋଇଛି । ଏଥିରେ ମାନସା ବାରଣାସୀ ବିଜେତା ହୋଇଥିବା ବେଳେ ମାନ୍ୟା ସିଂହ ଫାଷ୍ଟ ରନର୍ସଅପ ହୋଇଥିବା ନେଇ ଜଣାଯାଇଛି । ଯେବେକି ମାନିକା ଶିୟୋକାଣ୍ଡ ଦ୍ଵିତୀୟ ରନର୍ସ ଅପ ହୋଇଛନ୍ତି । ବିଜେତା ନ ହୋଇଥିଲେ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ମାନ୍ୟା ସିଂହଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ସଫଳତାର ଶିଖର ଛୁଇଁଥିବା ମାନ୍ୟାଙ୍କୁ ଜୀବନରେ ଅନେକ କଠିନତାର ସାମ୍ନା କରିବାକୁ ପଡିଛି | ଆସନ୍ତୁ ଆଜି ମାନ୍ୟାଙ୍କ ଯାତ୍ରା ଉପରେ ଏକ ନଜର ପକାଇବା ।

manya singh
pic credit: punjab keshari

ଉତ୍ତର ପ୍ରଦେଶ ରାଜ୍ୟର ଅତି ସାଧାରଣ ପରିବାରର ଝିଅ ହେଉଛନ୍ତି ମାନ୍ୟା । ପିତା ଅତ୍ମପ୍ରକାଶ ସିଂହ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର ଏହି ସ୍ୱଳ୍ପ ଘରର ଗୁଜୁରାଣ ମେଣ୍ଟେଇବା କାଠିକର ହୋଇପଡେ ତାଙ୍କ ପକ୍ଷରେ । କେତେ ଥର ତ ଏମିତି ହୋଇଛି ଅଭାବ କାରଣରୁ ପୁରା ପରିବାରକୁ ଭୋକିଲା ଶୋଇବାକୁ ପଡିଛି । ଏକଥା ନିଜେ ମାନ୍ୟା ଏକ ସାକ୍ଷାତ୍କାରରେ କହିଛନ୍ତି । ଖାଲି ସେତିକି ନୁହେଁ ପାଖରେ ପଇସା ନଥିବା କାରଣରୁ ମାଇଲ ମାଇଲ ବାଟ ପାଦରେ ଚାଲିଚାଲି ଯିବାକୁ ପଡିଛି । ମାନ୍ୟା ଙ୍କ ମା’ ମନୋରମା ମୁମ୍ବାଇରେ ଏକ ଟେଲର ଦୋକାନ ଚଳାନ୍ତି । ପିଲାଙ୍କ ପରୀକ୍ଷା ଫିସ ଭରିବା ପାଇଁ ତାଙ୍କ ମା’ ବହୁବାର ନିଜ ଗହଣାକୁ ବନ୍ଧା ମଧ୍ୟ ରଖିଛନ୍ତି | ଦାରିଦ୍ର୍ୟତାକୁ ନେଇ ସ୍କୁଲ ସମୟରେ ବି ବାଛ ବିଚାରର ସାମ୍ନା କରିବାକୁ ପଡିଛି ତାଙ୍କୁ ।

ଗରିବ ହୋଇଥିବା କାରଣରୁ ସ୍କୁଲ ସମୟରେ ସହପାଠୀ ମାନେତାଙ୍କ ସାଙ୍ଗ ହୁଅନ୍ତି ନାହିଁ | ସମ୍ବଳ ଅଭାବରୁ ବଜାରରୁ ପୋଷାକ ନ କିଣି ନିଜ ହାତ ତିଆରି ପୋଷାକ ପିନ୍ଧନ୍ତି । ମାନ୍ୟା ଏହା ମଧ୍ୟ କହିଛନ୍ତିକି, ତାଙ୍କୁ ଯେବେ ମାତ୍ର ୧୪ ବର୍ଷ ହୋଇଥିଲା ଘର ଛାଡ଼ି ପଳାଇଥିଲେ । ଦି ପଇସା ରୋଜଗାର କରିବା ପାଇଁ ଦିନରେ ପଢ଼ାପଢି କରିବା ସନ୍ଧ୍ୟା ସମୟରେ ଅନ୍ୟ ଘରେ ବାସନ ମଜାମଜି କରୁଥିଲେ । ସେସମୟରେ ରାତିରେ କଲ ସେଣ୍ଟରରେ କାମ କରୁଥିଲେ । ଦିପଇସା ବଞ୍ଚାଇବା ପାଇଁ ମାଇଲ ମାଇଲ ରାସ୍ତା ପାଦରେ ଚାଲି ଚାଲି ଯାଉଥିଲେ ମାନ୍ୟା । ପିଲାଟି ଦିନରୁ ପାଠ ପଢ଼ାରେ ଖୁବ ଦ୍ରୁତ ଥିଲେ ମାନ୍ୟା । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତାଙ୍କୁ “ବେଷ୍ଟ ସ୍ଟୁଡ଼େଣ୍ଟ ଅଫ ଦ ୱିୟର ଆୱାର୍ଡ” ବି ମିଳିଥିଲା । ପରେ ଦେବରୀୟା ସ୍ଥିତ ଲୋହିୟା ଇଣ୍ଟର କଲେଜରୁ ନିଜ ପାଠ ପଢା ଶେଷ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.