ଆଜି ରଣବୀର କପୁରଙ୍କ ଜନ୍ମଦିନ, ଖାସ ଅନ୍ଦାଜରେ ଭଉଣୀ ରିଦ୍ଧିମା କଲେ ବାର୍ଥଡେ ୱିସ

ଆଜି ବଲିଉଡ ଅଭିନେତା ରଣବୀର କପୁର ତାଙ୍କର 38 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହା ତାଙ୍କର ପ୍ରଥମ ଜନ୍ମଦିନ ଯେତେବେଳେ ତାଙ୍କ ପିତା ରିଷି କପୁର ତାଙ୍କୁ ୱିସ କରିବାକୁ ଏହି ଦୁନିଆରେ ନାହାଁନ୍ତି । ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ସେ ଏହି ୱିସରେ ପିତା ରିଷି କପୁରଙ୍କୁ ମଧ୍ୟ ସାମିଲ କରିଛନ୍ତି ।

ରିଦ୍ଧିମା ରଣବୀରଙ୍କର ଅନେକ ଫଟୋଗୁଡ଼ିକର ଏକ କୋଲାଜ ସେୟାର କରିଛନ୍ତି । ଯେଉଁଥିରେ ପରିବାରର ଅନେକ ସଦସ୍ୟ ନଜର ଆସିଛନ୍ତି । ରଣବୀର ଏବଂ ରିଦ୍ଧିମାଙ୍କ ପିତା ରିଷି କପୁର ମଧ୍ୟ କିଛି ଫଟୋରେ ନଜର ଆସିଛନ୍ତି । ତେବେ ଏହାକୁ ସେୟାର କରିବା ସହିତ ରିଦ୍ଧିମା କ୍ୟାପସନରେ ଲେଖିଛନ୍ତି, ‘Happiest bday AWESOMENESS! ତୁମକୁ ବହୁତ ଭଲ ପାଇବା । ମୋର ବେବି ବ୍ରଦର 38 ଆହୁରି ସୁନ୍ଦର ବର୍ଷ ହେବ । ‘

 

View this post on Instagram

 

Happiest bday AWESOMENESS! Love you so much ❤️ #babybrother ❤️ #38andfab

A post shared by Riddhima Kapoor Sahni (RKS) (@riddhimakapoorsahniofficial) on


ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ଥିଲା ‘ସଞ୍ଜୁ’ ଯାହା 2018 ରେ ମୁକ୍ତିଲାଭ କରିଥିଲା। ସେବେଠାରୁ ସେ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ରଣବୀର କପୁର ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ସହ ଶମଶେରା ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।