ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ରାଗିଗଲେ ରିଷଭ୍‌ ପନ୍ତ! କହିଲେ, ‘ଭଉଣୀ ମୋ ପିଛା ଛାଡ଼ିଦିଅ’

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ, ତାଙ୍କ ନାମ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ି ହୋଇ ସାରିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ଉର୍ବଶୀ ନିଜର ଓ ରିଷଭ୍‌ଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତ ଘଟଣାକୁ ସେୟାର କରିଛନ୍ତି। ଉର୍ବଶୀ ରିଷଭ୍‌ଙ୍କ ଆଡ଼କୁ ଈସାରା କରି କହିଥିଲେ କି, ଆର୍‌ପି ତାଙ୍କୁ ଭେଟିବା ପାଇଁ ଅନେକ ଚେଷ୍ଟା କରିଥିଲେ। ସେ ତାଙ୍କୁ ୧୭ ଥର ମିସ୍‌ଡ କଲ ଦେଇଥିଲେ।

ଉର୍ବଶୀଙ୍କ କହିଥିଲେ ଯେ ‘ଯେବେ ମୁଁ ବାରାଣସୀରୁ ଦିଲ୍ଲୀ ଶୁଟିଂ ପାଇଁ ଆସିଥିଲି, ସେତେବେଳେ ମିଷ୍ଟର ଆର୍‌ପି ମୋତେ ଭେଟିବା ପାଇଁ ଯାଇଥିଲେ। ସେ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ। କିନ୍ତୁ ମୁଁ ଶୋଇ ଯାଇଥିଲି। ପରେ ଜାଣିବାକୁ ପାଇଲି କି, ମୋ ଫୋନ୍‌କୁ ୧୭ ଥର ମିସ୍‌ଡ କଲ୍‌ ଆସିଛି। ଏହାପରେ ମୁଁ ତାଙ୍କୁ କହିଥିଲି ଯେ ଯେତେବେଳେ ଆପଣ ମୁମ୍ବାଇ ଆସିବେ, ସେତେବେଳେ ଆମେ ଭେଟି ପାରିବା ଏବଂ ଏହାପରେ ଆମେ ଭେଟ ହୋଇଥିଲୁ ମଧ୍ୟ। କିନ୍ତୁ ସେତେବେଳକୁ ମିଡିଆକୁ କଥା ଆସି ସାରିଥିଲା’।

pant
photo: Zee News

ସେପଟେ ଉର୍ବଶୀ ରୌତେଲାଙ୍କ ଏହି ବୟାନ ପରେ ରିଷଭ୍‌ ପନ୍ତ ନିଜର ରାଗ ଦେଖାଇଛନ୍ତି। ସେ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଏକ ମେସେଜ୍‌ ଲେଖିଛନ୍ତି। ରିଷଭ୍‌ ଲେଖିଛନ୍ତି କି, ‘କିଛି ଲୋକ ଇଣ୍ଟରଭ୍ୟୁରେ କେବଳ ମଜା ପାଇଁ ମିଛ କହି ଦିଅନ୍ତି, ଯେପରି ଅଲଗା ଅଲଗା ହେଡ୍‌ଲାଇନ୍ସ ମିଳି ପାରିବ ଏବଂ ସେମାନେ ନ୍ୟୁଜ୍‌ରେ ରହି ପାରିବେ। ଦୁଃଖ ଲାଗିଥାଏ, ଲୋକେ ଫେମ୍‌ ପାଇଁ ଏତେ ଭୋକିଲା କେମିତି ଅଛନ୍ତି’।

ରିଷଭ୍‌ ପନ୍ତ ଉର୍ବଶୀ ରୌତେଲାଙ୍କ ଉପରେ କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ‘ମୋ ପିଛା ଛାଡ଼ିଦିଅ ଭଉଣୀ। ମିଛର ବି କିଛି ସୀମା ଥାଏ’। କହି ରଖୁଛୁ, ୨୦୧୯ରେ ରିଷଭ୍‌ ପନ୍ତ ଓ ଉର୍ବଶୀ ରୌତେଲାଙ୍କୁ ଜୁହୁର ଏକ ହୋଟେଲରେ ଲେଟ୍‌ ନାଇଟ୍‌ ଡିନର ଡେଟ୍‌ରେ ଯାଉଥିବାର ଦେଖାଯାଇଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

କିନ୍ତୁ ପରେ ଖବର ଆସିଥିଲା ଯେ ଉର୍ବଶୀ ଓ ରିଷଭ୍‌ ପନ୍ତଙ୍କ ରାସ୍ତା ଅଲଗା ହୋଇଯାଇଛି ଏବଂ ପନ୍ତ୍‌ ଉର୍ବଶୀଙ୍କୁ ହ୍ଵାଟସ୍‌ଆପରେ ବ୍ଲକ୍‌ କରି ଦେଇଛନ୍ତି। ତେବେ ରିଷଭ ପନ୍ତ୍‌ ବର୍ତ୍ତମାନ ଇଶା ନେଗୀଙ୍କ ସହିତ ରିଲେସନଶିପ୍‌ରେ ଅଛନ୍ତି। ଇଶା ଜଣେ ଇଣ୍ଟେରିୟର ଡିଜାଇନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.