ପ୍ରସିଦ୍ଧ କଳାକାର ରୀତା ଭାଦୁଡିଙ୍କ ପରଲୋକ

ମୁମ୍ବାଇ : ଫିଲ୍ମ ଓ ଟିଭି ଜଗତର ପ୍ରସିଦ୍ଧ କଳାକାର ରୀତା ଭାଦୁଡିଙ୍କ ପରଲୋକ ଘଟିଛି। ଆଜି ସକାଳ ସମୟରେ ୬୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିଲା। ତାଙ୍କୁ କିଡ୍ନୀ ସମସ୍ୟା ରହିଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ କରାଯିବାର ସୂଚନା ରହିଛି। ସାରା ଭାଇ ଭର୍ସେସ ସାରା ଭାଇ, ଅମାନତ ଓ ଏକ ନଇ ପହଚାନ ପରି ବିଭିନ୍ନ ସରିଏଲ୍ରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ରୀତା ଭାଦୁଡି । ତାଙ୍କର ଶେଷ ସିରିଏଲ୍ ଥିଲା ନିମ୍କୀ କି ମୁଖିଆ। ଟେଲି ଜଗତରେ ସେ ମା’ ଭାବେ ଜଣାଶୁଣା ଥିଲେ । ତାଙ୍କର ନିଖୁଣ ଅଭିନୟ ବିଭିନ୍ନ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.