ମନୋରଂଜନ

ହିନ୍ଦୁ-ମୁସଲିମ୍‌ଙ୍କ ଏକତା ଉପରେ ଗୀତ ଗାଇଲେ ରିତେଶ ଦେଶମୁଖ, ଦେଖନ୍ତୁ ଭିଡିଓ ସେୟାର କରି କହିଲେ କ’ଣ

ବଲିଉଡ୍‌ ଷ୍ଟାର ରିତେଶ ଦେଶମୁଖ କମେଡି ଚରିତ୍ର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ୍‌ ଜଣାଶୁଣା। ଗତ କିଛି ଦିନ ହେବ ରିତେଶ ନିଜ ନୂଆ ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଅଭିନେତା ନିକଟରେ ଫ୍ରେଞ୍ଚ୍‌ ରେକର୍ଡ ପ୍ରଡ୍ୟୁସର ଡିଜେ ସ୍ନେକଙ୍କ ଭଳି ନିଜ ହେୟାରଷ୍ଟାଇଲ୍‌ କରିଛନ୍ତି। ଲୁକ୍‌କୁ ନେଇ ତାଙ୍କୁ ଅନେକ ଟ୍ରୋଲ୍‌ର ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ତେବେ ପୁଣି ଥରେ ରିତେଶ ନିଜ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରିତେଶ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ହିନ୍ଦୁ-ମୁସଲିମଙ୍କ ଏକତା ବିଷୟରେ ଖାସ୍‌ ସନ୍ଦେଶ ଦେଇଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ରିତେଶ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ସେ ବେଗିସ୍ତାନ ଫିଲ୍ମର ଗୀତ ଗାଉଥିବା ଦେଖାଯାଇଛି। ଏହି ଫିଲ୍ମରେ ରିତେଶ ଦେଶମୁଖ ଜଣେ ମୁସଲମାନ ଯୁବକ ଭୂମିକାରେ ଅଭିନୟ କରିଛନ୍ତି। ଭିଡିଓରେ ସେ ଫିଲ୍ମର ମୌଲା ଗୀତ ଗାଉଛନ୍ତି।

ରିତେଶଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ବେଶ୍‌ ପଜିଟିଭ୍‌ ରିଆକ୍ସନ୍‌ ମିଳିଛି। ଲୋକମାନେ ରିତେଶଙ୍କ ଆକ୍ଟକୁ ପ୍ରଶଂସା କରୁଥିବା ଦେଖାଯାଇଛି। ଏଥିସହ ସବୁଧର୍ମକୁ ସମ୍ମାନ ଦେବାକୁ ଲୋକମାନେ ମତବ୍ୟକ୍ତ କରିଛନ୍ତି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago