ମନୋରଂଜନ

ନିଜ ପରିବାର ସହ ଅଯୋଧ୍ୟାରେ ଶ୍ରୀ ରାମଙ୍କ ଦର୍ଶନ କଲେ ରିତେଶ ଦେଶମୁଖ, ଫ୍ୟାନ୍ସଙ୍କ ସହ ସେୟାର କଲେ ଫଟୋ

ଜାନୁଆରୀ ୨୨, ୨୦୨୪ ସାରା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ତେବେ ଏହି ଦିନ ଅଯୋଧ୍ୟାରେ ଶ୍ରୀ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହା ସହ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମୂର୍ତ୍ତିର ସମାରୋହରେ ଅଂଶଗ୍ରହଣ ମଧ୍ୟ କରିଥିଲେ । ତେବେ ସେହି ସମୟରେ ଅନେକ ସେଲିବ୍ରିଟି ମଧ୍ୟ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ । ଏବେ ମଧ୍ୟ ରାମଲଲାଙ୍କ ଦର୍ଶନ ପାଇଁ ଅନେକ ସେଲିବ୍ରିଟି ଅଯୋଧ୍ୟାକୁ ଆସୁଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ବ୍ୟତୀତ ବଲିଉଡର ଲୋକପ୍ରିୟ ଦମ୍ପତି ରିତେଶ ଦେଶମୁଖ ଏବଂ ଜେନେଲିଆ ଦେଶମୁଖ ମଧ୍ୟ ଦ୍ୱିତୀୟ ଥର ପାଇଁ ରାମ ମନ୍ଦିର ପରିଦର୍ଶନ କରିବାକୁ ଯାଇଛନ୍ତି । ସେ ତାଙ୍କ ପୁଅ ରିୟାନ ଏବଂ ରାହୁଲଙ୍କ ସହ ମନ୍ଦିରରେ ରାମଲଲା ପରିଦର୍ଶନ କରିଛନ୍ତି ।

ରିତେଶ ଏବଂ ଜେନେଲିଆ ସେମାନଙ୍କ ପୁଅ ରିୟାନ୍ ଏବଂ ରାହୁଲଙ୍କ ସହ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିଛନ୍ତି । ଏହା ସହ ଏପ୍ରିଲ୍ ୨୦ ଏବଂ ୨୧ରେ ଏହି ଦମ୍ପତି ସେମାନଙ୍କ ପରିଦର୍ଶନ କରିବାର ଫଟୋ ସେୟାର କରିଛନ୍ତି । ତେବେ କିଛି ସମୟ ପୂର୍ବରୁ ଅଭିନେତା ଜେନେଲିଆ ଦେଶମୁଖଙ୍କୁ ଟ୍ୟାଗ୍ କରି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅଯୋଧ୍ୟା ରାମ ମନ୍ଦିରରେ ତାଙ୍କ ପରିବାର ସହିତ ରାମଲଲାଙ୍କ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି । ଏହି ଫଟୋରେ ପୂରା ପରିବାର ରାମଲଲାଙ୍କୁ ବହୁତ ଭକ୍ତି ସହିତ ପୂଜା କରୁଥିବା ଦେଖିବାକୁ ମିଳିଛି । ଏହା ସହ ଦ୍ୱିତୀୟ ଫଟୋରେ ମନ୍ଦିର ମୂର୍ତ୍ତିର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ରିତେଶ ଦେଶମୁଖ ସ୍ତ୍ରୀ ଜେନେଲିଆଙ୍କ ସହ ଫଟୋ କୋଲାବ କରି ଫଟୋ ସେୟାର କରିବାବେଳେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ମନ୍ତ୍ରଠାରୁ ବଡ ଆପଣଙ୍କ ନାମ’… ଜୟ ଶ୍ରୀ ରାମ !!! # ରାମଲଲାର ମହାନ ଦର୍ଶନ ପାଇବାରୁ ଧନ୍ୟ ହୋଇଗଲୁ !! #RamMandirYodhya ! ଏହା ସହ ଏହି କପଲ ମନ୍ଦିରରେ ପ୍ରାୟ ୨୦ ମିନିଟ୍‌ ରାମଲଲାଙ୍କ ପୂଜା କରିଥିଲେ । ଏହା ବ୍ୟତୀତ ସେମାନେ ପୂରା ମନ୍ଦିର ପରିଦର୍ଶନ କରିବା ସହ ପ୍ରସାଦ ମଧ୍ୟ ଗ୍ରହଣ କରିଥିଲେ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଲାସ୍‌ରାଓ ଦେଶମୁଖଙ୍କ ପୁଅ ରିତେଶ ଦେଶମୁଖ ଖୁବ ଶୀଘ୍ର ସୋନାକ୍ଷୀ ସିହ୍ନାଙ୍କ ସହ ‘କାକୁଡା’, ‘ରେଡି ୨’ ଭଳି ଫିଲ୍ମରେ ନଜର ଆସିବେ । ତେବେ ‘କାକୁଡା’ ଏକ ହରର ଓ କମେଡି ଫିଲ୍ମ, ଯାହା ଆଦିତ୍ୟ ସରପୋତଦାରଙ୍କ ଦ୍ୱାରା ନିର୍ଦ୍ଦେଶିତ ।

D Sonali

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

3 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

33 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

40 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago