ନିଜ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁପଡିଲେ ରିତେଶ, କିନ୍ତୁ ପାଖରେ ଜେନେଲିଆ ଥାଇ ମଧ୍ୟ କଲେ ଏମିତି କାମ

ସମସ୍ତ ସେଲିବ୍ରିଟିଙ୍କ ଭଳି ଅଭିନେତା ରିତେଶ ଦେଶମୁଖ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଭଲ ପାଆନ୍ତି। ତାଙ୍କ କୌଣସି ବି ପୋଷ୍ଟ ଖୁବଶୀଘ୍ର ଭାଇରଲ ହୋଇଯାଇଥାଏ। ସବୁବେଳେ ନିଜ ଫ୍ଯାନଙ୍କ ସହିତ ଭିଡିଓ ସେୟାର କରିବାକୁ ପସନ୍ଦ କରନ୍ତି ରିତେଶ। ନିକଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ରିତେଶ, ଯାହା ଫ୍ଯାନଙ୍କୁ ବେଶ ପସନ୍ଦ ଆସିଥିଲା। ରିତେଶ ପତ୍ନୀ ଜେନେଲିଆ ଏବଂ କିଛି ବନ୍ଧୁଙ୍କ ସହିତ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଯାହା ଏବେ ଇଣ୍ଟରନେଟରେ ଧମାଲ କରୁଛି।

ଏହି ଭିଡିଓରେ ରିତେଶ ଏବଂ ଜେନେଲିଆ ତାଙ୍କ କିଛି ସାଙ୍ଗ ସହିତ ବଲିଉଡ ଅଭିନେତା ଋଷି କପୁରଙ୍କ ଫିଲ୍ମ ‘କର୍ଜ’ର ସୁପରହିଟ ଗୀତ ‘ପୈସା ହୈ ପୈସା’ ଗୀତରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଡ୍ଯାନ୍ସ କରୁ କରୁ ତାଙ୍କ ଜଣେ ବନ୍ଧୁଙ୍କ ଗୋଡ ଖସିଯିବାରୁ ସେ ପାଣିରେ ପଡିଯାଉଛନ୍ତି, ଯାହାକୁ ବଞ୍ଚାଇବା ପାଇଁ ରିତେଶ ମଧ୍ୟ ପାଣିକୁ ଡେଇଁପଡିଛନ୍ତି। ଆପଣ ଡରନ୍ତୁ ନାହିଁ, ଏହି ଘଟଣା ଏକ ସୁଇମିଂ ପୁଲ ନିକଟରେ ଘଟିଛି। ଏହି ଭିଡିଓକୁ ଦେଖି ରିତେଶଙ୍କ ଫ୍ଯାନ ହସି ହସି ଗଡିଯାଉଛନ୍ତି। ଏହି ଭିଡିଓକୁ ଏପର୍ଯ୍ଯନ୍ତ ୨ ଲକ୍ଷରୁ ଉର୍ଦ୍ଧ୍ବ ଭ୍ଯୁ ଦେଖିସାରିଲେଣି।

 

View this post on Instagram

 

A post shared by Riteish Deshmukh (@riteishd)

ଫିଲ୍ମ କଥା କହିବାକୁ ଗଲେ, ରିତେଶ ଶେଷ ଥର ପାଇଁ ଟାଇଗର ଏବଂ ଶ୍ରଦ୍ଧାଙ୍କ ସହିତ ‘ବାଗୀ ୩’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.