ବନ୍ଧା ହେଲେ ରିୟା: ଡ୍ରଗ୍ସ ମାମଲାରେ ଏନସିବି କଲା ଗିରଫ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି। ବହୁ ଦିନର ଅନ୍ତ ପରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଲିଙ୍କ ନେଇ ରିୟାଙ୍କୁ ଏନସିବି ପଚରାଉଚରା କରୁଥିଲା। ଗତ ଦୁଇ ଦିନ ହେଲାଣି ରିୟାଙ୍କୁ ମାରାଥନ ଜେରା କରୁଥିଲା ଏନସିବି। ରିୟାଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ରିୟାଙ୍କୁ ତିନି ଦିନ ଜେରା ପରେ ଗିରଫ କଲା ଏନସିବି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ଏନସିବି।

ଏନସିବି ଜେରା କରିବା ସମୟରେ ରିୟା ବହୁ ଖୁଲାସା କରିଛନ୍ତି। ସୁଶାନ୍ତ ଏବଂ ରିୟାଙ୍କ ଭାଇ ସୌଭିକ ଏକାଠି ମିଶି ଡ୍ରଗ୍ସ ନେଉଥିଲେ ବୋଲି ରିୟା ମାନିଥିଲେ। ଗତ କାଲି ରିୟା କହିଥିଲେ ଯେ ସୁଶାନ୍ତ ଗଞ୍ଜେଇ ଟାଣୁଥିଲେ। କିନ୍ତୁ କେବେ ଡ୍ରଗ୍ସ ନେଇନାହାନ୍ତି। ମାତ୍ର ଆଜି ଜେରା ବେଳେ ରିୟା ସ୍ୱୀକାର କରିଛନ୍ତି ଯେ, ସୌଭିକ୍‌ ଓ ସୁଶାନ୍ତ ମିଶି ଏକାଠି ଡ୍ରଗ୍ସ ନେଉଥିଲେ।

sushant

ଅନ୍ୟପଟେ ସୋମବାର ଏନ୍‌ସିବି ଅଫିସରୁ ବାହାରିବା ପରେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସୁଶାନ୍ତଙ୍କ ପାଇଁ ନକଲି ମେଡିକାଲ ପ୍ରେସକ୍ରିପସନ୍‌ ଉପଲବ୍ଧ କରିବା ପାଇଁ ସେ ପ୍ରିୟଙ୍କାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.